ETV Bharat / state

ମନୋଜଙ୍କ ତୁଳୀରେ ସୁନ୍ଦର ହେଉଛି ସାବୁନ, ସ୍ବତନ୍ତ୍ର ପରିଚୟ ପାଇଁ ଚାଲିଛି ସାଧନା

ସମସ୍ତ କଳା ମଧ୍ୟରେ ଚିତ୍ରକଳା ସମ୍ପର୍କରେ ସମସ୍ତେ ଜାଣିଥିବେ ନିଶ୍ଚୟ । ଅନେକ ରଙ୍ଗତୂଳୀରେ ଚିତ୍ରଆଙ୍କି ନିଜର ଏକ ପରିଚୟ ସୃଷ୍ଟି କରିଥାନ୍ତି । ହେଲେ ଆମେ ଆପଣଙ୍କୁ ଏମିତି ଜଣେ ଚିତ୍ରକରଙ୍କ କଥା କହୁଛୁ ଯିଏ ବିଭିନ୍ନ ସାମଗ୍ରୀରେ ଚିତ୍ରଆଙ୍କି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେହି ଯୁବକ ଜଣକ ହେଲେ ମନୋଜ କୁମାର ସାହୁ । ଅଧିକ ପଢନ୍ତୁ...

author img

By

Published : Jun 27, 2021, 3:52 PM IST

ପାଠପଢା ସହିତ ଚିତ୍ର କରିବା ନିଶା ମନୋଜଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ

କଟକ: କଳା ଦେଖେନି ଧନୀ ଗରିବ । କଳାକୁ ଯିଏ ଭଲ ପାଇଲା କଳା ତାର ହୋଇଯାଏ । କେତେବେଳେ କିଏ ଯେ ବହୁବିଧ ଆଶ୍ଚର୍ଯ୍ୟର ପରିଙ୍ଗ ହୁଏ ତାହା ସେ ବି ଜାଣେନା । ସମସ୍ତ କଳା ମଧ୍ୟରେ ଚିତ୍ରକଳା ସମ୍ପର୍କରେ ସମସ୍ତେ ଜାଣିଥିବେ ନିଶ୍ଚୟ । ଅନେକ ରଙ୍ଗତୂଳୀରେ ଚିତ୍ରଆଙ୍କି ନିଜର ଏକ ପରିଚୟ ସୃଷ୍ଟି କରିଥାନ୍ତି । ହେଲେ ଆମେ ଆପଣଙ୍କୁ ଏମିତି ଜଣେ ଚିତ୍ରକରଙ୍କ କଥା କହୁଛୁ ଯିଏ ବିଭିନ୍ନ ସାମଗ୍ରୀରେ ଚିତ୍ରଆଙ୍କି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେହି ଯୁବକ ଜଣକ ହେଲେ ମନୋଜ କୁମାର ସାହୁ ।

ମନୋଜଙ୍କ ନିଜ ଘର କେନ୍ଦ୍ରାପଡା ଜିଲ୍ଲାରେ । ମନୋଜ ଜଣେ ଭଲ ଛାତ୍ର । ପାଠ ଓ ପେଟପାଟଣା ପାଇଁ ସେ କେନ୍ଦ୍ରାପଡାରୁ କଟକ ଆସିଛନ୍ତି । କିଛି ଦିନ ହେବ ସେ କଟକ ସିଡିଏ-7ରେ ଭଡା ଘରେ ରହି ଆସୁଛନ୍ତି । ପ୍ରଥମେ ମନୋଜ ପେପର ଓ ପେନସିଲରେ ଚିତ୍ର ଆଙ୍କୁଥିଲେ । ଏହାପରେ କିଛି ଅଲଗା କରିବାକୁ ଭାବିଥିଲେ ମନୋଜ । ଏହା ପରେ ସାବୁନ, ଡାଲି ଚାଉଳ, କାଜୁ ଆଦିରେ ଗଢି ଚାଲିଛନ୍ତି ନିଆରା ଚିତ୍ରକଳା । ଜଗତର ନାଥ ଜଗନ୍ନାଥ, ମାଆ କଟକ ଚଣ୍ଡୀ, ସୁବାସ ବୋଷ, ମିଲଖା ସିଂ ଓ ଅନ୍ୟାନ୍ୟ ଠାକୁର ଠାକୁରାଣୀଙ୍କ ପ୍ରତିମୂର୍ତ୍ତିକୁ ନିଜ ହାତରେ କରିଛନ୍ତି ଜୀବନ୍ତ । ମନୋଜଙ୍କ ଏହି କାରିଗରୀ ପାଉଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି । ଚିତ୍ର ସହିତ ପାଠପଢା ମଧ୍ୟ ଜାରି ରଖିଛନ୍ତି ମନୋଜ । ସମାଜ ପାଇଁ ଅବଦାନ ଥିବା ସମସ୍ତ ବ୍ୟକ୍ତିତ୍ବଙ୍କୁ ନିଜ ହାତ ଯାଦୁରେ ଆଙ୍କିଛନ୍ତି ସେ । ଆଗକୁ ଭଲ ଚାକିରୀ କରିବା ସହିତ ଚିତ୍ର କରିବା ଜାରି ରଖିବେ ବୋଲି କହିଛନ୍ତି ମନୋଜ ।

ପରିବାରରେ ଆର୍ଥିକ ଅନଟନ ଯୋଗୁଁ ଘରୁ ଗୋଡ଼ କାଢି ଚାକରି କରି ପାଠ ପଢିବା ପାଇଁ ଧାର୍ଯ୍ୟ କରିଥିଲେ ସେ । ଯାହାପାଇଁ ସେ ମଧ୍ୟ ଜୀବନ ଯୁଦ୍ଧରେ ସେ ସଫଳତା ହାସଲ କରି ଚାଲିଛନ୍ତି । ମନୋଜଙ୍କ ଏହି ପ୍ରତିଭା ତାଙ୍କୁ କଟକ ସିଡିଏରେ ଘରେ ଘରେ ପରିଚିତ କରିଛି । ଜଣେ ମେଧାବୀ ଛାତ୍ର ସହିତ କଳାରେ ନିଖୁଣତା ରଖିଛନ୍ତି ମନୋଜ । ଯଦି ସରକାରଙ୍କ ପକ୍ଷରୁ ମନୋଜଙ୍କୁ କିଛି ପ୍ରୋତ୍ସାହନ ମିଳିପାରନ୍ତା ତେବେ ସାରା ଓଡ଼ିଶାରେ ସେ ନିଜର ପ୍ରତିଭା ପଦର୍ଶନ କରି ପାରନ୍ତେ ସେଥିରେ ଟିକେ ବି ସନ୍ଦେହ ନାହିଁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.