କଟକ: ନୌବାଣିଜ୍ୟ ସଂଗ୍ରହାଳୟରେ ଇଣ୍ଡିଆନ ନେସନାଲ ଟ୍ରଷ୍ଟ ଫର୍ ଆର୍ଟ ଏଣ୍ଡ କଲ୍ଚର ହେରିଟେଜ ପକ୍ଷରୁ ଡକ୍ୟୁମେଣ୍ଟେସନ୍ ଅନ ଦ ହେରିଟେଜ ଅଫ ମହାନଦୀର ଶୁଭାରମ୍ଭ କରାଯାଇଛି । ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ଇଣ୍ଟାକ୍ ଅଧ୍ୟକ୍ଷ ମେଜର ଜେନେରାଲ ଲଳିତ କୁମାର ଗୁପ୍ତା, ରେଭେନ୍ସ । ବିଶ୍ଵବିଦ୍ୟାଳୟର କୁଳପତି ସଞ୍ଜୟ କୁମାର ନାୟକ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଗବେଷକ ଅନିଲ ଧିରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରାଜ୍ୟରେ ଥିବା ମହାନଦୀ ଓ ତା ଐତିହ୍ୟ, ପରମ୍ପରା ସମ୍ବନ୍ଧରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଛି । ବର୍ତ୍ତମାନ ମହାନଦୀର ସୁରକ୍ଷା ପାଇଁ ସରକାରଙ୍କୁ ତୀବ୍ର ଗତିରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହା ସହ ଏହାକୁ ବଞ୍ଚେଇବା ପାଇଁ ଅଧିକରୁ ଅଧିକ ମାତ୍ରାରେ ଜନ ସଚେତନତା କାର୍ଯ୍ୟକ୍ରମ କରିବାର ମଧ୍ୟ ଆବଶ୍ୟକତା ରହିଛି ବୋଲି ଗବେଷକମାନେ କହିଛନ୍ତି । ଦୀର୍ଘ ଦିନ ଧରି ଯେଉଁ ମହାନଦୀକୁ ନେଇ ବାଦ ବିବାଦ ଜାରି ରହିଛି ତାହା ଉପରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରଯାଉନି ।
ମହାନଦୀକୁ ନଦୀ କମ୍ ହ୍ରଦର ଆଖ୍ୟା ମିଳିଲାଣି । ଯାହା କେବେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଗବେଷକ । ତେବେ ଭାରତୀୟ ରାଷ୍ଟ୍ରୀୟ ଆର୍ଟ ଏବଂ କଲ୍ଚରାଲ ହେରିଟେଜ ପକ୍ଷରୁ ଗତକାଲି ଯୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରାହଳୟ ଠାରେ ମହାନଦୀର ଐତିହ ତଥା ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ପର୍କରେ ଏକ ଦସ୍ତାବିଜ୍ ଲୋକାର୍ପଣ କରାଯାଇଛି । ଏହି ଦସ୍ତାବିଜରେ ମହାନଦୀର ଅତୀତର ଭୌଗଳିକ ଚିତ୍ର ଏବଂ ବର୍ତ୍ତମାନ ଭବିଷ୍ୟତର ଚିତ୍ର ଦର୍ଶାଯାଇଛି ।
ମହାନଦୀର ଅତୀତର ସ୍ଥିତି ବିଭିନ୍ନ ଦିଗକୁ ବିଚାର କରାଯାଇ ଏହି ଦସ୍ତାବିଜରେ ଦର୍ଶାଯାଇ ଉପସ୍ଥାପନ କରାଯାଇଛି । ବିଶେଷ କରି ଓଡ଼ିଶାର ଅତୀତ ନୌ ବାଣିଜ୍ୟ ପରମ୍ପରାକୁ ଉଦ୍ଧାର କରାଯାଇ ଏହାର ବିଭିନ୍ନ ଦିଗ ଉପରେ ଆଲକପାତ କରାଯାଇଛି । ଅତିଥି ବୃନ୍ଦ ମହାନଦୀର ଐତିହ ଦସ୍ତାବିଜକୁ ଉଦଘାଟନ କରି କହିଥିଲେ , ‘‘ଏହି ଦସ୍ତାବିଜଟି ଭବିଷ୍ୟତ ବଂଶ ଧର ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ। ଯାହାଫଳରେ ଆଗାମୀ ଦିନର ଛାତ୍ରଛାତ୍ରୀ ମାନେ ମହାନଦୀର ଅତୀତର ଐତିହ ସମ୍ପର୍କରେ ବହୁ ତଥ୍ୟ ଜାଣିପାରିବେ।’’
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମେଜର ଜେନେରାଲ ଲଳିତ କୁମାର ଗୁପ୍ତା, ରେଭେନ୍ସା ବିଶ୍ବବିଦ୍ୟାଳୟର କୁପତି ପ୍ରଫେସର୍ ଡକ୍ଟର ସଞ୍ଜୟ କୁମାର ନାୟକ ଅତିଥି ଭାବରେ ଯୋଗଦେଇ କହିଲେ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ସଭ୍ୟତାର ବିକାଶ ସାଙ୍ଗକୁ ମହାନଦୀରେ ବିକାଶ ଘଟିଛି । ମାତ୍ର ଭୌଗଳିକ ଦୃଷ୍ଟି କୋଣରୁ ଏହା ଦିନକୁ ଦିନ ଅବକ୍ଷୟ ଆଡ଼କୁ ଗତି କରୁଥିବା ଚିନ୍ତା ଜନକ ହୋଇପଡିଛି । ଏହି ଅବସରରେ ଦୁଇଟି ପୁସ୍ତକ "ହେରିଟେଜ ଅଫ୍ ମହାନଦୀ", "ଭାଲି ଇନ୍ ଓଡ଼ିଶା"କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ । ମହାନଦୀ ଉପରେ ବିଭିନ୍ନ ପ୍ରକାର ସଚେତନତା ପାଇଁ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଇଟିଭି ଭାରତ,କଟକ