ETV Bharat / state

Kuakhai River Tragedy: କୁଆଖାଇ ନଦୀରୁ ସମସ୍ତ ୪ ମୃତଦେହ ଉଦ୍ଧାର

author img

By

Published : Jul 12, 2023, 9:45 AM IST

Updated : Jul 12, 2023, 2:21 PM IST

କୁଆଖାଇ ନଦୀରେ ବୁଡିଯିବା ଘଟଣା । ଆଜି ସକାଳୁ ଉଦ୍ଧାର ହେଲା ଆଉ ଦୁଇ ଜଣଙ୍କ ମୃତଦେହ । ଅଧିକ ପଢନ୍ତୁ

Kuakhai River Tragedy
Kuakhai River Tragedy

ନିଆଳି: କୁଆଖାଇ ନଦୀରେ ୪ ଜଣ ଛାତ୍ର ବୁଡିଯିବା ଘଟଣା । ଉଦ୍ଧାର ହେଲା ଆଉ ଦୁଇ ଜଣଙ୍କ ମୃତଦେହ । କାଲିଠାରୁ ଖୋଜାଖୋଜି ପରେ ଆଜି(ବୁଧବାର) ସକାଳୁ ଆଉ ଦୁଇ ନିଖୋଜ ଯୁବକଙ୍କ ମୃତଦେହ ମିଳିଛି । ମୃତକମାନେ କଟକର ପ୍ରତୀକ ଧଳ ସାମନ୍ତ ଏବଂ ଅନ୍ୟ ଜଣେ ବାଲେଶ୍ବରର ରୋହିତ ପରିଡା ବୋଲି ପରିଚୟ ମିଳିଛି । ଗତକାଲି ୪ ଜଣ ଛାତ୍ର ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ । କାଲି ସନ୍ଧ୍ୟାରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏବେ ସମସ୍ତ ୪ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧୀନ ଧବଳାହାର ନିକଟସ୍ଥ କୁଆଖାଇ ନଦୀରେ ଏହି ଅଘଟଣ ଘଟିଯାଇଛି । ଗତକାଲି(ମଙ୍ଗଳବାର) ଆଠ ଜଣ ସାଙ୍ଗ ରାଜଧାନୀ ଉପକଣ୍ଠ ଏହି କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ନଦୀରେ ଗାଧୋଉଥିଲେ ଏବଂ ୩ ଜଣ ଉପରେ ଥିଲେ । ଏହି ସମୟରେ ୪ ଜଣ ବୁଡି ଯାଇଥିଲେ ଏବଂ ଭାଗ୍ୟବଶତଃ ଅନ୍ୟ ଛାତ୍ର ଜଣକ ବଞ୍ଚି ଯାଇଥିଲେ । ଏ ସମ୍ପର୍କରେ ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ଏହାମଧ୍ୟ ପଢନ୍ତୁ: କୁଆଖାଇ ନଦୀରେ ବୁଡ଼ି ୨ ମୃତ୍ୟୁ, ୨ ନିଖୋଜ

ବହୁ ଖୋଜାଖୋଜି ପରେ କାଲି ସନ୍ଧ୍ୟାରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେମାନେ ହେଲେ ଜାମସେଦପୁରର ଆରିଆନ ମିଶ୍ର ଓ କଟକ ଚାଉଳିଆଗଞ୍ଜ ଅଞ୍ଚଳର ଅଭିନାଶ । କିନ୍ତୁ ପ୍ରତୀକ ଓ ରୋହିତ ନିଖୋଜ ଥିଲେ । ଆଜି ସକାଳୁ ଦୁହିଁଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଏମବିଏ ଛାତ୍ର ବୋଲି ଜଣାପଡିଛି । ତେବେ ବାରମ୍ବାର କୁଆଖାଇ ନଦୀରେ ଏପରି ଜୀବନ ଯାଉଥିବାର ଦେଖାଯାଉଛି ।

ବାରମ୍ବାର ଏଭଳି ଅଘଟଣ ଘଟିବା ପଛରେ ମୁଖ୍ୟତଃ ତିନୋଟି କାରଣକୁ ଦାୟୀ କରାଯାଉଛି । ନଦୀ ଗର୍ଭରୁ ଅବାଧ ବାଲି ଉଠାଣ ଯୋଗୁଁ ବଡ଼ ବଡ଼ ଗାତ ସୃଷ୍ଟି ହେବା, ପହଁରା ନଶିଖି ନଦୀରେ ପଶିବା ଏବଂ ନିଶା ସେବନ କରି ନଦୀ ଭିତରକୁ ଗାଧୋଇବା ପାଇଁ ଯାଉଥିବା କାରଣରୁ ଏହି ଅଘଟଣ ଘଟୁଥିବା କୁହାଯାଉଛି । ତେଣୁ ଏ ଦିଗରେ ସ୍ଥାନୀୟ ପ୍ରଶାସନ ସଚେତନତା ସୃଷ୍ଟି କରିବା ସହିତ ଫଳକ ମାରିବା ଆବଶ୍ୟକ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ନିଆଳି

Last Updated : Jul 12, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.