ETV Bharat / state

ନିର୍ବାଚନୀ ମଇଦାନରେ ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର, ବାଟ ଭୁଲିଛି ଦଳୀୟ ଇସ୍ତାହାର

ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ହାତରେ ଆଉ ମାତ୍ର 10 ଦିନ ସମୟ । ପ୍ରଚାର ମଇଦାନରେ ତିନି ପ୍ରମୁଖ ଦଳର ହେଭିୱେଟ । ଦିନ ରାତି ଏକ କରି ଜୋରସୋର ପ୍ରଚାରରେ ଲାଗିଛନ୍ତି ପ୍ରାର୍ଥୀ । ହେଲେ ଏହି ପ୍ରଚାର ରେସ୍‌ରେ ଏକ ପ୍ରକାର ନିର୍ବାଚନ ଇସ୍ତାହାର କଥା ଭୁଲି ଗଲେଣି ସମସ୍ତ ରାଜନୈତିକ ଦଳ ।

author img

By

Published : Apr 1, 2019, 11:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ହାତରେ ଆଉ ମାତ୍ର 10 ଦିନ ସମୟ । ପ୍ରଚାର ମଇଦାନରେ ତିନ ପ୍ରମୁଖ ଦଳର ହେଭିୱେଟ । ଦିନ ରାତି ଏକ କରି ଜୋରସୋର ପ୍ରଚାରରେ ଲାଗିଛନ୍ତି ପ୍ରାର୍ଥୀ । ହେଲେ ଏହି ପ୍ରଚାର ରେସ୍‌ରେ ଏକ ପ୍ରକାର ନିର୍ବାଚନ ଇସ୍ତାହାର କଥା ଭୁଲି ଗଲେଣି ସମସ୍ତ ରାଜନୈତିକ ଦଳ । 3 ମାସ ତଳେ ଆରମ୍ଭ ହୋଇସାରିଛି ଖସଡ଼ା । ହେଲେ କୌଣସି ଦଳ ଏଯାଏଁ ଚୂଡାନ୍ତ କରିପାରିନାହାଁନ୍ତି ଇସ୍ତାହାର କି ଛିଣ୍ଡିପାରୁନି ଟିକେଟ ଅଡୁଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯେଉଁଥିପାଇଁ ଇସ୍ତାହାର କଥା ପଚାରୁଛି କିଏ । ଫଳରେ ବିନା ଇସ୍ତାହାରରେ ନିର୍ବାଚନୀ ଯୁଦ୍ଧ ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବା ପରେ ଏବେ ତୃତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏପ୍ରିଲ ୨ ତାରିଖରୁ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ ।

ନିର୍ବାଚନ କମିଶନଙ୍କ ଦ୍ବାରା ଘୋଷିତ ନିର୍ବାଚନ ସୂଚୀରେ ମଧ୍ୟ ଦଳୀୟ ଇସ୍ତାହାର ଘୋଷଣା ନେଇ କୌଣସି ସମୟ ନିର୍ଘଣ୍ଟ ନାହିଁ । କିନ୍ତୁ ଭୋଟ ଗ୍ରହଣ ପୂର୍ବରୁ ଓ ପ୍ରଚାର ଶେଷ ହେବା ପରେ କୌଣସି ଦଳ ନିର୍ବାଚନ ଇସ୍ତାହାର ପ୍ରକାଶ କରିପାରିବେ ନାହିଁ ବୋଲି କଟକଣା ଅଛି । ତେଣେ ହାଇଟେକ୍‍ ପ୍ରଚାର ଯୁଗରେ ଇସ୍ତାହାର କମିଟି ବି ଅନଲାଇନରେ ଲୋକଙ୍କଠାରୁ ମତାମତ ଲୋଡିଛନ୍ତି । ବହୁ ପ୍ରସଙ୍ଗରେ ସାଧାରଣ ଲୋକେ, ସେମାନଙ୍କ ଦଳୀୟ ନେତା ଓ କର୍ମୀମାନେ ମଧ୍ୟ କେଉଁ କେଉଁ ପ୍ରସଙ୍ଗ ନିର୍ବାଚନୀ ଇସ୍ତାହାରରେ ରହିବ ସେ ସଂକ୍ରାନ୍ତରେ ଅନେକ ପ୍ରସ୍ତାବ ଦେଇଛନ୍ତି ।

ଗୋଟିଏ ପଟେ ବିଭିନ୍ନ ଦଳର ଇସ୍ତାହାର କମିଟି ଓ ଉପ କମିଟିମାନ ବାରମ୍ବାର ବୈଠକ କରୁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଅନ୍ୟପଟେ କେବେ ଏହି ଇସ୍ତାହାର ପ୍ରକାଶ ପାଇବେ ତାହାର ଠିକଣା ନାହିଁ । ଏହି ମଧ୍ୟରେ ବିଜେଡି ନିଜର ବହୁ ସଦସ୍ୟ ବିଶିଷ୍ଟ ନିର୍ବାଚନ ଇସ୍ତାହାର କମିଟି ଗଢିଛି । ଯେଉଁଥିରେ ଅଧ୍ୟକ୍ଷଙ୍କ ସମେତ ଅନେକ ସଦସ୍ୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରହିଛନ୍ତି । କମିଟିର ବୈଠକ ବି ବସିଛି । ହେଲେ ନିର୍ବାଚନ ପାଖେଇ ଆସୁଥିବାରୁ କମିଟିର ଅନେକ ସଦସ୍ୟ ନିର୍ବାଚନ ମଣ୍ଡଳୀ ଛାଡି ବୈଠକକୁ ଆସିବା ସମ୍ଭବ ହେଉନାହିଁ ।

ତେଣେ ବିଜେଡି ମଧ୍ୟ ଇସ୍ତାହାର ପାଇଁ ଜନମତ ଲୋଡିଛି । ଯେଉଁଥିରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ସେମାନଙ୍କ ମତାମତ ମଧ୍ୟ ଦଳକୁ ଜଣାଇଛନ୍ତି । ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଥିବାବେଳେ ଦେଖିବାକୁ ମିଳୁନାହିଁ ଇସ୍ତାହାରର ଚିହ୍ନ ।

ବିଭିନ୍ନ ସାମାଜିକ ସଂଗଠନ ବିଶେଷ କରି ନିଶା ବିରୋଧରେ ଲଢୁଥିବା ସଂସ୍ଥାମାନେ ବିଜେଡି, ବିଜେପି, କଂଗ୍ରେସ ଓ ବାମପନ୍ଥୀ ଦଳ ଗୁଡିକୁ ସେମାନଙ୍କ ଇସ୍ତାହାରରେ ସମ୍ପୂର୍ଣ୍ଣ ନିଶା ନିବାରଣକୁ ସ୍ଥାନିତ କରିବା ପାଇଁ ଅନେକ ପ୍ରଗତିଶୀଳ ପ୍ରସ୍ତାବମାନ ଦେଇଛନ୍ତି । ତିନି ଦଳର ବହୁ ନେତା ମଧ୍ୟ ନିଶା ନିବାରଣ ସଂକ୍ରାନ୍ତରେ ବାରମ୍ବାର ବିଧାନସଭା ଭିତରେ ଓ ବାହାରେ ସରଗରମ ବକ୍ତବ୍ୟ ଦେଇ ଆସିଛନ୍ତି । ତେବେ ଏହି ପ୍ରସଙ୍ଗ ନିର୍ବାଚନ ଇସ୍ତାହାରରେ କେଉଁ ଦଳ ରଖୁଛି ଓ କିଏ ତାହାର ଠିକଣା ଅନୁପାଳନ କରୁଛି ତାହା ସମୟ କହିବ ।

ସେହିପରି ଚାଷୀ ସମସ୍ୟା, ବେକାରୀ ସମସ୍ୟା, ବିକାଶ, ଆର୍ଥିକ ପ୍ରଗତି, ଦୁର୍ନୀତି ବିଲୋପ ଆଦି ପ୍ରସଙ୍ଗରେ ଆସିଥିବା ପ୍ରସ୍ତାବ ଗୁଡିକୁ ନେଇ ଇସ୍ତାହାର ପ୍ରକାଶ ପାଇନଥିବାବେଳେ ଏବେ ଖାଲି ରାଜନୈତିକ ଦଳର ନେତାମାନେ ପରସ୍ପର ପ୍ରତି ଆକ୍ରମଣ ଓ ପ୍ରତିଆକ୍ରମଣରେ ବ୍ୟସ୍ତ ଥିବା ଲକ୍ଷ୍ୟ କରାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.