କଟକ: କଟକ ପୋଲିସକୁ ବଡ ସଫଳତା । ବଡ଼ ମେଡିକାଲ ସାମ୍ନାରୁ ମହିଳାଙ୍କ ନିକଟରୁ ଭ୍ୟାନିଟ ବ୍ୟାଗ ଛଡାଇ ନେଇଥିବା 2 ଲୁଟେରାଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ସେମାନଙ୍କ ନିକଟରୁ ୪୫ ହଜାର ୫୦୦ ଟଙ୍କା , ଗୋଟିଏ ବ୍ୟାଙ୍କ ପାସ ବୁକ, ବାଇକ ଡିକି ଭାଙ୍ଗିବା ଯନ୍ତ୍ର, ଗୋଟିଏ ବାଇକ ଏବଂ ୪ ଟି ମୋବାଇଲ ଜବତ କରାଯାଇଛି।
ଗିରଫ ହୋଇଥିବା 2 ଲୁଟେରା ଗଞ୍ଜାମ ଅଞ୍ଚଳର। ଏମାନେ ବିଭିନ୍ନ ସ୍ଥାନ ବୁଲି ବୁଲି ଲୁଟ କରନ୍ତି। ଏପରିକି ଏମାନେ ପଶ୍ଚିମବଙ୍ଗରେ ଲୁଟ କରିଥିବା କଟକ ଡିସିପି କହିଛନ୍ତି। ଏମାନେ ଅଭ୍ୟାସଗତ ଲୁଟେରା ବୋଲି ଡିସିପି କହିଛନ୍ତି। ତେବେ ସେମାନଙ୍କ ସହ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଜଣେ ମହିଳା ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଯାଇଥିବା ବେଳେ ଲୁଟେରା ମାନେ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଏନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ମଙ୍ଗଳାବାଗ ଥାନା ପୋଲିସ ୨ ଲୁଟେରାଙ୍କୁ ଗିରଫ କରିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ