ETV Bharat / state

ସିଲଭରସିଟିରେ ବେଆଇନ ନିଶା କାରବାର, 6 ଗିରଫ

author img

By

Published : Dec 24, 2020, 8:23 PM IST

କଟକ ସହରରେ 230 ଗ୍ରାମର ବ୍ରାଉନସୁଗାର ଜବତ କଲା ମର୍କତ ନଗର ପୋଲିସ । ଘଟଣାରେ 6 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ସିଲଭର ସିଟିରେ ବେଆଇନ ନିଶା କାରବାର: 6 ଗିରଫ
ସିଲଭର ସିଟିରେ ବେଆଇନ ନିଶା କାରବାର: 6 ଗିରଫ

କଟକ: ସିଲଭର ସିଟିରେ ଚାଲିଥିବା ଏକ ବେଆଇନ ନିଶା କାରବାରକୁ ଠାବ କରିଛି ମାର୍କତ ନଗର ପୋଲିସ । ଘଟଣାସ୍ଥଳରୁ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨୩୦ ଗ୍ରାମର ବ୍ରାଉନସୁଗାର, ୩୧ହଜାର ନଗଦ ଟଙ୍କା, ବିପୁଳ ପରିମାଣର ନିଶା ଔଷଧ, ଚାରୋଟି ବାଇକ ଓ ଛଅଟି ମୋବାଇଲ ଜବତ କରାଯାଇଛି ।

ସିଲଭର ସିଟିରେ ବେଆଇନ ନିଶା କାରବାର: 6 ଗିରଫ

ଏହି ନିଶା କାରବାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଔଷଧ ଦୋକାନୀ ଅଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗିରଫ ଅଭିଯୁକ୍ତମାନେ ଅଳ୍ପ ପରିମାଣର ବ୍ରାଉନସୁଗାରରେ ନିଶା ବଟିକାର ଚୂର୍ଣ୍ଣ ମିଶାଇ ତାକୁ ବିକ୍ରି କରୁଥିଲେ । ବଡ଼ କଥା ହେଉଛି ଯେ ଏମାନେ ବେଆଇନ ଭାବେ ବ୍ରାଉନ ସୁଗାର ବିକ୍ରି କରିବା ସହ ସେଥିରେ ଅପମିଶ୍ରଣ ମଧ୍ୟ କରୁଥିଲେ । ତେବେ ଏହି ରାକେଟରେ ଆଉ କେହି ସାମିଲ ଅଛନ୍ତି ସେନେଇ ପୋଲିସ ଖୋଳତାଡ ଜାରି ରଖିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.