କଟକ: ରାଜ୍ୟରେ ସଂକ୍ରମଣ ମାମଲା ହୁ ହୁ ବଢିବାରେ ଲାଗିଛି । ହେଲେ ଅମାନିଆଙ୍କୁ ଏବେ ବି କୋରୋନା ଭୟ ନାହିଁ । ତାଲାବନ୍ଦ ନିୟମକୁ ଉଲ୍ଲଙ୍ଘନ ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ 7289ଟି ମାମଲା ରୁଜୁ ହୋଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ସୋମବାର ସକାଳୁ ଠାରୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୭ ଟି ମାମଲା ରୁଜୁ କରାଯାଇଛି।ଏହି ୭ ଟି ମାମଲା ମଧ୍ୟରୁ ୬ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଥିଲା। ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଗତ ତିନି ମଧ୍ୟରେ ରାଜ୍ୟରେ 30 ଅଧିକ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି । ସୋମବାର ଗୋଟିଏ ଦିନରେ 1384 ମାମଲା ରିପୋର୍ଟ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ