କଟକ: ସିଲଭର ସିଟିରେ ଚାଲିଛି ବେଧଡ଼କ ଗଞ୍ଜେଇ ଚାଲାଣ । ଅବକାରୀ ବିଭାଗ ଏତେ ମାତ୍ରାରରେ ଚଢ଼ାଉ କଲା ପରେ ମଧ୍ୟ ସ୍ଥିତି ସମାନ । ଆଜି (ମଙ୍ଗଳବାର) ମଧ୍ୟ ମଙ୍ଗୁଳି ଛକ ନିକଟରୁ ଏକ ବୋଲେରରୁ 60 କେଜି ଗଞ୍ଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ।
କନ୍ଧମାଳରୁ ବାଲେଶ୍ଵର ଗଞ୍ଜେଇ ଚାଲାଣ ହେଉଥିଲା ବେଳେ ଗାଡିକୁ ଅଟକାଇଥିଲା ବିଭାଗ । ସେଥିରୁ ଗଞ୍ଜେଇକୁ ଜବତ କରି 2 ଜଣଙ୍କୁ ଗିରଫ କରିଛି ବିଭାଗ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 6 ଲକ୍ଷ ହେବ ବୋଲି ସ୍ପଷ୍ଟ କରିଛି ବିଭାଗ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ