ETV Bharat / state

ନବୀନ ନିବାସରେ ନିଯୁକ୍ତି ମେଳା - naveen nivas

ବ୍ରାଣ୍ଡ ‘ନବୀନ’ଙ୍କ କମ୍ପାନୀରେ ଆଶାୟୀଙ୍କ ଭିଡ । ଦରକାର ନିଯୁକ୍ତି । ସେ ବି ନିଜ ନିଜ ମଣ୍ଡଳୀରେ । ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ଛୁଟୁଛି ଆଶାୟୀଙ୍କ ସୁଅ ।

ଡିଜାଇନ ଫଟୋ
author img

By

Published : Mar 16, 2019, 4:46 PM IST

ଭୁବନେଶ୍ବର: ରାଜଧାନୀର ଏରୋଡ୍ରମ ଏରିଆରେ ନିଯୁକ୍ତି ମେଳା । ଆଶାୟୀ ଅନେକ ହେଲେ କମ୍ପାନୀ ଏକ । ଇଏ ଏମିତି ସେମିତି କମ୍ପାନୀ ନୁହେଁ, ଦୀର୍ଘ 19 ବର୍ଷ ଧରି ଓଡିଶାବାସୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବିଜୁ ଜନତା ଦଳ(ବିଜେଡି) । କମ୍ପାନୀର କେନ୍ଦ୍ରବିନ୍ଦୁ ‘ନବୀନ ବ୍ରାଣ୍ଡ’ । ଆଉ ଏହି ବ୍ରାଣ୍ଡେଡ କମ୍ପାନୀରେ ଚାକିରି ଟିଏ ପାଇଁ ବାୟୋଡାଟା ଧରି ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସୁଛନ୍ତି ଆଶାୟୀ ।

ଅନ୍ୟ ନିଯୁକ୍ତି ମେଳାରେ ଆପଣ ବେକାର ଯୁବକଯୁବତୀଙ୍କୁ ଦେଖିଥିବେ । ହେଲେ ନବୀନ ନିବାସରେ ଚାଲିଥିବା ନିଯୁକ୍ତିମେଳାରେ ବିଧାୟକ, ସାଂସଦ ଓ ଦଳ ଛାଡିଥିବା ଟାଣୁଆ ନେତା ଲାଇନ ଲମ୍ବାଇଛନ୍ତି । ଘଣ୍ଟା ଘଣ୍ଟା ଧରି କସରତ କରୁଛନ୍ତି । କିଏ ନିଜ ପାଇଁ ତ ଆଉ କିଏ ପରିବାରର ସଦସ୍ୟଙ୍କ ପାଇଁ ଧାଇଁ ଆସିଛନ୍ତି । ଶହ ଶହ କର୍ମୀ ବି ନବୀନ ନିବାସ ମୁହାଁ । ନିଜ ପ୍ରିୟ ନେତାଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରୁଛନ୍ତି ।

ଆଜ୍ଞା ହଁ । ଆମେ କହୁଛି ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଜେଡି ଟିକେଟ ପାଇଁ ଲବି କରୁଥିବା ନେତାଙ୍କ କଥା । ‘ବ୍ରାଣ୍ଡ ନବୀନ’ଙ୍କ ଦଳରୁ ଟିକେଟ ଖଣ୍ଡିଏ ପାଇଁ ସତରେ ନେତାଙ୍କୁ କେତେ କଣ ଉଦ୍ୟମ କରିବାକୁ ପଡୁଛି । ଦୀର୍ଘ 4-5 ଦିନ ହେଲା ନବୀନ ନିବାସରେ ଖଚାଖଚ ଭିଡ । ଚଳଚଞ୍ଚଳ ଏୟାରପୋର୍ଟ ରୋଡ । ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରୁ ସମର୍ଥକଙ୍କୁ ଧରି ଧାଇଁ ଆସୁଛନ୍ତି ଆଶାୟୀ ପ୍ରାର୍ଥୀ । ଆଉ ବିଜେଡି ମୁଖିଆଙ୍କ ସହ କ୍ଷଣିକ ସମୟ ପାଇଁ ଦେଖା କରିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମଧ୍ୟ କରୁଛନ୍ତି ।

ଲୋକସଭା ନିର୍ବାଚନରେ 33 % ମହିଳାଙ୍କୁ ଟିକେଟ । ଏଭଳି କିଛି ଘୋଷଣା କରିବା ପରେ ନବୀନ ନିବାସରେ ନେତାଙ୍କ ଅପେକ୍ଷା ନେତ୍ରୀ ବେଶି ଆସୁଥିବା ଦେଖିବାକୁ ମିଳୁଛି । ଏପରିକି ବର୍ତ୍ତମାନର ବହୁ ବିଧାୟକ ଏବଂ ସାଂସଦ ନିଜ ଧର୍ମପତ୍ନୀଙ୍କୁ ନବୀସ ନିବାସରେ ଲମ୍ବିଥିବା ଲାଇନରେ ଛିଡା କରାଇ ଦେଇଛନ୍ତି । ଏବେ ଅପେକ୍ଷା, ଏ ଲମ୍ବା ଲାଇନ ଭିତରୁ ନବୀନଙ୍କ ନଜର କେଉଁମାନଙ୍କ ଉପରେ ପଡୁଛ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.