କଟକ: ରିମାଣ୍ଡରେ ଆସି ସତ ଓଗାଳିଲା ଠକ ମାଷ୍ଟର । ରିଚର୍ଜ କମ୍ପାନୀ ଠକେଇ ମାମଲାରେ ଗିରଫ ହୋଇଥିବା ବିପ୍ରପ୍ରଦ ସ୍ୱାଇଁକୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବାରୁ ଠକାମୀର ପେଡି ଖୋଲିଛି ଏହି ଠକାମୀର ମାଷ୍ଟର ମାଇଣ୍ଡ ।
ବୟାଲିସ ମଉଜା ରିଚାର୍ଜ କମ୍ପାନୀ ଠକେଇ ମାମଲାରେ ଗିରଫ ହୋଇଥିବା ବିପ୍ରପ୍ରଦ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ଆଣିଛି ପୋଲିସ ।ଏହି ରିମାଣ୍ଡ ସମୟରେ ପୋଲିସ ପଚରାଉଚରା କରିବା ପରେ ସବୁ ସତ ଉଗାଳି ଥିବା ଜଣାପଡିଛି ।
ଯାହାଦ୍ୱାରା ଅନେକ ତଥ୍ୟ ସମ୍ନାକୁ ଆସିଛି । 2020 ମସିହା ମେ' ମାସରୁ ଜାନୁଆରୀ 2021 ପର୍ଯ୍ୟନ୍ତ ଅନେକ କମ୍ପାନୀ ଓ ଏଜେନ୍ସି ରୁ 6 କୋଟି ଟଙ୍କାର ରିଚାର୍ଜ କିଟ କିଣିଥିଲା ବିପ୍ରପ୍ରଦ । ଟିଭି ଓ ମୋବାଇଲ ରିଚାର୍ଜ ପାଇଁ ରଚିଥିଲା ଏହି ଯୋଜନା। ତେବେ ଏହି ମାମଲାରେ ତଦନ୍ତ ପରିସର ଆହୁରି ମଜଭୁତ ହେଉଛି ବୋଲି ସ୍ପଷ୍ଟ କରିଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ