ETV Bharat / state

ଲକଡାଉନ ଉଲ୍ଲଂଘନ: ଗୋଟିଏ ଦିନରେ 245 ମାମଲା ରୁଜୁ

author img

By

Published : Apr 2, 2020, 10:00 PM IST

ବୁଧବାର ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୪୫ଟି ମାମଲା ରୁଜୁ ହୋଇଛି । ଏହି ୨୪୫ଟି ମାମଲା ମଧ୍ୟରୁ ୨୨୯ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ ହୋଇଛି ।

ଲକଡାଉନ ଉଲ୍ଲଙ୍ଘନ: ଗୋଟିଏ ଦିନରେ 245 ମାମଲା ରୁଜୁ

କଟକ: ସରକାରଙ୍କ ଲକଡାଉନ ଘୋଷଣାକୁ ବିତିଯାଇଛି 9 ଦିନ । ତଥାପି ଆଜି ଯାଏଁ ଲୋକ ଠିକ ଭାବେ ଏହାକୁ ମାନୁନାହାନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଦିନରେ ତାଲାବନ୍ଦ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ 245ଟି ମାମଲା ରୁଜୁ ହୋଇଛି ।

ବୁଧବାର ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୪୫ଟି ମାମଲା ରୁଜୁ ହୋଇଛି । ଏହି ୨୪୫ଟି ମାମଲା ମଧ୍ୟରୁ ୨୨୯ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ ହୋଇଛି । ବାକି ୬ଟି ମାମଲା ହୋମ କ୍ବାରେଣ୍ଟାଇନ ଉଲ୍ଲଂଘନ ଓ ୧୦ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲ୍ଲଂଘନ ନେଇ ରୁଜୁ କରାଯାଇଛି ।

ରାଜ୍ୟର ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୨୨୭୮ଟି ମାମଲା ରୁଜୁ ହୋଇଛି । ଗତ ମାର୍ଚ୍ଚ ୨୪ ତାରିଖରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଛି । ଏକ ପ୍ରେସ ରିଲିଜ ଜରିଆରେ ପୋଲିସ ମୁଖ୍ୟାଳୟରୁ ଏ ନେଇ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.