ETV Bharat / state

ମେ 23’ରେ 2500 ଟେବୁଲରେ ହେବ ଭୋଟ ଗଣତି - Bhubaneswar

ମେ'23ରେ ଆସିବ ନିର୍ବାଚନ ଫଳାଫଳ । ରାଜ୍ୟର ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଗଣତି ନେଇ ବିଭିନ୍ନ ପ୍ରସ୍ତୁତି ନେଇଥିବାର ଆଲୋଚନା ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 21, 2019, 3:22 PM IST

ଭୁବନେଶ୍ବର: ଭୋଟ ଗଣତି ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ମେ'23କୁ ସୂଚାରୁ ରୂପେ ପରିଚାଳନା ନେଇ ପ୍ରସ୍ତୁତି ହୋଇଛି । 21ଟି ଲୋକସଭା ସହ 147ଟି ବିଧାନସଭାରେ ଗଣତି ହେବ । ସକାଳ 8ରୁ ଗଣତି ଆରମ୍ଭ ହେବ । www. Results.eci.gov.inରେ ଉପଲବ୍ଧ ହେବ ଇଲେକ୍ସନ ରେଜଲ୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

147ଟି ବିଧାନସଭା ଲାଗି 63ଟି କେନ୍ଦ୍ରରେ ଭୋଟ ଗଣତି ହେବ । ପାଖାପାଖି 2500 ଟେବୁଲରେ ଗଣତି ହେବ । ଲୋକସଭା ପାଇଁ 7ଟି ଟେବୁଲରେ ଗଣନା ହେବାକୁ ଥିବାବେଳେ ବିଧାନସଭା ଲାଗି ମଧ୍ୟ 7ଟି ଟେବୁଲରେ ହେବ । ଏଥିସହ ଗୋଟିଏ ଟେବୁଲରେ ଜଣେ ମାଇକ୍ରୋ ଅବଜରଭର ଥିବାବେଳେ ଗୋଟିଏ ଟେବୁଲରେ 3 ଜଣ ଅଧିକାରୀ ଉପସ୍ଥିତ ରହିବେ ।

ଏନେଇ ପାଖାପାଖି ୬ହଜାର ୭୦୦ଲୋକ ନିୟୋଜିତ ହୋଇଥିବା ବେଳେ କାଉଣ୍ଟିଂ ଅବଜରଭର ନିୟୋଜିତ ହୋଇଛନ୍ତି । ୪୧୧ ଗଣନା କେନ୍ଦ୍ରରେ ଟେବୁଲ ସଂଖ୍ୟା ବୃଦ୍ଧି କରାଯାଇଛି । ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡ ଓ ବଲାଙ୍ଗୀରର ପାଟଣାଗଡରେ ସର୍ବାଧିକ ୪୯ ରାଉଣ୍ଡରେ ଗଣନା ହେବ । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ୧୭୦୦ଟି ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି ।

ଯଦି କୈଣସି ବୁଥରେ ପ୍ରାର୍ଥୀ ଚାହାନ୍ତି ଭିଭିପାଟ୍ କାଉଣ୍ଟିଂ କରିବା ତେବେ ନିର୍ବାଚନ ଅଧିକାରଙ୍କ ନିର୍ଦ୍ଦେଶ ଆବଶ୍ୟକ । ଭିଭିପାଟ୍ କାଉଣ୍ଟିଂ ପାଇଁ ଭିସିବିଙ୍କୁ ନିୟୋଜିତ କରାଯିବ ।

ଭୋଟ ଗଣତି ଲମ୍ବା ସମୟ ଧରି ହେବ । ଗୋଟିଏ ରାଉଣ୍ଡ ଗଣତି ପାଇଁ ପ୍ରାୟ ୪୦ ମିନିଟ ଲାଗିବ । ତେଣୁ କୌଣସି ଇଲେକ୍ଟ୍ରିକାଲ ଗେଜେଟ୍ କାଉଣ୍ଟିଂ ସେଣ୍ଟ୍ରର ଅନୁମତି ନାହିଁ । ଏଥିସହ ସିସିଟିଭିର ବ୍ୟବସ୍ଥା, ଭିଡିଓ ଗ୍ରାଫି କରାଯିବ । ଏପରିକି ଗୁଳୁଗୁଳି ପାଇଁ ୧୫୨ଟି କାଉଣ୍ଟିଂ ହଲରେ ଏସି ଲଗାଯିବ । ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.