କଟକ: ଜବରଦସ୍ତ ୨ ଲକ୍ଷ ଟଙ୍କା ଦାଦାବଟି ଆଦାୟ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ।ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଛି।
ସୂଚନା ଅନୁଯାୟୀ, ଜଗତପୁର ଥାନା ଅଞ୍ଚଳର ଶତୃଘ୍ନ ସାହୁ ନାମକ ଜଣେ ବ୍ୟକ୍ତି ଜମି ବିବାଦ ସମ୍ପର୍କରେ ଜଣେ ବନ୍ଧୁଙ୍କ ସହ କଥା ହେଉଥିଲେ । ଏହି ସମୟରେ ହାଠାତ ୬ ଜଣ ବ୍ୟକ୍ତି ପହଞ୍ଚି ଶତୃଘ୍ନଙ୍କ ଠାରୁ ଜବରଦସ୍ତ ୨ ଲକ୍ଷ ଟଙ୍କା ନେଇଥିଲେ। ଏନେଇ ଶତୃଘ୍ନ ଜଗତପୁର ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ଏହାର ତଦନ୍ତ କରି ଅପରାଧୀଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୩ ଟି କାର,୩ ଟି ବାଇକ, ଗୋଟେ ନାଲି ରଙ୍ଗର ସ୍କୁଟି ,ଗୋଟିଏ ବନ୍ଧୁକ ,୫ ରାଉଣ୍ଡ ଜୀବନ୍ତ ଗୁଳି,ଗୋଟିଏ ଛୁରୀ ,୪ ଟି ମୋବାଇଲ ସହ ୨୪ ହଜାର ଟଙ୍କା ନଗଦ ଜବତ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Conclusion:no need