ETV Bharat / state

SCBରେ ଲାଗିବ ECMO ମେସିନ

ଖୁବଶୀଘ୍ର SCB ମେଡିକାଲରେ ଲାଗିବ ମୃତ୍ୟୁ ସଞ୍ଜୀବନି ECMO ମେସିନ ।  ଏନେଇ ପକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଅଧିକ ପଢ଼ନ୍ତୁ...

author img

By

Published : Jul 8, 2021, 10:15 PM IST

extracorporeal membrane oxygenation machine, ECMO machine in SCB,  cuttack SCB medical, SCBରେ ଲାଗିବ ECMO ମେସିନ, ଏସସିବି ମେଡିକାଲ, ଏକମୋ ମେସିନ
SCBରେ ଲାଗିବ ECMO ମେସିନ

କଟକ: କଟକ SCB ମେଡିକାଲ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଅଧ୍ୟାୟ । ଖୁବଶୀଘ୍ର SCB ମେଡିକାଲରେ ଲାଗିବ ମୃତ୍ୟୁ ସଞ୍ଜୀବନି ECMO ମେସିନ । ଏନେଇ ପକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ECMO ଚିକିତ୍ସା ରାଜ୍ୟରେ ଆରମ୍ଭ ହେଲେ ଉପକୃତ ହେବେ କୋଭିଡରେ ଆକ୍ରାନ୍ତ ହୋଇ ଫୁସଫୁସ ସଂକ୍ରମିତ ହେଉଥିବା ଗୁରୁତର ରୋଗୀ ।

SCBରେ ଲାଗିବ ECMO ମେସିନ

କୋଭିଡରେ ଗୁରୁତର ଫୁସଫୁସ ସଂକ୍ରମିତଙ୍କୁ ଆଉ ଯିବାକୁ ପଡ଼ିବ ନାହିଁ ରାଜ୍ୟ ବାହାରକୁ । ଖୁବଶୀଘ୍ର କଟକରେ ଲାଗିବ ଜୀବନ ରକ୍ଷାକାରୀ ECMO ମେସିନ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପକ୍ରିୟା ଆରମ୍ଭ କରିଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବରଂ ଏକାସଙ୍ଗେ ୯ଟି ECMO ମେସିନ କାଡିଓ ଥୋରାସିକ ବିଭାଗରେ ସ୍ଥାପନ ହେବାକୁ ଯାଉଛି ।

ଏଥିପାଇଁ ବିଶେଷଜ୍ଞ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ସେମାନଙ୍କୁ ଟ୍ରେନିଂ ନେବାକୁ କୋଲକାତା ପଠାଯିବ। ଚଳିତ ମାସ ଶେଷ ସୁଦ୍ଧା ଟ୍ରେନିଂ ନେବାପରେ ଅଗଷ୍ଟ ୧୫ରେ ECMO ମେସିନ କାର୍ଯ୍ୟକ୍ଷମ ହେବ । ଖାଲି ଫୁସଫୁସ ନୁହେଁ ବରଂ ହୃତପିଣ୍ଡକୁ ବାଇପାସ କରି ଜଣେ ଗୁରୁତର ରୋଗୀଙ୍କୁ ବଞ୍ଚାଇ ପାରିବ ଏହି ମେସିନ। SCB ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି SCBର ଜରୁରୀକାଳୀନ ଅଧିକାରୀ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.