କଟକ: କଟକର ଯୋବ୍ରା ଠାରେ ହେବ ରାସ୍ତା ପ୍ରଶସ୍ତ । ଏନେଇ ବିଧିବଦ୍ଧ ଭାବରେ ହୋଇଛି ଘୋଷଣା । କିନ୍ତୁ, ଦୁଃଖର କଥା ଏହି ପ୍ରଶସ୍ତ ଯୋଜନା ମଧ୍ୟରେ ବଳି ପଡିବେ 127 ପରିବାର । ତେବେ ଏହା କେଉଁ ଜନ ହିତ କାର୍ଯ୍ୟକ୍ରମ ବୋଲି ପ୍ରଶ୍ନ କରିଛି ଯୋବ୍ରା ଜନ ଜାଗରଣ ମଞ୍ଚ ।
ଏହାର ଅନ୍ୟ ବିକଳ୍ପ ଥାଇ ମଧ୍ୟ ସରକାର ଏହି ନୀତି ଆପଣାଇବା ସଂପୂଣ୍ଣ ଭାବେ ଅନାବଶ୍ୟକ ଏବଂ ନିରର୍ଥକ ବୋଲି ସ୍ପଷ୍ଟ କରିଛି ମଞ୍ଚ । ତେବେ ଆଗମୀ ଦିନରେ ଯଦି ଏହି ଯୋଜନାରେ 127 ପରିବାରଙ୍କ ଯଦି କିଛି ବି ଅଘଟଣ ଘଟେ ତେବେ ଯାହା ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସ୍ପଷ୍ଟ କରିଛି ମଞ୍ଚ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ