ETV Bharat / state

ଭଟ୍ଟାରିକା ମନ୍ଦିରରେ ୧୪୪ ଧାରା ଜାରି

author img

By

Published : Aug 15, 2022, 11:07 PM IST

ଭଟ୍ଟାରିକା ମନ୍ଦିର ପରିସରରେ ଜାରି ହେଲା ୧୪୪ ଧାରା । ମନ୍ଦିରକୁ ସମ୍ପୂର୍ଣ୍ଣ ଭାବରେ ମହାନଦୀ ବନ୍ୟା ଜଳ ଘେରି ରହିଥିବାରୁ ଏଭଳି ନିଷ୍ପତ୍ତି ନେଲେ ଆଠଗଡ଼ ଉପଜିଲ୍ଲାପାଳ । ସେପଟେ ରତ୍ନଗିରି ପର୍ବତରେ ଥିବା ଅସ୍ଥାୟୀ ଗମ୍ଭୀରାକୁ ମା'ଙ୍କର ଚଳନ୍ତି ପ୍ରତିମା ସ୍ଥାନାନ୍ତର କରାଯାଇଛି । ଅଧିକ ପଢ଼ନ୍ତୁ

ଭଟ୍ଟାରିକା ମନ୍ଦିରରେ ୧୪୪ ଧାରା ଜାରି
ଭଟ୍ଟାରିକା ମନ୍ଦିରରେ ୧୪୪ ଧାରା ଜାରି

କଟକ: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ପୀଠରେ ଜାରି ହେଲା ୧୪୪ ଧାରା । ମହାନଦୀ ବନ୍ୟା ଜଳ ଭଟ୍ଟାରିକା ମନ୍ଦିରକୁ ସମ୍ପୂର୍ଣ୍ଣ ରୂପେ ଘେରି ରହିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ । ସେପଟେ ରତ୍ନଗିରି ପର୍ବତର ଗମ୍ଭୀରାକୁ ସ୍ଥାନାନ୍ତର ହେଲା ମା'ଙ୍କର ଚଳନ୍ତି ପ୍ରତିମା ।

ଭଟ୍ଟାରିକା ମନ୍ଦିରରେ ୧୪୪ ଧାରା ଜାରି

ଏଠାରେ ଠାକୁରାଣୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥାଏ । ତେବେ ଏଭଳି ବନ୍ୟା ପରିସ୍ଥିତିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । କୌଣସି ବ୍ୟକ୍ତି ମନ୍ଦିର ପରିସରରେ ପ୍ରବେଶ କରି ପାରିବେନି ବୋଲି ସ୍ପଷ୍ଟ ସୂଚାନ ଦିଆଯାଇଛି । ସେପଟେ ମନ୍ଦିର ଭିତରେ ବନ୍ୟାଜଳ ପ୍ରବେଶ କରିବାରୁ ରତ୍ନଗିରି ପର୍ବତରେ ଥିବା ଅସ୍ଥାୟୀ ଗମ୍ଭୀରାକୁ ମା'ଙ୍କର ଚଳନ୍ତି ପ୍ରତିମା ସ୍ଥାନାନ୍ତର କରାଯାଇଛି । ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମାପନ ହେବ ବୋଲି ସୂଚାନ ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.