ETV Bharat / state

କୋରୋନାକୁ ନାହିଁ ଭୟ, ବେଧଡକ ଚାଲିଛି ଅପରାଧ

author img

By

Published : Jun 5, 2020, 11:22 PM IST

କୋରୋନା ପାଇଁ ସାରା ବିଶ୍ବ ଚିନ୍ତାରେ ରହିଥିଲା ବେଳେ କଟକରେ କିନ୍ତୁ ଲୁଟ କରି ଗିରଫ ହେଉଛନ୍ତି ଦୁର୍ବୃତ୍ତ । ତେବେ ଏହି କ୍ରମରେ ଚାଉଳିଆଗଞ୍ଜ ଥାନା ପୋଲିସ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାକୁ ନାହିଁ ଭୟ, ବେଧଡକ ଚାଲିଛି ଅପରାଧ
କୋରୋନାକୁ ନାହିଁ ଭୟ, ବେଧଡକ ଚାଲିଛି ଅପରାଧ

କଟକ: ସିଲଭରସିଟିରେ ବଢୁଛି ଲୁଟେରାଙ୍କ ରାଜ । କୋରୋନା ପାଇଁ ସାରା ବିଶ୍ବ ଚିନ୍ତାରେ ରହିଥିଲା ବେଳେ କଟକରେ କିନ୍ତୁ ଲୁଟ କରି ଗିରଫ ହେଉଛନ୍ତି ଦୁର୍ବୁତ୍ତ । ତେବେ ଏହି କ୍ରମରେ ଚାଉଳିଆଗଞ୍ଜ ଥାନା ପୋଲିସ 4 ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତମାସ 27 ତାରିଖ ରେ ପ୍ରମିଳା କୁମାରୀ ସାହୁ ପ୍ରାତଃ ଭ୍ରମଣ କରୁଥିବା ବେଳେ ଘଟିଥିଲା ଅଘଟଣ । 2 ଜଣ ବାଇକରେ ଆସି ତାଙ୍କ ପାଖରେ ଥିବା ସୁନା ଚେନକୁ ଲୁଟ କରିଥିଲେ ।

କୋରୋନାକୁ ନାହିଁ ଭୟ, ବେଧଡକ ଚାଲିଛି ଅପରାଧ
କୋରୋନାକୁ ନାହିଁ ଭୟ, ବେଧଡକ ଚାଲିଛି ଅପରାଧ

ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଥାନାରେ ଏତଲା ହୋଇଥିଲା । ତେବେ ଶୁକ୍ରବାର ଏହି ଗ୍ୟାଙ୍ଗର ସବୁ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ସୁରେଶ ଗଜେନ୍ଦ୍ର, ବିଜେନ୍ଦ୍ର ଜଶ୍ବଲ ସନ୍ଦୀପ ଖୁଣ୍ଟିଆ ଓ ଅଭି ସାହୁ ବୋଲି ଜଣାପଡିଛି । ତେବେ ଏମାନଙ୍କ ନାଁରେ ଅନେକ ଜିଲ୍ଲାରେ ମାମଲା ଅଛି । ତେବେ ଗିରଫ ସମୟରେ 2ଟି ସୁନା ଚେନ, ମଙ୍ଗଳ ସୂତ୍ର, ଦାମୀ ମୋବାଇଲ ଓ ଗାଡି ଜବତ କରିଛି ପୋଲିସ ।

କୋରୋନାକୁ ନାହିଁ ଭୟ, ବେଧଡକ ଚାଲିଛି ଅପରାଧ
କୋରୋନାକୁ ନାହିଁ ଭୟ, ବେଧଡକ ଚାଲିଛି ଅପରାଧ

ଅନ୍ୟପଟେ ଲଲବାଗ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଜୀବନରୁ ମାରିବା ଉଦ୍ୟମ ଭଳି ମାମଲା ସମ୍ନାକୁ ଆସିଛି । ମହମ୍ମଦ ସମିମ ଓ ତାଙ୍କ ପୁଅ ନିଜ ଘର ସମ୍ନାରେ ଛିଡା ହୋଇଥିଲା ବେଳେ ଦୁଇ ଜଣ ଯୁବକ ସେମାନଙ୍କ ପାଖରେ ପହଞ୍ଚି ଉଭୟଙ୍କୁ ଗାଳି ଗୁଲଜ କରିଥିଲେ । ଏହାସହ ଜୀବନରୁ ମାରି ଦେବାପାଇଁ ଧମକ ମଧ୍ୟ ଦେଇଥିଲେ । ତେବେ ଏହାରି ଭିତରେ ଜଣେ ଦୁର୍ବୁତ୍ତ ଏକ ଧାରୁଆ ଛୁରୀରେ ସମିମଙ୍କ ପୁଅକୁ ଆଘତ କରିଥିଲେ ।

କୋରୋନାକୁ ନାହିଁ ଭୟ, ବେଧଡକ ଚାଲିଛି ଅପରାଧ
କୋରୋନାକୁ ନାହିଁ ଭୟ, ବେଧଡକ ଚାଲିଛି ଅପରାଧ

ଏହି ଘଟଣା ଘଟବା ପରେ ପୁଅକୁ ମେଡିକାଲରେ ଭର୍ତ୍ତି କରି ଲଲବାଗ ଥାନାରେ ମାମଲା ରୁଜୁ କରିଥିଲେ ବାପା ସମିମ । ତେବେ ଏହି ମାମଲା ଆଧାରରେ ଶୁକ୍ରବାର 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ଶେଖ ୱାସିଫ ଓ ମହମ୍ମଦ ଫୟାଜ ବୋଲି ଜଣାପଡିଛି । ଗିରଫ ସମୟରେ ଏକ ଧାରୁଆ ଛୁରୀ ମଧ୍ୟ ଜବତ କରିଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.