ETV Bharat / state

ସରକାରୀ ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ, 6 ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Sep 3, 2023, 7:57 PM IST

ସରକାରୀ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ । ଚାକିରି କରାଇ ଦେବାକୁ କହି 50 ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ । ପୋଲିସ କବ୍‌ଜାରେ ଧରାପଡ଼ିଲା ଠକ ରାକେଟ । ଅଧିକ ପଢ଼ନ୍ତୁ

ସରକାରୀ ଚାକିରି ନାଁରେ ଠକେଇ
ସରକାରୀ ଚାକିରି ନାଁରେ ଠକେଇ
ସରକାରୀ ଚାକିରି ନାଁରେ ଠକେଇ

କଟକ: ସରକାରୀ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ। ଚାକିରି କରାଇ ଦେବା କହି 50 ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ। ପୋଲିସ କବ୍ଜାରେ ଧରାପଡ଼ିଲା ଠକ ରାକେଟ। ଜଣେ ମହିଳାଙ୍କ ସମେତ 5 ଜଣଙ୍କୁ ଗିରଫ କରିଛି କଟକ କମିଶନର ପୋଲିସ ।

ସୂଚନା ଅନୁସାରେ, ଲୋକମାନଙ୍କୁ ସରକାରୀ ଚାକିରି କରାଇ ଦେବା କହି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଥିଲା। ତେବେ ଏହି ଠକେଇର ମାଷ୍ଟର ମାଇଣ୍ଡ ଥିଲା କଟକ ବାଙ୍କୀ ଅଞ୍ଚଳର ସଞ୍ଜୟ ନାୟକ। ଏହାସହ ତାକୁ ଏହି କାମରେ ପୁରା ସହଯୋଗ କରୁଥିଲା ସଞ୍ଜୟର ସ୍ତ୍ରୀ ସାଜି ରହୁଥିବା ଦିପାଳିକା । ଉଭୟ ଏକାଠି କଟକର ଏକ ଭଡ଼ା ଘରେ ମାସିକ ଭଡ଼ା ଦେଇ ରହିବା ସହ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁ ଥିଲେ । ଠକେଇ ଟଙ୍କାରେ ମୁମ୍ବାଇ, ଦିଲ୍ଲୀ, ବାଙ୍ଗୋଲୋର ଭଳି ବଡ଼ବଡ଼ ସହରରେ ବୁଲି ହୋଟେଲରେ ରହି ଅୟେସ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....Job Scam: ଚାକିରି ନାଁରେ ଭୁଆଁ ବୁଲାଉଥିବା ଠକ ଗିରଫ, ସରକାରୀ ନିଯୁକ୍ତି ପାଇଁ ଦେଉଥିଲା ଫେକ୍ ଅଫର୍‌

ତେବେ ଘଟଣାର ମାଷ୍ଟର ମାଇଣ୍ଡ୍‌ ଠକ ସଞ୍ଜୟ OPDC ଅର୍ଥାତ୍ ଓଡ଼ିଶା ପାୱାର ଥର୍ମାଲ କର୍ପୋରେସନରେ ନିଯୁକ୍ତି କରେଇଦେବା ନାଁରେ ଚୂନ ଲଗାଇ ଲକ୍ଷ ଲକ୍ଷ ଠକୁଥିଲା । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଠକେଇ ନେଟ୍‌ଓ୍ବର୍କ ଚାକିରି ଆଶାୟୀମାନଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ଠାରୁ ଟଙ୍କା ଠକେଇ କରୁଥିଲା । ଏହି ଠକେଇରେ ସାମିଲ ଥିଲା ତାର ଧର୍ମିଣୀ ସାଜିଥିବା ଦିପାଳିକା ମହାନ୍ତି । ଅଭିଯୋଗ ଅନୁଯାୟୀ 50 ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ସହ ସୁନା ଅଳଙ୍କାର, ନକଲି ନିଯୁକ୍ତି ପତ୍ର, ଆଇ କାର୍ଡ ଏବଂ ଦାମୀ କାର, ବାୟୋମେଟ୍ରିକ ମେସିନ ସହ ୪ ଟି ବାଇକକୁ ଜବତ୍ କରିଛି ପୋଲିସ ।

ଏହି ଠକେଇ ଅଭିଯୋଗରେ ସଞ୍ଜୟ ଓ ଦୀପଳିକା ସହ ଅନ୍ୟା 3 ଅଭିଯୁକ୍ତ ଏବଂ ଦୀପଳିକାର ପୁଅ ବିଶାଲକୁ ମଧ୍ୟ ଗିରଫ କରିଛି ପୋଲିସ। ଏହି ଗିରଫ ହୋଇଥିବା ଠକ ଟିମରେ ରେ ଜଣେ ପୂଜକ ମଧ୍ୟ ସାମିଲ ଅଛି। ତେବେ ଏ ଘଟଣା ସେତେବେଳେ ସାମ୍ନା କୁ ଆସିଥିଲା ଯେତେବେଳେ ଦରଘା ବଜାର ଅଞ୍ଚଳର ଏକ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଚାକିରି ଦେବେ କହି ଚୂନ ଲଗାଇଥିଲେ ଏହି ଠକ ଗ୍ୟାଙ୍ଗ। ତେବେ ଏହି ଘଟଣାରେ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଅତରିକ୍ତ ଡିସିପି ଅନୀଲ ମିଶ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.