ETV Bharat / state

ସବୁ ମଣ୍ଡପରେ ୪ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ ହେବ: ପୋଲିସ କମିଶନର - କଟକ ଦୁର୍ଗା ମଣ୍ଡପ

ସମସ୍ତ ପୂଜା ମଣ୍ଡପରେ ୪ ଫୁଟ ଉଚ୍ଚତା ମୂର୍ତ୍ତି ନିର୍ମାଣ କରିବାକୁ ପୋଲିସ କମିଶନର ଅନୁମତି ଦେଇଛନ୍ତି । ଯେଉଁମାନେ ୭ ଫୁଟ କିମ୍ବା ୪ ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବେ, ସେମାନଙ୍କୁ ଅନୁମତି ମିଳିବ ନାହିଁ ।

ସବୁ ମଣ୍ଡପରେ ୪ ଫୁଟ ଉଚ୍ଚତା ମୂର୍ତ୍ତି ନିର୍ମାଣ ହେବ: ପୋଲିସ କମିଶନର

author img

By

Published : Sep 18, 2020, 8:26 AM IST

କଟକ:ମୂର୍ତ୍ତି ନିର୍ମାଣକୁ ନେଇ ପୁଣି ଆରମ୍ଭ ହେଲା ବିବାଦ । ସମସ୍ତ ପୂଜା ମଣ୍ଡପରେ ୪ ଫୁଟ ଉଚ୍ଚତା ମୂର୍ତ୍ତି ନିର୍ମାଣ କରିବାକୁ ପୋଲିସ କମିଶନର ଅନୁମତି ଦେଇଛନ୍ତି । ଯେଉଁମାନେ ୭ ଫୁଟ କିମ୍ବା ୪ ଫୁଟ ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବେ,ସେମାନଙ୍କୁ ଅନୁମତି ମିଳିବ ନାହିଁ। ଅର୍ଥାତ ସେମାନେ ପୁନର୍ବାର ମୂର୍ତ୍ତି ନିର୍ମାଣ କରିବାକୁ କମିଶନର ସ୍ପଷ୍ଟ କରିଛନ୍ତି ।

ସବୁ ମଣ୍ଡପରେ ୪ ଫୁଟ ଉଚ୍ଚତା ମୂର୍ତ୍ତି ନିର୍ମାଣ ହେବ: ପୋଲିସ କମିଶନର
ସବୁ ମଣ୍ଡପରେ ୪ ଫୁଟ ଉଚ୍ଚତା ମୂର୍ତ୍ତି ନିର୍ମାଣ ହେବ,ପୋଲିସ କମିଶନର

କମିଶନର ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ଯେ, ହାଇକୋର୍ଟଙ୍କ ରାୟ ପରେ ୬ଟି ପୂଜା ମଣ୍ଡପ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଥିବା ପୋଲିସ ନିକଟରେ ଆବେଦନ କରିଥିଲେ । ପୋଲିସ ମଧ୍ୟ ମଣ୍ଡପ ଗୁଡିକର ଯାଞ୍ଚ କରିଥିଲା । ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ୧୪୨ ପୂଜା ମଣ୍ଡପ ଏଯାବତ ମୂର୍ତ୍ତି ନିର୍ମାଣ କରିନାହାନ୍ତି । ୯ ଟି ପୂଜା ମଣ୍ଡପ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ ୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି । ୭ ଟି ମଣ୍ଡପ ୫ ଫୁଟ ଉପରେ,ଏବଂ ୨ଟି ମଣ୍ଡପ ପାଖାପାଖି ୮ ଫୁଟ ମୂର୍ତ୍ତି ନିର୍ମାଣ କରିଛନ୍ତି । ତେବେ ୯୩ ପ୍ରତିଶତ ମଣ୍ଡପ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ସପକ୍ଷରେ ଅଛନ୍ତି । ସବୁଠାରୁ ବଡ଼ କଥା ହେଉଛି ମୂର୍ତ୍ତି ନିର୍ମାଣ ପାଇଁ ଯାହା ନିଷ୍ପତ୍ତି ନିଆଯାଇଛି ପୂଜା କମିଟି,ଶାନ୍ତି କମିଟି ଆଦି ମାନଙ୍କ ସହ ଆଲୋଚନା କରି କରାଯାଇଛି ।

ଅଗଷ୍ଟ ୨୮ ତାରିଖରେ ଆୟୋଜନ କରାଯାଇଥିବା ଏହି ବୈଠକରେ ୩୦ଟି ମଣ୍ଡପର ପ୍ରତିନିଧି ଯୋଗ ଦେଇଥିଲେ । ଏହି ନିର୍ଦ୍ଦେଶ ସମ୍ପର୍କରେ ହାଇକୋର୍ଟ ଦ୍ବାରସ୍ଥ ହୋଇଥିବା ପିଟିସନର ମଧ୍ୟ ଅବଗତ ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଅନ୍ୟ ଅଭୁମୁଖ୍ୟ ଗ୍ରହଣ କରିଥିବା କମିଶନର ସ୍ପଷ୍ଟ କରିଛନ୍ତି । ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ମହାଳୟାରେ ଖଡ଼ିଧରା ନୀତି ସମ୍ପର୍କରେ ଯେଉଁ ସୂଚନା ଦିଆଯାଇଥିଲା, ସେସମ୍ପର୍କରେ ଅନୁଭବୀ ବିଶ୍ବକର୍ମା ପ୍ରଦୀପ ବେହେରା, 2ଜଣ ଅନୁଭବୀ ପୂଜକଙ୍କ ସହ ଆଲୋଚନା କରାଯାଇଥିଲା । ଆଲୋଚନାରୁ ସ୍ପଷ୍ଟ ହୋଇଥିଲା ଯେ ମଳମାସ ପୂର୍ବରୁ ମୂର୍ତ୍ତି ନିର୍ମାଣ ଆରମ୍ଭ ବିଧି ରହିଥିବାରୁ ରାଧାଷ୍ଟମୀରୁ ମାଟି ଅନୁକୂଳ ହୁଏ । ୧୭ ସେପ୍ଟେମ୍ବର ପୂର୍ବରୁ ମୂର୍ତ୍ତି ନିର୍ମାଣ ଅନୁକୂଳ କରି ମଳମାସରେ ମଧ୍ୟ ମୂର୍ତ୍ତି ନିର୍ମାଣ କରାଯାଇପାରିବ । ତେଣୁ ଉଚ୍ଚ ମୂର୍ତ୍ତି ନିର୍ମାଣ କରି ସାରିଥିବା ମଣ୍ଡପ ଏହାକୁ ବଦଳାଇ ବାରେ କୌଣସି ଅସୁବିଧା ନାହିଁ । ତେଣୁ ସରକାରୀ ନିୟମାବଳୀ ପାଳନରେ କୌଣସି ଧାର୍ମିକ ପ୍ରତିବନ୍ଧକ ନାହିଁ ବୋଲି କମିଶନର କହିଛନ୍ତି । ଏଭଳି ସ୍ଥିତିରେ ଆଉ କାହାକୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦିଆଯିବ ନାହିଁ ।

ସୂଚନାଯୋଗ୍ୟ, ଏହି ମାମଲାର ଶୁଣାଣି କରି ହାଇକୋର୍ଟ ପୂଜା କମିଟିମାନଙ୍କୁ ସ୍ଥିତି ସମ୍ପର୍କରେ ସନ୍ଧ୍ୟା ୭ଟା ସୁଦ୍ଧା କଟକ ଡିସିପିଙ୍କ ନିକଟରେ ଆବେଦନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ତାହାର ସମୀକ୍ଷା କରି ଆବଶ୍ୟକ ନିଷ୍ପତି ନେବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ତେବେ ପୋଲିସ କମିଶନରଙ୍କ ଏପରି ବିବୃତ୍ତିକୁ ନେଇ ସହରରେ ପୁଣି ଥରେ ବିବାଦ ଉପୁଜିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.