କଟକ: ଆଠଗଡ ଅଞ୍ଚଳରୁ ପ୍ରଥମ ଥର ବ୍ରାଉନ ସୁଗାର ଜବତ କଲା STF ଟିମ୍ । ଗତକାଲି ରାତିରେ ପୁରୁଣା କଟକ ସମ୍ବଲପୁର ରାସ୍ତା ଆଁକୁଲାଠାରେ ଥିବା ପାରିଜାତ ହୋଟେଲରୁ ଜବତ ହୋଇଛି ୧୭୫ଗ୍ରାମ ବ୍ରାଉନ ସୁଗାର । ଏନେଇ ହୋଟେଲ ମାଲିକ ପ୍ରଶାନ୍ତ ସାହୁ ଓ ଜଣେ କର୍ମଚାରୀ ଗିରଫ କରିଛି ଏସଟିଏଫ । ତେବେ ଜବତ ହୋଇଥିବା ବ୍ରାଉନ ସୁଗାର ମୂଲ୍ୟ ପାଖାପାଖି ୭ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଦୀର୍ଘ ଦିନ ହେବ ଆଠଗଡ ଅଞ୍ଚଳରେ ଧଳା ଜହର କାରବାର ଖୁଲମ ଖୋଲା ଚାଲିଥିବା ବେଳେ କେମିତି ଟେର ପାଉନି ଆଠଗଡ ପୋଲିସ । ପୋଲିସ ସବୁ ଜାଣି ଏହି ବେପାରୀ ମାନଙ୍କୁ ପ୍ରଶୟ ଦେଉଥିବା ଅଭିଯୋଗ ହେଉଛି । ଯାହାକି ଆଠଗଡ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କଟକରୁ ପ୍ରଭୁକଲ୍ଯାଣ ପାଲ, ଇଟିଭି ଭାରତ