ETV Bharat / state

ଚର୍ଚ୍ଚିତ ହାଡ଼ିଆ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ଜୋରନ୍ଦାରେ ସନ୍ୟାସୀ ବେଶ ଧରି ରହିଥିଲା

author img

By

Published : Apr 9, 2023, 5:18 PM IST

2020 ମସିହା ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ ଗିରଫ । ଅଧିକ ପଢ଼ନ୍ତୁ

hadia murder case in cuttack
ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣା

କଟକ: 2020 ମସିହା ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣା । ତିନି ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ ଗିରଫ । ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବିଡାନାସୀ ପୋଲିସ । ବାବା ବେଶରେ ଦୀର୍ଘ ତିନିବର୍ଷ ଧରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଆତ୍ମଗୋପନ କରି ଲୁଚି ରହିଥିଲା । ବିଡାନାସୀ ଥାନା ଅନ୍ତର୍ଗତ ଇପସାର୍ ଗଡାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

୨୦୦୦ ମସିହା ସେପ୍ଟେମ୍ବର ୩ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତ ଦୀପକ ଏବଂ ତାର ଭାଇ ସାନ୍ତୁନ ମିଶି ପ୍ରକାଶ ବେହେରା ଓରଫ ହାଡ଼ିଆକୁ ବୀଭତ୍ସ ଭାବେ ହତ୍ୟା କରିଥିଲେ । ତେବେ ସେହିଦିନ ଠାରୁ ଫେରାର ଥିଲା ଦୀପକ । ଏହି ଘଟଣାରେ ପୂର୍ବରୁ ସାନ୍ତୁନ ମଲ୍ଲିକ ଗିରଫ ହୋଇ ଜେଲରେ ରହିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ ବେଶ ବଦଳାଇ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ରହୁଥିଲା । ଫଳରେ ପୋଲିସ ତାର ପତ୍ତା ପାଉନଥିଲା । କିନ୍ତୁ ଇଲେକ୍ଟ୍ରୋନିକ୍ସ ସର୍ଭେଲାନ୍ସ ଜାରି ରଖିଥିଲା ପୋଲିସ । ଦୀପକ ଦୀର୍ଘ ଦୁଇ ବର୍ଷ ନଅ ମାସ ପରେ ଯେତେବେଳେ ଘରକୁ ଫୋନ କରିଥିଲା, ସେତେବେଳେ ପୋଲିସ ବିଛାଇଥିବା ଜାଲ ଭିତରେ ଫସିଯାଇଥିଲା ଅଭିଯୁକ୍ତ ।

ଏହା ମଧ୍ୟ ପଢ଼ନ୍ତୁ: Sex Racket Busted: ଢେଙ୍କାନାଳରେ ସେକ୍ସ ରାକେଟ ଠାବ, ଦୁଇ ଯୁବତୀ ସହ ଘର ମାଲିକ ଗିରଫ

ମୋବାଇଲ କଲ ଆଧାରରେ ବିଡାନାସୀ ପୋଲିସ, ଢେଙ୍କାନାଳ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ଦୀପକକୁ ରାସୋଳରୁ ଗିରଫ କରିଛି । ହତ୍ୟାକାଣ୍ଡ ଘଟାଇବା ପରେ ଦୀପକ କଟକରୁ ଯୋରନ୍ଦା ଯାଇ ମହିମା ବାବାଙ୍କ ଶରଣ ପଶିଥିବା କହିଛି । ନିଜ ଦୋଷ ସ୍ବୀକାର କରି କହିଛି, "ମହିମା ଦିକ୍ଷା ଧାରଣ କରି ସେଠାରେ ଅପରାଧର ପ୍ରାୟଶ୍ଚିତ କରିଛି । ବାରମ୍ବାର ଆକ୍ରମଣର ଶିକାର ହେବା ପରେ ହାଡିଆକୁ ହତ୍ୟା କରିଥିଲି । ଏବେ ଇଶ୍ବର ଯାହା ଦଣ୍ଡ ଦେବେ ତାହା ସ୍ବୀକାର କରିବି ।" ଏହି ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଦୀପକର ଭାଇ ସାନ୍ତନୁ ମଲ୍ଲିକକୁ ପୋଲିସ ପୂର୍ବରୁ ଗିରଫ କରିଥିଲା । ତେବେ ପୋଲିସ ବର୍ତ୍ତମାନ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚାର୍ଜସିଟ ଦାଖଲ କରିଛି । ପୂର୍ବରୁ ହାଡ଼ିଆ ଜଣେ ହାର୍ଡକୋର ଅପରାଧୀ ରହିଥିଲା । ହାଡ଼ିଆ ବାରମ୍ବାର ହଇରାଣ କରିବାରୁ ତାକୁ ହାଣି ଦେଇଥିବା ସ୍ବୀକାର କରିଛି ଦୀପକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.