ETV Bharat / state

ନକଲି ଟେଲମା ମେଡିସିନ ଜବତ, ବିହାରରୁ ଧରାପଡିଥିବା ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ

author img

By

Published : Dec 8, 2022, 5:45 PM IST

କଟକରୁ ନକଲି ଟେଲମା ମେଡିସିନ ଜବତ ଘଟଣା । ଗତ 6ତାରିଖରେ ବିହାରରୁ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ବିକାଶ କୁମାରକୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ନକଲି ଟେଲମା ମେଡିସିନ ଜବତ, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କଟକରୁ ନକଲି ଟେଲମା ମେଡିସିନ ଜବତ ଘଟଣା । ଗତକାଲି ଗିରଫ ହୋଇଥିବା ଜଣେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ ପୋଲିସ । ଏନେଇ ଆଜି ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି । ତେବେ ଗିରଫ ଅଭିଯୁକ୍ତ ଜଣକ ବିକାଶ କୁମାର ବୋଲି ଜଣାପଡିଛି ।

ସୂଚନା ମୁତାବାକ, ଏହି ନକଲି ଔଷଧ ଚାଲାଣ କାରବାରର ଅନ୍ୟତମ ମୁଖ୍ୟ କାର୍ପଟଦାର ଥିଲା ବିକାଶ କୁମାର । ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, " ବିକାଶ କୁମାର ଠାରୁ ହିଁ କଟକର ଦୁଇ ଜଣ ଡ୍ରଗିଷ୍ଟ ରାହୁଲ କ୍ୟାଲ ଓ ସଞ୍ଜୟ ଜାଲାନ ଔଷଧ ଆଣି ବିକ୍ରୟ କରୁଥିଲେ । ଏହି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ବିକାଶ କୁମାରର ଠିକଣା ପୋଲିସକୁ ମିଳିଥିଲା । କଟକ ପୁରୀ ଘାଟ ପୋଲିସ ନକଲି ମୋଡିସିନ ଜବତ ଘଟଣାର ଅଧିକ ତଦନ୍ତ ନିମନ୍ତେ ଏକ ଟିମ ଗଠନ କରି ଘଟଣାର ତଦନ୍ତ ନିମନ୍ତେ ବିହାର ଯାଇଥିଲେ । ଗତ 6ତାରିଖରେ ବିହାର ପାଟନାର ଭାଗବତ ନଗରରୁ ଅଭିଯୁକ୍ତ ବିକାଶ କୁମାରଙ୍କୁ ଗିରଫ କରାଯାଇଥିଲା । ଏହାପରେ ବିକାଶକୁ ସ୍ଥାନିୟ ଏସଡିଜେଏମ କୋର୍ଟରେ ପ୍ରଡ୍ୟୁସ କରାଯାଇଥିଲା ।

କୋର୍ଟଙ୍କ ଅନୁମତି କ୍ରମେ ବିକାଶକୁ ଟ୍ରାଞ୍ଜିଟ ରିମାଣ୍ଡରେ ପୁରୀଘାଟ ଥାନାକୁ ଅଣା ଯାଇଥିଲା । ଆଜି ଟ୍ରାଞ୍ଜିଟ ରିମାଣ୍ଡର ଅବଧି ଆଜି ସରୁଥିବାରୁ ତାଙ୍କୁ କୋର୍ଟରେ ପ୍ରଡ୍ୟୁସ କରାଯିବ । ବିକାଶର ଟ୍ରାଞ୍ଜିଟ ରିମାଣ୍ଡ ଆଜି ଶେଷ ହେଉଥିବା ବେଳେ ଆଜି କୋର୍ଟରେ ପ୍ରଡ୍ୟୁସ କରିବ ପୋଲିସ । ଅଭିଯୁକ୍ତ ବିକାଶ କୁମାରକୁ ପଚରାଉଚରା କରିବା ନିମନ୍ତେ ତିନି ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ନିବେଦନ କରିବ ପୁରୀ ଘାଟ ପୋଲିସ । କୋର୍ଟଙ୍କ ଅନୁମତି ମିଳିବା ପରେ ବିକାଶକୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିବ ପୋଲିସ । ବିଶେଷକରି ନକଲି ଔଷଧ କାରବାରରେ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ସେନେଇ ତଥ୍ୟ ସଂଗ୍ରହ କରିବ ପୋଲିସ । ଏହି ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବିକାଶକୁ ମିଶାଇ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୭ରେ ପହଁଚିଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.