ETV Bharat / state

କାର୍ତ୍ତିକ ମାସ ପ୍ରଥମ ସୋମବାର, ଧବଳେଶ୍ବର ପୀଠରେ ଲାଗିବ 144 ଧାରା

author img

By

Published : Oct 22, 2021, 9:39 PM IST

ଆଠଗଡ଼ ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ବରଙ୍କ ପୀଠରେ 144 ଧାରା ଜାରି କଲା ଜିଲ୍ଲା ପ୍ରଶାସନ । କାର୍ତ୍ତିକ ମାସର ପ୍ରଥମ ସୋମବାର 25 ତାରିଖ ଭୋର 4ଟାରୁ ରାତି 10ଟା ପର୍ଯ୍ୟନ୍ତ 144 ଧାରା ବଲବତ୍ତର ରହିବ। ଅଧିକ ପଢ଼ନ୍ତୁ...

କାର୍ତ୍ତିକ ମାସ ପ୍ରଥମ ସୋମବାର, ଧବଳେଶ୍ବର ପୀଠରେ ଲାଗିବ 144 ଧାରା
କାର୍ତ୍ତିକ ମାସ ପ୍ରଥମ ସୋମବାର, ଧବଳେଶ୍ବର ପୀଠରେ ଲାଗିବ 144 ଧାରା

କଟକ: ଆଠଗଡ଼ ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ବରଙ୍କ ପୀଠରେ 144 ଧାରା ଜାରି କଲା ଜିଲ୍ଲା ପ୍ରଶାସନ । କାର୍ତ୍ତିକ ମାସର ପ୍ରଥମ ସୋମବାର 25 ତାରିଖ ଭୋର 4ଟାରୁ ରାତି 10ଟା ପର୍ଯ୍ୟନ୍ତ 144 ଧାରା ବଲବତ୍ତର ରହିବ। ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି । କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଏହି ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କା ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ ପୁନଃ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ସେପଟେ ପାର୍ବଣ ଋତୁରେ କୋଭିଡ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍‌ ଜାରି କରାଯାଇଛି । ଗଣେଷ ପୂଜା, ଦୁର୍ଗା ପୂଜା ଓ ଗଜଲକ୍ଷ୍ମୀ ପୂଜାରେ କଟକଣା ଲାଗିଥିଲା । ଏହି କ୍ରମରେ ଆଗକୁ ଆସୁଥିବା ପର୍ବପର୍ବାଣୀ ଉପରେ ମଧ୍ୟ କଟକଣା ଜାରି କରୁଛନ୍ତି ସ୍ଥାନୀୟ ପ୍ରଶାସନ ।

ପ୍ରତିବର୍ଷ ଏହି ଦିନରେ ଧବଳେଶ୍ବର ଶୈବ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ । ବର୍ତ୍ତମାନ କୋଭିଡ ସଂକ୍ରମଣର ଆଶଙ୍କା ରହିଛି । ଏଭଳି ସ୍ଥିିତିରେ କୌଣସି ବିପଦକୁ ଆମନ୍ତ୍ରଣ ଦେବାକୁ ଚାହୁଁନାହିଁ ପ୍ରଶାସନ । ଏଥିପାଇଁ ସୋମବାର ଦିନସାରା ପୀଠରେ ୧୪୪ ଧାରା ବଳବତ୍ତର ରହିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.