ETV Bharat / state

ଓଡ଼ିଶା ପୋଲିସକୁ 88 ବର୍ଷ ପୂର୍ତ୍ତି, ମାଓ ଅପରାଧ ଦମନରେ ଆଗଉଛି ରାଜ୍ୟ: ଡିଜି

କଟକ ଷଷ୍ଠ ବାଟାଲିଅନରେ ୮୮ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ

odisha police foundation day celebrated in cuttack
କଟକରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ
author img

By

Published : Apr 1, 2023, 7:49 PM IST

Updated : Apr 2, 2023, 8:01 AM IST

କଟକରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ

କଟକ: ପବିତ୍ର ଉତ୍କଳ ଦିବସ ଉପଲକ୍ଷେ କଟକ ଷଷ୍ଠ ବାଟାଲିଅନରେ ଥିବା ପୋଲିସ ରିର୍ଜଭ ପଡ଼ିଆରେ ପାଳିତ ହୋଇଯାଇଛି ଓଡ଼ିଶା ପୋଲିସର ୮୮ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମିଳିତ ପରେଡରେ ଅବିଭାଦନ ଗ୍ରହଣ କରିଛନ୍ତି ପୋଲିସ ଡିଜି ସୁନୀଲ ବଶଂଲ । ଓଡ଼ିଶା ପୋଲିସ ମାଓ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କଥା କହିଛନ୍ତି ଡିଜିପି ।

ଓଡ଼ିଶା ପୋଲିସ ସମ୍ମୁଖରେ ଅନେକ ନୂଆନୂଆ ଚ୍ୟାଲେଞ୍ଜ ଆସି ଠିଆ ହୋଇଥିବା ବେଳେ ସେହି ସମସ୍ତ ଚ୍ୟାଲେଞ୍ଜକୁ ସଫଳତାର ମୁକାବିଲା କରିବା ପାଇଁ ସମର୍ଥ ଥିବା କଥା ମଧ୍ୟ କହିଛନ୍ତି ଡିଜିପି ସୁନୀଲ ବଶଂଲ । ଏନେଇ ସେ କହିଛନ୍ତି, "ଆଗାମୀ ଦିନରେ ଓଡ଼ିଶା ପୋଲିସକୁ ଏକ ନୂତନ ସୋପାନରେ ପହଞ୍ଚାଇବା ପାଇଁ ସବୁ ପୋଲିସ କର୍ମଚାରୀ ଚେଷ୍ଟା କରିବା ଦରକାର । ତେବେ ସମାଜରେ ବଢୁଥିବା ଅପରାଧକୁ ରୋକିବା ପାଇଁ ପୋଲିସ ଆଧୁନିକୀରଣ ଆବଶ୍ୟକତା ରହିଛି ଏବଂ ଓଡ଼ିଶା ପୋଲିସ ସେହି ଦିଗରେ ମଧ୍ୟ କାର୍ଯ୍ୟ ଜାରି ରଖିଛି । ଆଧୁନିକୀକରଣ ଜରିଆରେ ଓଡ଼ିଶାରେ ମାଓ ସମସ୍ୟା ନିୟନ୍ତ୍ରଣ ହୋଇପାରିଛି ।"

ଏହା ମଧ୍ୟ ପଢ଼ନ୍ତୁ: ନବରଙ୍ଗପୁରରେ 88 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସମୟରେ ସାଇବର କ୍ରାଇମ ପୋଲିସ ପାଇଁ ନୂଆ ଚାଲେଞ୍ଜ ସୃଷ୍ଟି କରିଛି । ଓଡ଼ିଶା ପୋଲିସ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି । ପୋଲିସ ପ୍ରଶଂସନୀୟ କାର୍ଯ୍ୟ କରୁଛି , ରଥଯାତ୍ରା ଏବଂ ବିଶ୍ୱକପ ହକିର ସଫଳ ଆୟୋଜନ ତାର ପ୍ରମାଣ । ୨୦୨୨ ମସିହାରରେ ଗଞ୍ଜାମର ଆସ୍କା ଥାନା ଦେଶର ଏକ ନମ୍ବର ଥାନା ହୋଇପାରିଛି । ସାଇବର କ୍ରାଇମ ରୋକିବାରେ ପୋଲିସ ସଫଳ ହୋଇପାରିଛି । ରାଜ୍ୟରେ ୧୭ଟି ସାଇବର ଥାନା ପ୍ରତିଷ୍ଠା ହୋଇଛି । ନୂତନ ଥାନା ସହ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ପୋଲିସ ପ୍ରତିଷ୍ଠା ଦିବସରେ ସମସ୍ତ ପୋଲିସ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପୋଲିସ ଡିଜି । ତେବେ କର୍ତ୍ତବ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି ଓଡ଼ିଶା ପୋଲିସ । ନିରନ୍ତର ସେବା ଯୋଗାଇବାରେ ତତ୍ପର ରହିଛି । ତେବେ ଆଗମୀ ଦିନରେ ଏହିଭଳି ସେବା ମନୋଭାବ ରଖି ପୋଲିସ କାର୍ଯ୍ୟ କରିବ ବୋଲି କହିଛନ୍ତି ସୁନୀଲ ବଂଶଲ । ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Apr 2, 2023, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.