ETV Bharat / state

ଉଡନ୍ତା ପକ୍ଷୀଙ୍କ ଦରଦୀ ବନ୍ଧୁ ଆଳୁଦମ ଦହିବରା ବେପାରୀ ଅକ୍ଷୟ

ବାତ୍ୟା ଛଡାଇନେଲା ସବୁ କିଛି । କେବଳ ମଣିଷ ନୁହେଁ ପଶୁ ପକ୍ଷୀ ସମସ୍ତଙ୍କ ସର୍ବସ୍ବ ନେଇଗଲା । ମଣିଷଙ୍କ ପାଇଁ ତ ପ୍ରଶାସନ ରହିଥିଲା । ହେଲେ ଶତାଧିକ ନିରୀହ ପକ୍ଷୀ ବାସହରା ହୋଇ ଖାଇବାକୁ ଡହଳ ବିକଳ ହେଉଥିଲେ । ଆଉ ସେବେଠାରୁ ସେମାନଙ୍କ ସାହାରା ସାଜିଛନ୍ତି ରାଜଧାନୀ ରାସ୍ତା କଡର ବୁଲା ବିକାଳି ଅକ୍ଷୟ ସାହୁ ।

author img

By

Published : May 26, 2019, 12:00 AM IST

ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଫନି ପରେ ପକ୍ଷୀଙ୍କ ସାହାରା ସେ । ନିତି ସଞ୍ଜ- ସକାଳେ ଶହ ଶହ ପକ୍ଷୀଙ୍କୁ ଦିଅନ୍ତି ଖାଇବା । ଏଥିପାଇଁ ତ ପ୍ରତି ଦିନ ଘଣ୍ଟାରେ 11 ବାଜି ଗଲେ କୁଆଡୁ କେମିତି ସବୁ ଉଡି ଆସନ୍ତି ତାଙ୍କ ପାଖକୁ । ଆଉ ସେ ବି ଅତି ଆନନ୍ଦର ସହ ସେମାନଙ୍କ ମନ ଜିଣି ଖାଦ୍ୟ ଓ ପାଣିର ଆସର ଲଗାଇଦିଅନ୍ତି । ଏହି ବଦାନ୍ୟ ପକ୍ଷୀ ମଣିଷଟି ଭୁବନେଶ୍ବରର ଅକ୍ଷୟ ସାହୁ ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ଅକ୍ଷୟ । ପେଶାରେ ରାସ୍ତା କଡର ଆଳୁଦମ ଦହି ବରା ବେପାରୀ । ହେଲେ ନିଶା ପ୍ରାଣୀ ସେବା । ନିଜ ଆୟର କିଛି ଅଂଶକୁ ସେ ଏହି ବାସହରା ପକ୍ଷୀଙ୍କ ପାଇଁ ଖର୍ଚ୍ଚ କରନ୍ତି । ନିଜ ଛୁଆ ଭଳି ସେମାନଙ୍କ କରନ୍ତି ସେବା । ଏହାକୁ ଦେଖି ବାଟୋଇ ବି ବେଶ ଖୁସି ହୁଅନ୍ତି ।

ଅକ୍ଷୟଙ୍କ ଭଳି ସହୃଦୟବାନଙ୍କ ପାଇଁ ତିଷ୍ଠିଛି ଆଜିର ସମାଜ । ନଚେତ ଅମାନୁଷିକ ଭଳି ପଶୁ-ପକ୍ଷୀଙ୍କୁ ମାରୁଥିବା ଏହି ଅବିବେକୀଙ୍କ ଯୋଗୁଁ ଦିନକୁ ଦିନ ପକ୍ଷୀ ସଂଖ୍ୟା ଲୋପ ପାଇ ଆସୁଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.