ETV Bharat / state

ଚିକିତ୍ସା ଅବହେଳାରୁ ଚାଲିଗଲା ୯ ବର୍ଷ ଶିଶୁର ଜୀବନ - 9 years child death under treatment in Cuttack sisubhawan

କଟକ ଶିଶୁଭବନରେ ଚିକିତ୍ସା ଅବହେଳାରୁ ଚାଲିଗଲା ୯ ବର୍ଷ ଶିଶୁର ଜୀବନ । ଏ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ । ହେଲେ ସମ୍ପୂର୍ଣ୍ଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିଶୁଭବନ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନାଥ ବେହେରା । ଅଧିକ ପଢନ୍ତୁ...

9 years child death under treatment in Cuttack sisubhawan
ଶିଶୁଭବନରେ ଚିକିତ୍ସା ଅବହେଳାରୁ ଚାଲିଗଲା ୯ ବର୍ଷ ଶିଶୁର ଜୀବନ
author img

By

Published : Jun 1, 2021, 10:04 PM IST

କଟକ: ଶିଶୁଭବନରେ ଚିକିତ୍ସା ଅବହେଳାରୁ ଚାଲିଗଲା ୯ ବର୍ଷ ଶିଶୁର ଜୀବନ। ଏ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ । ହେଲେ ସମ୍ପୂର୍ଣ୍ଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିଶୁଭବନ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନାଥ ବେହେରା।

ଟିକିଏ ଭଲ କରି ଦେଖନ୍ତୁ ଏହି ଦୁଃଖ ଭରା ଦୃଶ୍ୟକୁ । କେମିତି ଶିଶୁଭବନ ପରିସରରେ କାନ୍ଦି କାନ୍ଦି ମୂର୍ଚ୍ଛା ହୋଇଯାଉଛନ୍ତି ଏହି ମହିଳା ଜଣକ। କୋଟିଏ ଦିଅଁ ପୂଜି ପୁଅଟିଏ ଜନ୍ମ କରିଥିଲେ ହେଲେ ଆଜି ସେଇ ପୁଅ ପର କରି ଛାଡି ଚାଲିଗଲା ଆର ପାରିକୁ । ସେଇ ପୁଅ ପାଇଁ ବାହୁନି ବାହୁନି କାନ୍ଦୁଛି ମା ।

ଶିଶୁଭବନରେ ଚିକିତ୍ସା ଅବହେଳାରୁ ଚାଲିଗଲା ୯ ବର୍ଷ ଶିଶୁର ଜୀବନ

ହେଲେ ଆଉ କିଏ ଡାକିବ ମା’ ମା’ ବୋଲି । ଇଏ ହେଉଛନ୍ତି ସେଇ ମା’ ଯିଏ ଗତକାଲି (ସୋମବାର) ରାତିରେ ଶିଶୁଭବନରେ ଚିକିତ୍ସା ଧୀନ ଅବସ୍ଥାରେ ନିଜର ପୁଅକୁ ହରାଇଛି । ପୁଅର ଚିକିତ୍ସା ଠିକ ଭାବରେ କରାଯାଇନଥିବା ସହ ଚରମ ଅବହେଳା ହେତୁ ପୁଅର ଜୀବନ ଚାଲିଗଲା ବୋଲି କହି ବାହୁନି ବାହୁନି କାନ୍ଦୁଛି ଏହି ଅଭାଗିନୀ ମା’ । ଦୀର୍ଘ ଦେଢବର୍ଷ ହେବ ପୁଅର ଦେହ ଖରାପ ରହୁଥିଲା ବାରମ୍ବାର ଶିଶୁଭବନ ଆଣି ଚିକିତ୍ସା କରାଉଥିଲେ ହେଲେ ଦୁଇଦିନ ହେବ ପିଲାର ଦେହ ଅଧିକ ଖରାପ ହେବାରୁ ତାହାର ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବା ବେଳେ କୌଣସି ଚିକିତ୍ସା କରାନଯିବା ସହ ଦୁର୍ବ୍ୟବହାର ମଧ୍ୟ କରିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଯାହାଫଳରେ ଚାଲିଗଲା ଶିଶୁଟିର ଜୀବନ । ମୋ ପୁଅକୁ ଫେରାଅ ବୋଲି କାନ୍ଦି କାନ୍ଦି ଶିଶୁ ଭବନ ସମ୍ନାରେ ଗଡୁଛନ୍ତି ମା’ ।

ଅନ୍ୟପଟେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଶିଶୁଭବନର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନାଥ ବେହେରା। ସେ କହିଛନ୍ତି ପିଲାଟି ଆଗରୁ ବାତ ଓ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ଏମିତିକି ଅନେକ ଦିନ ହେବ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା। ଏବଂ ବହୁବିଧ ରୋଗରେ ଗତି କରୁଥିଲା । ଯାହା ପାଇଁ ଯଥାସମ୍ଭବ ଚିକିତ୍ସା କରାଯାଇଥିଲା।

ହେଲେ କିଛି ଦିନ ଅଚେତ ରହିବା ପରେ ସେ ଆଖି ବୁଜିଲା । ଚିକିତ୍ସା ଦିଗରେ ଯଥେଷ୍ଟ ଅଗ୍ରଗତି କରାଯିବା ପରେ ମଧ୍ୟ ନିରାଶ ହୋଇଥିଲେ ଡାକ୍ତରୀ ଟିମ । ଏହାରି ଭିତରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ଓ ଆରୋପ ପ୍ରତ୍ୟାରୋପ ମଧ୍ୟ ହେଉଛି। କିଏ କହୁଛି ସତ । ହେଲେ ଅନ୍ୟପଟେ ଗୋଟିଏ ବଡ଼ ଦୁଃଖର କଥା ହେଲା କି, ଗୋଟିଏ ମାଆର ହୋଇଗଲା କୋଳ ଶୂନ୍ୟ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.