କଟକ: ଦଶହରାକୁ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ବିରୋଧ କରି ହାଇକୋର୍ଟରେ ମାମଲା ବଢିବାରେ ଲାଗିଛି । ନିର୍ଦ୍ଦେଶନାମାର 3 ଓ 4 ନମ୍ବର ନିୟମକୁ ଚାଲେଞ୍ଜ କରି ସୋମବାର ପୁଣି 22ଟି ପୂଜା କମିଟି ହାଇକୋର୍ଟରେ ଇଣ୍ଟରଭେନର ପିଟିସନ ଦାଖଲ କରିଛନ୍ତି ।
7ଟି ସେଟରେ ଏହି ମାମଲା ଦାୟର କରାଯାଇଛି । ମୂର୍ତ୍ତି ନିର୍ମାଣରେ କଟକଣା ନ କରିବା ଓ ବିନା ଆବଦ୍ଧରେ ମଣ୍ଡପରେ ପୂଜା କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି । ତେବେ ମଙ୍ଗଳବାର ଏହି ମାମଲାର ଶୁଣାଣି କରିପାରନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ ଯେ ପୂର୍ବରୁ ବାଲୁବଜାର ପୂଜା କମିଟି ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ କରିଛି । ପୂଜା କମିଟିଙ୍କ କହିବା କଥା ଯେ ଶକ୍ତିମୟୀ ମା’ଙ୍କ ପୂଜାକୁ ଆବଦ୍ଧ କରାଯାଇ କରିବା ଅନୁଚିତ ବୋଲି, ଏହାଦ୍ବାରା ପରମ୍ପରା ଭଙ୍ଗ ହେବ। ସେହିପରି ମୂର୍ତ୍ତିର ଆକାର 4 ଫୁଟରୁ କମ କରାଗଲେ ମୂର୍ତ୍ତି ବିକୃତ ହେବ ବୋଲି କହିଛନ୍ତି ପୂଜା କମିଟି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ