ETV Bharat / state

ବନ୍ଦହେବ ବେଆଇନ କାରବାର, ଖଣିମାଫିଆଙ୍କୁ ସାବାଡ କରିବ ଏସଟିଏଫ୍

ରାଜ୍ୟରେ ବେଆଇନ ଭାବେ ବଢୁଥିବା ଖଣି କାରବାର ଉପରେ ଲଗାମ କଷିବାକୁ ଅଣ୍ଟା ଭିଡିଛି ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ।

author img

By

Published : Jun 19, 2019, 3:09 PM IST

Updated : Jun 19, 2019, 4:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି ବେଆଇନ ଖଣି କାରବାର । ଏଥିରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ଜଡିତ ରହୁଛନ୍ତି ସଜ୍ଜା କାଟୁଥିବା ଗ୍ୟାଙ୍ଗଷ୍ଟାର । ଜେଲରେ ଥାଇ ମଧ୍ୟ ଖଣି କାରବାରକୁ କରୁଛନ୍ତି ନିୟନ୍ତ୍ରଣ । ଯାହାଫଳରେ ଖଣିଖାଦାନରୁ ହ୍ରାସ ପାଇବାରେ ଲାଗିଛି ସରକାରଙ୍କ ରାଜସ୍ବ ସଂଗ୍ରହ । ଏହା ଯୋଗୁଁ ମାଲାମାଲ୍ ହେଉଛନ୍ତି ଖଣିମାଫିଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ହେଲେ ବର୍ତ୍ତମାନ ଠାରୁ ଏହା ଉପରେ ଲଗାମ କଷିବା ପାଇଁ ଅଣ୍ଟା ଭିଡିଛି କ୍ରାଇମବ୍ରାଞ୍ଚ । ଖଣି କାରବାରରେ ମାଫିଆରାଜକୁ ବନ୍ଦ କରିବା ପାଇଁ ନିଆଯିବ ଆକ୍ସନ । ବିଭାଗୀୟ ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଏଭଳି ତଥ୍ୟ । ଯେଉଁମାନଙ୍କ ଇସାରାରେ ଚାଲୁଛି ବେଆଇନ ପଥର ଖାଦାନ ଠାରୁ ଆରମ୍ଭ କରି ଖଣିଜ ଦ୍ରବ୍ୟର ଚୋରା ଚାଲାଣ । ଏଭଳି ମାଫିଆଙ୍କୁ ସାବାଡ୍ କରିବା ପାଇଁ ଏବେ ଆକ୍ସ ମୁଡରେ ରହିଛି କ୍ରାଇମବ୍ରାଞ୍ଚ । ଏଥିରେ ଜଡିତ ଥିବା ୨୦ ଜଣ ଗ୍ୟାଙ୍ଗଷ୍ଟାରଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରିଛି ସ୍ପେଶାଲ ଟାସ୍କଫୋର୍ସ (ଏସଟିଏଫ) ।

ଏହି ତାଲିକା ପ୍ରଥମ ସ୍ଥାନରେ ରହିଛି ରାଜା ଆଚାର୍ଯ୍ୟ । ଯିଏକି କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ସଜା କାଟିବା ପରେ କିଛି ଦିନ ତଲେ ଜେଲରୁ ମୁକୁଳିଛି । ଗଞ୍ଜାମ ଟାଇଗର ଭାବେ ପରିଚିତ ଗ୍ୟାଙ୍ଗଷ୍ଟାର ବିକ୍ରମ ମଲ୍ଲିକ ଏବେ ଝାରପଡା ଜେଲରେ ସଜା କାଟୁଛି । ଯିଏକି ଏସଟିଏଫ ଦ୍ବାରା ପ୍ରସ୍ତୁତ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ।

ଏଥିରେ ତୃତୀୟ ସ୍ଥାନରେ ରହିଛି ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ୍ ସୟଦ ଉସମାନ ଅଲ୍ଲି । କେନ୍ଦ୍ରାପଡାର ସବୁଠୁ ଖତରନାକ ଗ୍ୟାଙ୍ଗଷ୍ଟାର ଟିଟୋ ଯିଏକି କି ଏବେ ଝାରପଡା ଜେଲରେ ଅଛି । ତାପଙ୍ଗ ଖଣି ଅଞ୍ଚଳରେ ବେଆଇନ ଖଣି ଖାଦାନ ଚଳାଇଥିଲା ସଞ୍ଜୟ ପାଇକରାୟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଜୁନ ମାସରେ ତାକୁ ଗିରଫ କରିଛି ଏସଟିଏଫ । ସେହିପରି ଜିତୁ ମାନସିଂ, ନିତୁ ମାନସିଂ, କାଳିଆ ବରାଳ, ତାପସ ମଙ୍ଗରାଜ ଭଳି ମୋଟ ୨୦ ଜଣ ଗ୍ୟାଙ୍ଗଷ୍ଟାରଙ୍କ ନାଁରେ ଏଫଆଇଆର ପ୍ରସ୍ତୁତ କରିଛି ଏସଟିଏଫ ।

ଯାହାର ନକଲ ଲାଗିଛି ଇଟିଭ ଟିମ ହାତରେ । ଏମାନେ ନିଜ ଅଞ୍ଚଳରେଗ୍ୟାଙ୍ଗ ରାଜ ଚଳାଇ ସ୍ଥାନୀୟ ଖଣି ଖାଦନକୁ କବଜା କରୁଥିଲେ । ବେଆଇନ ଭାବେ ଖଣିଜଦ୍ରବ୍ୟ ଲୁଟ କରି ମାଲାମାଲ୍ ହେଉଥିବାର ଜଣାପଡିଛି । ବଡସାଉଣି, କଳିଙ୍ଗ,ହଟିଆ,ଜୋଡମ୍ବା, ଚିଙ୍ଗୁଡି ଆଦି ସ୍ଥାନୀୟ ଖଣିରେ ଏମାନଙ୍କ ଗ୍ୟାଙ୍ଗରାଜ ଯୋଗୁଁ ପହଞ୍ଚି ପାରୁନଥିଲା ପୋଲିସ କି ପ୍ରଶାସନ । ମାତ୍ର ଏହା ଉପରେ ଲଗାମ କଷିବାକୁ ଯାଇଛି କ୍ରାଇମବ୍ରାଞ୍ଚ ।

ଖଣିଖାଦାନ ଅଞ୍ଚଳରେ ଏଭଳି ମାଫିଆ ରାଜ୍ ଯୋଗୁଁ ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ । ବେଆଇନ ଖଣିଜଦ୍ରବ୍ୟ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଆଜି ଗ୍ୟଙ୍ଗଷ୍ଟାର ଟିଟୋର ଘରେ ଚଢାଉ କରି ତାର ଦୁଇ ଭାଇଙ୍କୁ ନିଜ ହେପାଜତକୁ ନେଇଛି ଏସଟିଏଫ ଟିମ୍ ।

ଏ ସମ୍ପର୍କରେ ମତ ରଖି ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି ଖୁବଶୀଘ୍ର ଏସବୁ ଖଣି ଖାଦାନ ଉପରେ ରୋକ ଲଗାଯିବ । ରାଜସ୍ବ ଆଦାୟ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଏଫଆଇଆରକୁ ଆଧାର କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯିବ । ଏନେଇ ବିଭାଗୀୟ ଗୁପ୍ତ ତଥ୍ୟ ସଂଗ୍ରହ କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ମାଲେମାଲ ଗ୍ଯାଙ୍ଗଷ୍ଟାର ଖଣି ମାଫିଆ,
ରାଜସ୍ବ ହରାଉଛନ୍ତି ରାଜ୍ଯସରକାର
Body:
ଖଣି କବଜାରେ ଗ୍ଯାଙ୍ଗଷ୍ଚାର।ଜେଲରୁ ଥାଇ ବି ଖାଦାନ ହେଉଛି ଖଣି। ପଥର ଖଣିଠୁ ଆରମ୍ଭ କରି ଖଣିଜ ପଦାର୍ଥଜାତ ଦ୍ରବ୍ଯ। ଖଣି ଉପରେ ଗ୍ଯାଙ୍ଗଷ୍ଟାରଙ୍କ ମାଫିଆରାଜ।ଯାହାକୁ ନେଇ ରାଜସ୍ବ ହରାଉଛନ୍ତୁି ରାଜ୍ଯସରକାର। ମାଲମାଲ ହେଉଛନ୍ତି ଗ୍ଯାଙ୍ଗଷ୍ଟାର। ଏଭଳି ସତ ସାମ୍ନାକୁ ଆସିଛି କ୍ରାଇମବ୍ରାଚର ତଦନ୍ତ ବେଳେ। ଯାହାକୁ ନେଇ ୨୦ ଜଣ ଗ୍ଯାଙ୍ଗଷ୍ଟାରଙ୍କ ଲିଷ୍ଟ ପ୍ରସ୍ତୁତ କରିଛି ଏସଟିଏଫ।ଯେଉଁମାନଙ୍କ ଇସାରାରେ ଚାଲୁଛି ବେଆଇନ ପଥର ଖାଦାନ ଠୁ ଆରମ୍ଭ କରି ଖଣିଜ ଦ୍ରବ୍ଯ ଚୋରା ଚାଲାଣ।
ମାଫିଆ ନମ୍ବର ୧ -ରାଜା ଆଚାର୍ଯ।ଯେକି ବିରଂଚି ଦାସ ହତ୍ଯା ମୀମଲାରେ ସଜା କାଟିବା ପରେ କିଛି ଦିନ ହେବ ଜେଲରୁ ମୁକୁଳିଛି।ନମ୍ବର ୨-ବିକ୍ରମ ମଲ୍ଲିକ। ଗଂଜାମ ଟାଇଗର ଭାବେ ପରିଚିତ ଏହି ଖୁନଖାର ଗ୍ଯାଙ୍ଗଷ୍ଟାର ଏବେ ଝାରପଡା ଜେଲରେ ସଜା କାଟୁଛି। ନମ୍ବର ୩ ସୟଦ ଉସମାନ ଅଲ୍ଲି ଓରଫ ଟିଟୋ। କେନ୍ଦ୍ରାପଡାର ସବୁଠୁ ଖତରନାକ ଗ୍ଯାଙ୍ଗଷ୍ଟାର। ଯେ କି ଏବେ ଝାରପଡା ଜେଲରେ।ନମ୍ବର ୪ ସଂଜୟ ପାଇକରାୟ ଯେକି ତାପଙ୍ଗ ଖଣି ଅଂଚଳରେ ବେଆଇନ ଖଣି ଖାଦାନ ଚଳାଇଥିଲା। ଏଇମାସରେ ତାକୁ ଏସଟିଏଫ ଗିରଫ କରିଛି। ସେହିପରି ଜିଦୁ ମାନସିଂ,ନିତୁ ମାନସିଂ,କାଳିଆ ବରାଳ,ତାପସ ମଙ୍ଗରାଜ ଭଳି ମୋଟ ୨୦ ଜଣ ଗ୍ଯାଙ୍ଗଷ୍ଟାରଙ୍କ ନାରେ ଏଫଆଇଆର ପ୍ରସ୍ତୁତ କରିଛି ଏସଟିଏଫ ଟିମ। ଯାହାର ନକଲ ଲାଗିଛି ଇଟିଭ ଟିମ ହାତରେ।ତେବେ ଏମାନେ ଗ୍ଯାଙ୍ଗ ରାଜ ଚଳାଇ ନିଜ ନିଜ ଅଂଚଳରେ ଥିବା ଖଣି ଖନନ କବଜା କରୁଥିଲେ। ବେଆଇନ ଭାବେ ଖଣିଜଦ୍ରବ୍ଯ ଲୁଟ କରି ମାଲେମାଲ ହେଉଛନ୍ତି।ବଡସାଉଣି,କଳିଙ୍ଗ,ହଟିଆ,ଜୋଡମ୍ବା ,ଚିଙ୍ଗୁଡି ଆଦି ସ୍ଥାନିୟ ଖଣିରେ ଏମାନଙ୍କ ଗ୍ଯାଙ୍ଗରାଜ ଯୋଗୁ ପୋଲିସ କି ପ୍ରଶାସନ ପହଂଚି ପାରେନି। ଫଳରେ କୋଟି କୋଟି ଟଂଙ୍କାର ଖଣିଜ ଦ୍ରବ୍ଯ ଖାଦାନ ଓ ତସ୍କରି ଯୋଗୁ ସରକାର ରାଜସ୍ବ ହରାଉଛନ୍ତି। ଏନେଇ ଆଜି ଟିଟୋର ଘରେ ଚଢାଉ କରିଛି ଏସଟିଏଫ ଟିମ । ଟିଟୋର ଦୁଇ ଭାଇଙ୍କୁ ମିଳିଥିବା ସୁଚନା ଅନୁସାରେ ନିଜ ହେପାଜତକୁ ନେଇଛି ଏସଟିଏଫ ଟିମ। ବେଆଇନ ଖଣି ଖାଦାନ ନେଇ ଖଣି ମନ୍ତ୍ରି ପ୍ରଫୁଲ ମଲ୍ଲିକ କହିଛନ୍ତି ଖୁବଶିଘ୍ର ଏସବୁ ଖଣି ଖାଦାନ ଉପରେ ରୋକ ଲଗାଯିବ। ତେବେ ରାଜସ୍ବ ଆଦାୟ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଅନ୍ଯପଟେ କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ଏଫଆଇଆରକୁ ଆଧାର କରି ସେମାନଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ନିଆଯିବ।ଏନେଇ ଆମେ ଇଣ୍ଟେଲିଜେନସ କଲେକ୍ଟ କରାଯାଉଛି।
ବାଇଟ-ସନ୍ତୋଷ ଉପାଧ୍ଯାୟ,କ୍ରାଇମବ୍ରାଂଚ ଏଡିଜି(ରାପରେ)
ବାଇଟ-ପ୍ରଫୁଲ ମଲ୍ଲିକ,ଖଣି ମନ୍ତ୍ରୀ,(ଗତକାଲି ଗ୍ଯାନ ଭାଇ ପଠେଇଥିଲେ)
ବାଇଟ-ବି କେ ମହାନ୍ତି,ଖଣି ବିଶେଷଜ୍ଞ (ମୋଜୋରେ)Conclusion:
Last Updated : Jun 19, 2019, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.