ETV Bharat / state

ସିଏମସିରେ ପୁଣି 57 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୬୭୧କୁ ବୃଦ୍ଧି - cuttack corona update

ରବିବାର କଟକ ମହାନଗର ନିଗମରେ ୫୭ଟି କୋରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି । ଚିହ୍ନଟଙ୍କ ମଧ୍ୟରୁ ୩୬ ଜଣ ହୋମକ୍ବାରେନଣ୍ଟାଇନ ଥିବାବେଳେ ୧୧ ଜଣ ଶିକ୍ଷାନୁଷ୍ଠାନ କ୍ବାରେନଣ୍ଟାଇନର ଥିବା ଜଣାପଡିଛି । ଅଧିକ ପଢନ୍ତୁ...

57 new corona positive identified in cuttack muncipal corporation
ସିଏମସିରେ ପୁଣି 57 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୬୭୧କୁ ବୃଦ୍ଧି
author img

By

Published : Jul 26, 2020, 5:55 PM IST

କଟକ: ଦୈନିକ ରାଜ୍ୟରେ ନିଆଁ ଭଳି ବ୍ୟାପୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ରବିବାର କଟକ ମହାନଗର ନିଗମରେ ୫୭ଟି କୋରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି ।

ଚିହ୍ନଟଙ୍କ ମଧ୍ୟରୁ ୩୬ ଜଣ ହୋମକ୍ବାରେନଣ୍ଟାଇନ ଥିବାବେଳେ ୧୧ ଜଣ ଶିକ୍ଷାନୁଷ୍ଠାନ କ୍ବାରେନଣ୍ଟାଇନର ଥିବା ଜଣାପଡିଛି । ସେହିପରି ଅନ୍ୟ ୨ ଜଣ ପେଡ କ୍ବାରେନଣ୍ଟାଇନର ଥିବାବେଳେ ୮ ଜଣ ପଜିଟିଭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦରଘା ବଜାରର ଜଣେ ୩୭ ବର୍ଷର ଯୁବକ, ମାଲଗୋଦାମ ଅଞ୍ଚଳର ଜଣେ ୫ ବର୍ଷର ଶିଶୁ, ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଜଣେ ୨୧ ବର୍ଷର ଯୁବକ, ଶଙ୍କରପୁର ଅଞ୍ଚଳର ଜଣେ ୪୨ ବର୍ଷର ପୁରୁଷ, ତୁଳସୀପୁର ଅଞ୍ଚଳର ଜଣେ ୩୩ ବର୍ଷର ଯୁବକ, ଓଡ଼ିଆ ବଜାରର ଜଣେ ୫୦ ବର୍ଷର ମହିଳା(କୋରୋନା ଯୋଦ୍ଧା) ଅଛନ୍ତି । ସେହିପରି ଓଡ଼ିଆ ବଜାରର ୧୨ ବର୍ଷର ଛାତ୍ର ଓ ଜଣେ ୮୮ ବର୍ଷର ବୃଦ୍ଧା କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ପ୍ରକାଶ ଥାଉ କି, ଏଯାବତ୍ କଟକ ମହାନଗର ନିଗମ ଅଞ୍ଚଳରୁ ୬୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୨୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ 8 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩୬୭ ଜଣଙ୍କ ଚିକିତ୍ସା ଏବେ ବି ବିଭିନ୍ନ କୋଭିଡ ହସ୍ପିଟାଲରେ ଜାରି ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.