ETV Bharat / state

ବାତ୍ୟା ବିପନ୍ନଙ୍କ ପାଇଁ ବଢିଲା କିନ୍ନରଙ୍କର ସହାୟତାର ହାତ - ବାତ୍ୟା

ଆଜି ବି ସେହି କିନ୍ନର ରାଜଧାନୀର ରାସ୍ତା ତଥା ବିଭିନ୍ନ ଦୋକାନ ବୁଲି ପଉସା ମାଗୁଥିଲେ ସତ, ହେଲେ ଏହାର ଉଦ୍ଦେଶ୍ୟ ଥିଲା ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରିବା।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 18, 2019, 12:05 AM IST

ଭୁବନେଶ୍ବର: ରାସ୍ତା କଡରେ ତାଳି ମାରି ଲୋକଙ୍କଠାରୁ ପଇସା ମାଗୁଥିବାର ଦୃଶ୍ୟ ତ ଆପଣମାନେ ଦେଖିଥିବେ ନିଶ୍ଚୟ । କେତେବେଳେ ସେମାନେ ଭଲରେ ପଇସା ମାଗି ଚାଲି ଯାଆନ୍ତି ତ ପୁଣି କେତେବେଳେ ଖରାପ ଭାଷା କହି ଲୋକଙ୍କ ମନରେ ନିଜର ଏକ ଖରାପ ପରିଚୟ ଛାପି ଦେଇଯାନ୍ତି । ଆଜି ବି ସେହି କିନ୍ନର ରାଜଧାନୀର ରାସ୍ତା ତଥା ବିଭିନ୍ନ ଦୋକାନ ବୁଲି ପଉସା ମାଗୁଥିଲେ ସତ ହେଲେ ଏହାର ଉଦ୍ଦେଶ୍ୟ ଥିଲା ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରିବା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହେଉଛି ରାଜଧାନୀର ଦୃଶ୍ୟ । ଯେଉଁଠାରେ ବିଭିନ୍ନ ଦୋକାନ ବୁଲି ବୁଲି ବାତ୍ୟା ବିପନ୍ନଙ୍କ ପାଇଁ ଆର୍ଥିକ ସହାୟତା ସଂଗ୍ରହ କରୁଥିଲେ କିଛି କିନ୍ନର । ବର୍ତ୍ତମାନ ରାଜ୍ୟବାସୀଙ୍କୁ ସହାୟତା ଯୋଗାଇବା ପାଇଁ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଆର୍ଥିକ ସହାୟତା ଛୁଟୁଥିବା ବେଳେ ସେମାନେ ମଧ୍ୟ ନିଜ ତରଫରୁ ଆରମ୍ଭ କରିଛନ୍ତି ଭିନ୍ନ ଉଦ୍ୟମ ।

କିନ୍ନରମାନଙ୍କ ନାମ ଶୁଣିବା ମାତ୍ରେ ହିଁ ସମାଜରେ ଘୃଣା ଭାବ ସ୍ପଷ୍ଟ ବାରି ହୋଇପଡେ । ହେଲେ ସମାଜର ନିନ୍ଦାକୁ ତିଳେ ବି ଖାତିର ନକରି ମଣିଷପଣିଆର ଏକ ଜୀବନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ରାଜଧାନୀର ଏହି କିନ୍ନର ସଂଘ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଓଡିଶାର ଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ ‘ଫନି’ । ବାତ୍ୟା ମାଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ଦୁଇ ଜିଲ୍ଲା ପୁରୀ ଓ ଖୋର୍ଦ୍ଧା । ଫନି ଗଲା ପରେ ବି ଏହି ଦୁଇ ଜିଲ୍ଲାର ସ୍ଥିତି ସଙ୍ଗୀନ ରହିଛି । ବାତ୍ୟା ଯିବାର ଆଜିକୁ ଦୁଇ ସପ୍ତାହ  ବିତି ଯାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ଘରେ ଜଳିନି ଚୁଲି । ସେପଟେ ସରକାରୀ ରିଲିଫ ମିଳୁଥିବା ଚୁଡା ଗୁଡ ପ୍ରଭାବିତଙ୍କ ଦି ଓଳି ପେଟ ଭରିବା କଷ୍ଟକର ହୋଇ ପଡିଛି। ବତ୍ୟା ସମୟ ରେ ଲୋକ ଙ୍କୁ ଯେତିକି କଷ୍ଟ ହଉ ଥିଲା ବତ୍ୟା ପରେ ଯନ୍ତ୍ରଣା ଦୁଇ ଗୁଣ ବଢି ଯାଇଛି। ବିଭିନ୍ନ ଅନୁଷ୍ଠାନ ର ଲୋକେ ବତ୍ୟା ପୀଡିତ ଙ୍କ ପାଇଁ ପଇସା ଠାରୁ ଖାଇବା ପିଇବା ଯୋଗାଉଛନ୍ତି ସତ।  କେତେ ବେଳେ ପେଲିସ ତ ଆଉ କେତେ ବେଳେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପାଣ୍ଠି ସଂଗ୍ରହ କରି ବତ୍ୟା ପୀଡିତ ଲୋକ ମାନକୁ ପଠାଉଛନ୍ତି।ଠିକ ଏତିକି ବେଳେ ଭୁବନେଶ୍ୱର ର କିଛି ଟ୍ରାନ୍ସଜେଣ୍ଡ ଅଣ୍ଟା ଭିଡିଛନ୍ତି ବତ୍ୟା ଲୋକ ମାନଙ୍କ ପାଇଁ ରାଜଧାନୀ ରେ ବୁଲି ବୁଲି ବତ୍ୟା ପୀଡିତ ଲୋକଙ୍କ ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.