ETV Bharat / state

ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତ୍ୟୁ, ଯୋବ୍ରା ବ୍ୟାରେଜରୁ ମିଳିଲା ମୃତଦେହ

author img

By

Published : Jul 22, 2023, 9:34 AM IST

Updated : Jul 22, 2023, 3:10 PM IST

କଟକ କ୍ୟାଣ୍ଟେନମେଣ୍ଟ ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତ୍ୟୁ । ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହେଲା ମୃତଦେହ । ଅଧିକ ପଢନ୍ତୁ

ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତ୍ୟୁ
ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତ୍ୟୁ

ଯୋବ୍ରା ବ୍ୟାରେଜରୁ ମିଳିଲା ମୃତଦେହ

କଟକ: ଗତକାଲି କଟକ କ୍ୟାଣ୍ଟେନମେଣ୍ଟ ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି(ଶନିବାର) ସକାଳୁ ଯୋବ୍ରା ବ୍ୟାରେଜରୁ ମୃତଦେହ ମିଳିଛି । ମୃତ ଯୁବକଙ୍କ ନାମ ଶଙ୍କର୍ଷଣ ବେହେରା ଓରଫ ବବୁଲୁ । ଗତକାଲି(ଶୁକ୍ରବାର) କ୍ୟାଣ୍ଟେନମେଣ୍ଟ ପୋଲିସ ଅଧିକାରୀଙ୍କୁ ଧକ୍କା ମାରି ସେ ଫେରାର ହୋଇଯାଇଥିଲେ । ଶଙ୍କର୍ଷଣ ଥାନା ସାମ୍ନାରେ ମହାନଦୀରେ ଥିବା ଗଡଗଡିଆ ଘାଟକୁ ଦୌଡି ପଳାଇଥିଲେ । ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଆଜି ତାଙ୍କର ମୃତଦେହ ଠାବ ହୋଇଛି । ପରିବାର ଲୋକେ ମୃତଦେହ ଚିହ୍ନଟ କରିବା ସହ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିଛନ୍ତି । ପୋଲିସ ଅତ୍ୟାଚାର ସହି ନପାରି ସେ ଥାନାରୁ ପଳାଇ ଯାଇଥିବା ଅଭିଯୋଗ ଆଣିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପୋଲିସ ପଞ୍ଝାରୁ ଅଭିଯୁକ୍ତ ମହାନଦୀରେ ନିଖୋଜ, ପରିବାର ଆଣିଲା ସଙ୍ଗିନ ଅଭିଯୋଗ

ସୂଚନା ମୁତାବକ, ଏକ ମୋବାଇଲ ଚୋରି ମାମଲାରେ ପୋଲିସ ଶଙ୍କର୍ଷଣଙ୍କୁ ଥାନାକୁ ଆଣିଥିଲା । ପ୍ରଥମେ ତାଙ୍କୁ ବିଡାନାସୀ ଓ ପରେ କ୍ୟାଣ୍ଟେନମେଣ୍ଟ ଥାନାକୁ ନିଆଯାଇଥିଲା । ଗତକାଲି (ଶୁକ୍ରବାର) ସକାଳୁ ସେ ପୋଲିସ ହେପାଜତରୁ ଚମ୍ପଟ ମାରିଥିଲେ । ଅନ୍ୟପଟେ ପୋଲିସ ହେପାଜତରେ ଶଙ୍କର୍ଷଣଙ୍କୁ ଖୁବ ମାଡ ମରା ଯାଇଥିଲା । ଶାରିରୀକ ନିର୍ଯାତନା ସହ ନ ପାରି ସେ ଭୟରେ ଫେରାର ହୋଇଯାଇଛି ବୋଲି ଶଙ୍କର୍ଷଣଙ୍କ ବାପାମାଆ ଅଭିଯୋଗ ଆଣିଥିଲେ ।

ଏହାମଧ୍ୟ ପଢନ୍ତୁ: ପୋଲିସ ନାଁରେ ଏନକାଉଣ୍ଟର ଅଭିଯୋଗ ଆଣିଥିଲେ ମାଆ, ଏବେ ଧରାପଡିଲା ପୁଅ

ଏନେଇ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଥିଲେ ଯେ, ଶଙ୍କର୍ଷଣ ବେହେରାଙ୍କୁ ମୋବାଇଲ ଚୋରି ଘଟଣାରେ ଥାନାକୁ ପଚରାଉଚରା ପାଇଁ ଅଣାଯାଇଥିଲା । ହେଲେ କିଛି ସମୟ ମଧ୍ୟରେ ସେ ପାଖରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ଧକ୍କା ମାରି ମହାନଦୀ ଗଡଗଡିଆ ଘାଟକୁ ଦୌଡି ପଳାଇ ଥିଲା । ନଦୀରେ ଦୌଡିବାର ଭିଡିଓରେ ସେ ଶଙ୍କର୍ଷଣ କି ଆଉ କିଏ ତାହାର ଯାଞ୍ଚ କରାଯାଉଛି । ଏହାରି ଭିତରେ ଆଜି ସକାଳୁ କଟକ ଯୋବ୍ରା ବ୍ୟାରେଜରୁ ତାର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପରିବାର ଲୋକେ ମଧ୍ୟ ଏହା ଶଙ୍କର୍ଷଣ ଓରଫ ବବୁଲଙ୍କ ମୃତଦେହ ବୋଲି ଚିହ୍ନଟ କରିଛନ୍ତି । ତାଙ୍କର ମୃତ୍ୟୁ ପାଇଁ ବିଡାନାସୀ ଓ କ୍ୟାଣ୍ଟେନମେଣ୍ଟ ଥାନା ପୋଲିସକୁ ଦାୟୀ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jul 22, 2023, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.