ETV Bharat / state

କଲରାପତରିଆକୁ କାବୁ କରିବ ବନ ବିଭାଗ, ଆସିଲା ଯନ୍ତା - ବାଘ

ରାଜଧାନୀରେ ଦୁଇଦିନ ଧରି ଆତଙ୍କ ଖେଳାଇ ଚାଲିଥିବା କଲରାପତରିଆ ବାଘ ଜଲଦି ଧରାହେବ। ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ୍ ଏବଂ ଯନ୍ତା ସହ ଅପରେସନ ଅପେକ୍ଷାରେ ବନ ବିଭାଗ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 19, 2019, 12:38 PM IST

ଭୁବେନଶ୍ୱର: ଦୁଇ ଦିନଧରି ଭୟଭୀତ ଅବସ୍ଥାରେ ରହିଛନ୍ତି ରାଜଧାନୀବାସୀ। ଗଳିକନ୍ଦିରେ ବୁଲୁଛି କଲରାପତରିଆ ବାଘ । ଏହାଭିତରେ ବାଘ ଧରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ଜଙ୍ଗଲ ବିଭାଗ। ନନ୍ଦନକାନନରୁ ଅଣାଯାଇଛି ସ୍ୱତନ୍ତ୍ର ଯନ୍ତା। ଆଉ ଏଥିପାଇଁ ନିୟୋଜିତ ହୋଇଛନ୍ତି 40 ଜଣିଆ ଟିମ୍।

ଗତ ଦୁଇ ଦିନଧରି ପଳାଶପଲ୍ଲୀ ଅଞ୍ଚଳରେ ଏକ ପ୍ରକାରର କୋକୁଆ ଭୟ ଖେଳିଯାଇଥିଲା। ଏପରିକି ଘରୁ ଗୋଡ଼ କାଢ଼ିବାକୁ ଡରୁଥିଲେ ଲୋକେ । ଯାହାକୁ ନେଇ ରାତି ତମାମ ବନ ବିଭାଗର ଅଧିକାରୀ ନୟାନ୍ତ ହୋଇଯାଇଥିଲେ। ସୂଚନା ଅନୁଯାୟୀ ଆଜି ଭୋର 4ଟାରେ ବାଘଟି ବିଜୁ ପଟ୍ଟନାୟକ ବିମାନବନ୍ଦର ପାଚେରୀ ଡେଇଁ ଯାଉଥିବାର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
undefined

ସ୍ଥାନୀୟ ଲୋକଙ୍କ ସୂଚନା ଏବଂ ବନ ବିଭାଗର ଅନୁମାନ ମୁତାବକ ବାଘଟି ପାଣିପାଗ ବିଭାଗ ପାଖ ଜଙ୍ଗଲରେ ଲୁଚିଛି । ତେଣୁ ଭୁବନେଶ୍ୱର, ଫୁଲନଖରା, ମଞ୍ଚେଶ୍ଵର ଓ କଟକ ରେଞ୍ଜର ଅଧିକାରୀ ତାକୁ କାବୁ କରିବାକୁ ଏକାଠି ହୋଇଛନ୍ତି । ପୋଲିସ ପକ୍ଷରୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି଼ କରାଯାଇଛି।

ବାଘ ଧରିବାକୁ ଅପରେସନ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ କରାଯାଇଛି। ବାଘକୁ ଟ୍ରାଙ୍କୁଲାଇଜ କରିବାକୁ ନନ୍ଦନକାନନରୁ 8 ଜଣିଆ ଟିମ୍ ଆସିଛନ୍ତି।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Slug: ଝାରସୁଗୁଡ଼ା ରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ 

( VISUAL & BYTE IN MOJO )

Format: AVBB  Date:18/02/2019
Report:- Rabi Narayan Sahu , Place: Jharsuguda

Anchor: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଯବାନଙ୍କ ସ୍ମୃତିରେ ଆଜି ଦେଶବ୍ୟାପୀ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଏହି ବନ୍ଦ ଡାକରା ଦେଇଛି। ସକାଳ 6ଟାରୁ ଅପରାହ୍ଣ 6ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଝାରସୁଗୁଡା ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବନ୍ଦ ପାଳନ କରାଯାଉଥିବାରୁ, ଏହାକୁ ସମର୍ଥନ ଜଣାଇ ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ ଏଥିରେ ସାମିଲ ହୋଇଛନ୍ତି।ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବନ୍ଦ ପାଳନ କରାଯାଉଥିବାରୁ, ଏହାକୁ ସମର୍ଥନ ଜଣାଇ ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ ଏଥିରେ ସାମିଲ ହୋଇଛନ୍ତି।
ଦୁଇ ଓଡ଼ିଆ ସହିଦଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଝାରସୁଗୁଡା ଚାମ୍ବର ଅଫ କମର୍ସ ପକ୍ଷରୁ କୁହାଯାଇଛି।

ଝାରସୁଗୁଡା ରେ ବନ୍ଦ ବେଳେ ଗାଡ଼ି ଚଳାଚଳ ଉପରେ କୌଣସି କଟକଣା ଲଗାଯାଇନାହିଁ। ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। କେବଳ ଦୋକାନ ବଜାର ବନ୍ଦ କରାଯାଇଛି।
ଝାରସୁଗୁଡା ଚାମ୍ବର ଅଫ କମର୍ସ ସଭାପତି କହିଛନ୍ତି,“ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ବନ୍ଦ ପାଳନ କରାଯାଉଛି। ସମସ୍ତ ବ୍ୟବସାୟୀ ବନ୍ଧୁଙ୍କୁ ଆମେ ଅନୁରୋଧ କରିଛୁ ବନ୍ଦରେ ସାମିଲ ହେବାକୁ। ଗାଡି ଚଳାଚଳ ସ୍ୱାଭାବିକ ରହିବ। 

ବାଇଟ1:  ହୀରଲାଲ ଲୋକଚନ୍ଦାନି ,ସଭାପତି ଝାରସୁଗୁଡ଼ା ବାଣିଜ୍ୟ ସଙ୍ଘ

ବାଇଟ2: ରଘୁମଣି ପଟେଲ , ସଭାପତି ଓକିଲ ସଂଘ ।

ବାଇଟ3: ବାଳଗୋବିନ୍ଦ ମିଶ୍ର , ପୁର୍ବତନ ସଭାପତି ବରିଷ୍ଠ ନାଗରିକ ସଂଘ

Sent from my Samsung Galaxy smartphone.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.