ETV Bharat / state

8 ଦଫା ଦାବିରେ ବିଜେପିର 8ଦିନରେ ଧାରଣା, ପ୍ରଶାସନକୁ ନିନ୍ଦା କଲେ ସୂର୍ଯ୍ୟବଂଶୀ ସୂରଜ - ବିଜେପିର ଆଠ ଦଫା ଦାବି

ଆଠ ଦଫା ଦାବିରେ ବିଜେପି ଦଳର ଧାରଣା ଆଠ ଦିନରେ । ଧାରଣାସ୍ଥଳରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଅଧିକ ପଢନ୍ତୁ

ଆଠ ଦଫା ଦାବିରେ ବିଜେପିର ୮ ଦିନର ଧାରଣା, ପ୍ରଶାସନକୁ ନିନ୍ଦା କଲେ ସୂର୍ଯ୍ୟବଂଶୀ ସୂରଜ

author img

By

Published : Dec 12, 2022, 10:18 PM IST

ଆଠ ଦଫା ଦାବିରେ ବିଜେପିର ୮ ଦିନର ଧାରଣା, ପ୍ରଶାସନକୁ ନିନ୍ଦା କଲେ ସୂର୍ଯ୍ୟବଂଶୀ ସୂରଜ

ନିଆଳି: ଆଠ ଦଫା ଦାବିରେ ନିଆଳିରେ ବିଜେପିର ଧାରଣା । କେନ୍ଦ୍ରରୁ ଆସୁଥିବା ଅନୁଦାନର ହରିଲୁଟକୁ ବିରୋଧ କରି ଧାରଣାରେ ବସିଛନ୍ତି ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । କଟକ ଜିଲ୍ଲା ନିଆଳି ବ୍ଲକ ସମ୍ମୁଖରେ ନିଆଳି ବିଜେପି ଦଳ ନେତା ଛବି ମଲ୍ଲିକଙ୍କ ନେତୃତ୍ବରେ ଆଠ ଦଫା ଦାବିରେ ଧାରଣା ଆଜି ( ସୋମବାର ) ଆଠ ଦିନରେ ପହଞ୍ଚିଛି । ନିଆଳି ବିଡିଓଙ୍କ ମନମୁଖୀ କାର୍ଯ୍ୟ କାର୍ଯ୍ୟକୁ ବିରୋଧ କରି ବିଜେପି ପକ୍ଷରୁ ଏହି ଧାରଣା ଦିଆଯାଇଛି । ହେଲେ ଧାରଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଧାରଣାସ୍ଥଳରେ କଟକ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ପହଞ୍ଚି ନାହାନ୍ତି ।

ବିଜେପିର ଏହି ଧାରଣାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ବଢି ଚାଲିଛି । ବିଗତ ଆଠ ଦିନ ଧରି ବିଜେପିର ଏହି ଧାରଣା ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଧାରଣାସ୍ଥଳରେ ନ ପହଁଞ୍ଚିବା ଘଟଣାକୁ ନିନ୍ଦା କରିଛନ୍ତି ଧାମନଗର ବିଧାୟକ । ନିଆଳି ବ୍ଲକରେ ଅଧିକାଂଶ ଲୋକଙ୍କ ନିକଟରେ କେନ୍ଦ୍ର ସରକାର ପଠେଇ ଥିବା ଯୋଜନାକୁ ବିଡିଓ ପହଞ୍ଚେଇବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ନିଆଳି ବ୍ଲକର କେତେକ ପଞ୍ଚାୟତରେ ବିରୋଧୀ ଦଳର ଲୋକ ପ୍ରତିନିଧିମାନଙ୍କୁ ସରକାରୀ ଜନ କଲ୍ୟାଣ ଯୋଜନାରେ ନିଆଳି ବ୍ଲକ ପ୍ରଶାସନ ଅସହଯୋଗ କରିବା ଘଟଣାକୁ ବିରୋଧ କରିଛି ବିଜେପି । କରେ ଥିବା ଅଧିକାଂଶ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଣଦେଖା କରାଯାଉଥିବା କୁହାଯାଇଛି । ଏନେଇ ବିଜେପି ନେତା ଓ କର୍ମୀ ନିଆଳି ବ୍ଲକରେ ସରକାରୀ ଜନ କଲ୍ୟାଣୀ ଯୋଜନାରେ ବ୍ୟାପକ ଦୁର୍ନୀତି, ବାଟ ମାରଣା, ପାତର ଅନ୍ତର ଓ ବିରୋଧୀ ଦଳର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ପ୍ରଶାସନ ଅସହଯୋଗ କରିବା ଏଭଳି ୮ ଦଫା ଦାବିରେ ଗତ ୫ ତାରିଖ ଠାରୁ ଧାରଣା ଦେଇଛନ୍ତି । ଧାରଣା ଯେତିକି ଦିନ ଗଡୁଛି ଲୋକଙ୍କ ସହଯୋଗ ମିଳୁଛି ବୋଲି କହିଛି ବିଜେପି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.