ETV Bharat / state

୧୫୦ ଜମାକାରୀଙ୍କ ଖାତାରୁ ୬୧ ଲକ୍ଷ ଟଙ୍କା ଚଳୁ: ବ୍ୟାଙ୍କ ବିରୁଦ୍ଧରେ ବିଦ୍ରୋହ

author img

By

Published : Jun 3, 2022, 9:52 PM IST

କଟକ ଜିଲ୍ଲା ନିଆଳି ଥାନା ପହଙ୍ଗାସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ୧୦ ଦିନ ମଧ୍ୟରେ ୧୫୦ ଜଣଙ୍କ ଜମା ଖାତାରୁ ପାଖାପାଖି ୬୧ ଲକ୍ଷ ଟଙ୍କା ଗାଏବ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯାହାକୁ ନେଇ ବିକ୍ଷୋଭ କରିଛନ୍ତି ଆକାଉଣ୍ଟଧାରୀ । ଅଧିକ ପଢନ୍ତୁ

୧୫୦ ଜମାକାରୀଙ୍କ ଖାତାରୁ ୬୧ ଲକ୍ଷ ଟଙ୍କା ଚଳୁ: ବ୍ୟାଙ୍କ ବିରୁଦ୍ଧରେ ବିଦ୍ରୋହ
୧୫୦ ଜମାକାରୀଙ୍କ ଖାତାରୁ ୬୧ ଲକ୍ଷ ଟଙ୍କା ଚଳୁ: ବ୍ୟାଙ୍କ ବିରୁଦ୍ଧରେ ବିଦ୍ରୋହ

ନିଆଳି: ଜମାକାରୀଙ୍କ ଖାତାରୁ ଓ ବ୍ୟାଙ୍କ ଖାତାରେ ଜମା ପୂର୍ବରୁ ଟଙ୍କା ଗାଏବ କରୁଥିଲେ ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କରେ ଜମାକାରୀ ଟଙ୍କା ସଞ୍ଚୟ ଏବଂ ଋଣ କରୁଥିଲେ କିନ୍ତୁ, ସେସବୁ ଟଙ୍କା ବ୍ୟାଙ୍କ କର୍ମଚାରୀ ଗାଏବ କରୁଥିଲେ । ଆଉ ଏବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ସତ ସାମ୍ନାକୁ ଆସିଛି । ଟଙ୍କା ଫେରି ପାଇବା ଦାବିରେ ଜମାକାରୀ ଏବଂ ନିଆଳି ବିଜେପି ଦଳର କର୍ମକର୍ତ୍ତା ଆଜି(ଶୁକ୍ରବାର) ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଘଟଣା ହେଉଛି, କଟକ ଜିଲ୍ଲା ନିଆଳି ଥାନା ପହଙ୍ଗାସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ହୋଇଥିବା ନେଇ ଗତ ୨୩ ତାରିଖ ଦିନ ଘଟଣା ପଦାକୁ ଆସିଥିଲା । ଜମାକାରୀଙ୍କ ଅଭିଯୋଗ ଅନୁସାରେ ଏବେ ସୁଦ୍ଧା ୧୫୦ରୁ ଉଦ୍ଧ୍ବ ଜମାକାରୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଲିଖିତ ଭାବରେ ଟଙ୍କା ଗାଏବ ହେଉଥିବା ଜଣାଇଛନ୍ତି । ସେମାନଙ୍କ ଜମା ଖାତା ଏବଂ ବ୍ୟାଙ୍କ ଖାତାରେ ଜମା ପୂର୍ବରୁ ଟଙ୍କା ବିଭିନ୍ନ ଉପାୟରେ ବ୍ୟାଙ୍କର କ୍ୟାସିୟର ଓ ଅନ୍ୟ କର୍ମଚାରୀ ଗାଏବ କରିନେଉଥିଲେ । ଜମା ଖାତା ଅପଡେଟ ପାଇଁ ଜମାକାରୀଙ୍କୁ ଆଳ ଦେଖାଇ ଖାତା ଅପଡେଟ କରୁନଥିଲେ ବ୍ୟାଙ୍କ କର୍ମଚାରୀ ବୋଲି ଜମାକାରୀ ଅଭିଯୋଗ କରିଛନ୍ତି ।

ତେବେ ୧୦ ଦିନ ମଧ୍ୟରେ ୧୫୦ ଜଣଙ୍କ ଜମା ଖାତାରୁ ପାଖାପାଖି ୬୧ ଲକ୍ଷ ଟଙ୍କା ଗାଏବ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଏହି ସଂଖ୍ୟା ଆଗକୁ ବଢିବା ନେଇ ଆଶଙ୍କା ଏଡାଇ ଦିଆଯାଇ ନପାରେ ବୋଲି ଅଞ୍ଚଳ ବାସୀଙ୍କ ପକ୍ଷରୁ କୁହାଯାଇଛି । ତେବେ ଯେତେ ଦିନ ଗଡୁଛି ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବା ସହ କିଭଳି ସେମାନେ ତାଙ୍କ ଟଙ୍କା ଫେରି ପାଇବେ ସେନେଇ ନାନା ଆଶା ଓ ଆଶଙ୍କାରେ ଜମାକାରୀ ମାନେ । ଏହାରି ଭିତରେ ଜମାକାରୀ କିପରି ଟଙ୍କା ଫେରି ପାଇବେ ସେଥିପାଇଁ ନିଆଳି ବିଜେପି ଦଳର ଏକ କର୍ମକର୍ତ୍ତା ଓ ଜମାକାରୀଙ୍କ ପକ୍ଷରୁ ଆଜି ପହଙ୍ଗା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା ଦିଆଯାଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.