ETV Bharat / state

କଟକରେ ବେଧଡ଼କ ବନ୍ଧୁକ ବ୍ୟବସାୟ, 5 ହାର୍ଡକୋର ଅପରାଧୀ ଗିରଫ

author img

By

Published : Aug 2, 2023, 9:01 PM IST

ଧରାପଡ଼ିଲେ 5 ପେସାଦାର ବନ୍ଧୁକ ବେପାରୀ । ଜବତ ହେଲା 5ବନ୍ଧୁକ ସାଙ୍ଗକୁ 50ରାଉଣ୍ଡ ଅଫୁଟା ଗୁଳି । ଅଧିକ ପଢ଼ନ୍ତୁ

ଧରାପଡ଼ିଲେ 5 ପେସାଦାର ବନ୍ଧୁକ ବେପାରୀ
ଧରାପଡ଼ିଲେ 5 ପେସାଦାର ବନ୍ଧୁକ ବେପାରୀ

ଧରାପଡ଼ିଲେ 5 ପେସାଦାର ବନ୍ଧୁକ ବେପାରୀ

କଟକ: କମିଶନରେଟ ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ 5 ପେସାଦାର ବନ୍ଧୁକ ବେପାରୀ । ଜବତ ହେଲା 5ବନ୍ଧୁକ ସାଙ୍ଗକୁ 50ରାଉଣ୍ଡ ଅଫୁଟା ଗୁଳି । କାରବାରରେ ବ୍ୟବହାର ହେଉଥିବା ଗୋଟିଏ କାର ଦୁଇଟି ବାଇକକୁ ମଧ୍ୟ ଜବତ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ । ସହର ବାଲି ବେପାରୀ ଠିକାଦାରୀ ମାଲ ପରିବହନ ବ୍ୟବସାୟୀଙ୍କୁ ଟାର୍ଗେଟ କାରି ଅପରାଧୀମାନଙ୍କୁ ଏହି ବନ୍ଧୁକ ସପ୍ଲାଇ ହେଉଥିବା ସୂଚନା ଦେଇଛି ପୋଲିସ ।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "5 ପେସାଦାର ବନ୍ଧୁକ ବେପାରୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ଏକାଧିକ ଧଳ ସାମନ୍ତ ଗୋଷ୍ଠୀର ସଦସ୍ୟ । ଧରାପଡିଥିବା 5ବନ୍ଧୁକ ବେପାରୀ ହେଉଛନ୍ତି ସତ୍ୟଜିତ ଜେନା ଓରଫ କାଳିଆ, ଦୁର୍ଗା ଦାସ, ଏମଡି ରହିମ, ଏସ.କେ ୱାସୀମ, ଆସିଫ ସାମଲ କଟକ ଜିଲ୍ଲା ତଥା ଅଭିଭକ୍ତ କଟକର ପେସାଦାର ଅପରାଧୀ । ସମସ୍ତ ଗିରଫ ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି । ଏମାନେ ବିଭିନ୍ନ ବେଆଇନ କାର୍ଯ୍ୟ ପାଇଁ ବନ୍ଧୁକ ବିକ୍ରି କରୁଥିଲେ । ଏବେ ଏମାନେ ସହରର ବାଲି ଘାଟର ଠିକା ଓ ମାଲ ପରିବହନ ବ୍ୟବସାୟରେ ଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି ଅପରାଧୀମାନଙ୍କୁ ବନ୍ଧୁକ ଗୁଳି ସପ୍ଲାଇ କରୁଛନ୍ତି । ଅଧିକ ତଦନ୍ତ ପାଇଁ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ।’’

ଅଧିକ ପଢନ୍ତୁ...ମା’ ଉଗ୍ରତାରା ମନ୍ଦିର ଲୁଟ ଘଟଣା: ପୋଲିସକୁ ସଫଳତା, 72 ଘଣ୍ଟା ମଧ୍ୟରେ 2 ଗିରଫ

ତେବେ କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଇଛି ବନ୍ଧୁକ ବେପାର । ବିଗତ ଦିନର ପେସାଦାର ଅପରାଧୀ ଏବେ କରୁଛନ୍ତି ବନ୍ଧୁକ ବ୍ୟବସାୟ । ବାହାର ରାଜ୍ୟରୁ ଏହି ମାରଣାସ୍ତ୍ର ଆଣି କଟକରେ କରାଯାଉଛି ବେପାର । ତେବେ ଏହି କାରବାରରେ ବ୍ରେକ୍‌ ଲଗାଇଛି କଟକ କମିଶନରେଟ ପୋଲିସ । ଡିସିପିଙ୍କ ସ୍ୱତନ୍ତ୍ର ସ୍କ୍ୱାଡ୍ ଟିମ୍‌ ଜୋନ-3 ଏସିପି ତାପସ ପ୍ରଧାନଙ୍କ ନେତୃତ୍ୱରେ 5 ବନ୍ଧୁକ ବେପାରୀଙ୍କୁ ଧରିବା ସହିତ ତାଙ୍କ ନିକଟରୁ 5 ବନ୍ଧୁକ 50 ରାଉଣ୍ଡ ଗୁଳି ଜବତ କରିଛନ୍ତି । କାରବାରରେ ବ୍ୟବହୃତ କାର, ଦୁଇଟି ବାଇକ୍‌ ମଧ୍ୟ ଜବତ କରଯାଇଛି । ଏହି କାରବାରରେ ସମ୍ପୂର୍ଣ୍ଣ ବ୍ରେକ୍‌ ଲଗାଇବା ପାଇଁ ପୋଲିସ ତାର ସ୍ୱତନ୍ତ୍ର ଡ୍ରାଇଭ୍‌ ଜାରି ରଖିଛି । ଯାହା ଆଗାମୀ ଦିନରେ ଏହାକୁ ଆହୁରି ଜୋରଦାର କରାଯିବ ବୋଲି ଡିସିପି ସ୍ପଷ୍ଟ କରି ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.