ETV Bharat / state

T Bridge Stampede: ବଡମ୍ବା ଟି ବ୍ରିଜ ଉପରେ ଦଳାଚକଟାରେ ୨୦ ଗୁରୁତର, ଜଣେ ମୃତ

କଟକ ବଡ଼ମ୍ବା ଟି ବ୍ରିଜ ଉପରେ ଦଳାଚକଟା । ସିଂହନାଥ ପୀଠକୁ ଯିବା ସମୟରେ ଦଳାଚକଟା । ୨୦ ଜଣ ଗୁରୁତର ସୂଚନା । ଜଣେ ମୃତ । ଅଧିକ ପଢନ୍ତୁ

T Bridge Stampede
T Bridge Stampede
author img

By

Published : Jan 14, 2023, 6:06 PM IST

Updated : Jan 14, 2023, 8:56 PM IST

ଗୁରୁତରଙ୍କୁ SCBକୁ ସ୍ଥାନାନ୍ତର
ବଡମ୍ବା ଟି ବ୍ରିଜ ଉପରେ ଦଳାଚକଟାରେ ୨୦ ଗୁରୁତର, ଜଣେ ମୃତ !

କଟକ: ବଡ଼ମ୍ବା ଟି ବ୍ରିଜ ଉପରେ ଦଳାଚକଟା । ସିଂହନାଥ ପୀଠକୁ ଯିବା ସମୟରେ ଦଳାଚକଟା । ମହାନଦୀ ସେତୁରୁ ସିଂହନାଥ ପୀଠକୁ ସଂଯୋଗ କରେ ଟି-ବ୍ରିଜ୍‌ । ମକର ସଂକ୍ରାନ୍ତି ପାଇଁ ସିଂହନାଥ ପୀଠରେ ହୋଇଥିଲା ପ୍ରବଳ ଭିଡ଼। ଏହି ଦଳାଚକଟାରେ ୨୦ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ୫ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା । କଟକ ବଡ଼ମ୍ବା ସିଂହନାଥ ପୀଠରେ ଏଭଳି ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଏହି ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଏହି ଘଟଣାରେ ଗୁରୁତରଙ୍କୁ କଟକ SCB ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଏସିବି ଜରୁରୀକାଳୀନ ଅଧିକାରୀ ଭବନାନନ୍ଦ ମହାରଣା କହିଛନ୍ତି, " ଚିକିତ୍ସା ପାଇଁ ଏସସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ। ସର୍ଜରୀ, ଅର୍ଥପେଡିକ ଓ ନ୍ୟୁରୋସର୍ଜରୀ ବିଭାଗ ଆଲର୍ଟ ଅଛନ୍ତି। ଅତ୍ୟନ୍ତ ଗୁରୁତରଙ୍କ ପାଇଁ ଆଇସିୟୁ ବେଡ୍‌ ପ୍ରସ୍ତୁତ ରଖାଯାଇଛି। ଗୁରୁତର ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ । ଏହାପରେ ସେମାନଙ୍କ ସ୍ଥିତି ଦେଖି ସେମାନଙ୍କୁ ବିଭିନ୍ନ ବିଭାଗକୁ ପଠାଯିବ" ବୋଲି କହିଛନ୍ତି ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଏହା ବି ପଢନ୍ତୁ- T-Bridge Stampede: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା

ସେପଟେ ଏ ନେଇ ଏସିବି କର୍ତ୍ତୃପକ୍ଷ କହିଛନ୍ତି, "ଏହି ଅଘଟଣ ବଡ଼ମ୍ବାଟି ସେତୁ ଉପରେ ଘଟିଛି। ଲକ୍ଷାଧିକ ଲୋକ ସମାଗମ ହେବା ପରେ ଲୋକଙ୍କ ମଧ୍ୟରେ ଦଳା ଚକଟା ହୋଇଥିଲା। ଯାହା ଫଳରେ ୨୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଛନ୍ତି। ସେଥିମଧ୍ୟରୁ ଅନେକ ଏସବି ଆସୁଛନ୍ତି । ତେବେ ସମସ୍ତଙ୍କ ଚିକିତ୍ସା ପାଇଁ ଏସିବି ପ୍ରସ୍ତୁତ ରହିଛି ।" ଅନ୍ୟପଟେ ବାଙ୍କି ଉପଜିଲ୍ଲାପାଳ କହିଛନ୍ତି ଯେ ୨ ବର୍ଷ ପରେ ମେଳା ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼ । ଦଳାଚକଟା ହୋଇନି, ଭିଡ଼ ଯୋଗୁଁ ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି । ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ସିଂହନାଥଙ୍କ ଦର୍ଶନ ବନ୍ଦ କରାଯାଇଛି ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି । ଏହା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି । ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jan 14, 2023, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.