ETV Bharat / state

ସଚିବାଳୟରେ ହନୁମାନ: ନିର୍ବାଚନୀ ବୈତରଣୀ ପାର କରାଇବ ନା ଲଙ୍କା ପୋଡିବ ? - Bbsr

ସଚିବାଳୟରେ ପଶିଲେ ମାଙ୍କଡ । ଡେଇଁଲେ ଏ ପାହଚରୁ ସେ ପାହଚ । ଶୁଭ ଅଶୁଭ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 6, 2019, 3:40 PM IST

ଭୁବନେଶ୍ବର: ସଚିବାଳୟ ସିଡି ଚଢିଲେ ମାଙ୍କଡ । ଏ ପାହାଚରୁ ସେ ପାହାଚକୁ ଡେଇଁଲେ । କନଫରେନ୍ସ ହଲ ଆଗରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ଆଉ ଏହାପରେ ଶୁଭ ଅଶୁଭ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ବୁଧବାର ସଚିବାଳୟରେ ମାଙ୍କଡ ଦେଖିବା ପାଇଁ କର୍ମଚାରୀଙ୍କ ଭିତରେ ଜମିଥିଲା ଭିଡ । 2 ମାଙ୍କଡ ସିଧାସଳଖ କନଫରେନ୍ସ ହଲକୁ ଏଣ୍ଟ୍ରୀ ମାରିଥିଲେ । ବିସ୍କୁଟ ଖୁଆଇଥିଲେ କର୍ମଚାରୀ । ଏହାକୁ ଏକ ଶୁଭ ସଙ୍କେତ ଭାବରେ ଅଭିହିତ କରିଛନ୍ତି ଦେଖଣାହାରୀ ।

ଶୁଭ ଘଟଣା କହୁଥିବା ଲୋକଙ୍କ ଯୁକ୍ତି ହେଲା, ଆଗକୁ ସାଧାରଣ ନିର୍ବାଚନ । ନବୀନଙ୍କୁ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ହନୁମାନ ପହଞ୍ଚିଛନ୍ତି । ନବୀନ ଯେ ଆଗାମୀ ନିର୍ବାଚନରେ ବି ବିଜୟୀ ହେବେ, ତାର ଏହା ପ୍ରାକ-ସୂଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ ଏହାକୁ ସରକାରଙ୍କ ପାଇଁ ଅଶୁଭ ଘଟଣା ବୋଲି ଆଉ କିଛି ଦାବି କରୁଛନ୍ତି । ଏମାନଙ୍କ ଦାବି ହେଲା, ଦୀର୍ଘ 19 ବର୍ଷ ବିଜେଡି ଶାସନରେ ପୁରା ଲଙ୍କା ପାଲଟି ଯାଇଛି । ଆଉ ନବୀନଙ୍କ ଏହି ରାଜନୈତିକ ଲଙ୍କାକୁ ପୋଡି ପାଉଁଶ କରିବା ପାଇଁ ହନୁମାନ ଆସିଛନ୍ତି । ତେବେ ପ୍ରକୃତରେ ସଚିବାଳୟରେ ହନୁମାନ ପଶିବା ଘଟଣା ସରକାରଙ୍କ ପାଇଁ ଶୁଭ ନା ଅଶୁଭ, ନିର୍ବାଚନ ଫଳାଫଳ ହିଁ କହିବ ।

ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.