ETV Bharat / state

ଅଟୋ ପାଇଁ ରାଜଧାନୀରେ ସ୍ପେଶାଲ ଅପରେସନ

ବଢୁଛି ସହର । ବଢୁଛି ଜନସଂଖ୍ୟା । ଲୋକଙ୍କ ଚାହିଦା ଦେଖି ବଢୁଛି ରାଜଧାନୀରେ ଅଟୋ ସଂଖ୍ୟା । ଯାହାକୁ ନେଇ ଏବେ ସହର ସାରା ଟେନସନ ।

author img

By

Published : Jul 9, 2019, 5:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବଢୁଛି ସହର । ବଢୁଛି ଜନସଂଖ୍ୟା । ଲୋକଙ୍କ ଚାହିଦା ଦେଖି ବଢୁଛି ରାଜଧାନୀରେ ଅଟୋ ସଂଖ୍ୟା । ଯାହାକୁ ନେଇ ଏବେ ସହର ସାରା ଟେନସନ । ପାର୍କିଂ ପାଇଁ ଯାଗାର ଅଭାବ । ଅନ୍ୟପଟେ ଅଟୋ ଡ୍ରାଇଭରଙ୍କ ଭୁଲ ପାର୍ଶ୍ବରେ ଏଣ୍ଟ୍ରି ଓ ବେପରୁଆ ଡ୍ରାଇଭିଂ ପାଲଟିଛି ଚିନ୍ତାର କାରଣ । କେତେବେଳେ ଯାତ୍ରୀଙ୍କ ଉପରେ ଜୁଲମ ତ ଆଉ କେତେବେଳେ ଅସାମାଜିକ ଚାଳକଙ୍କ ବଢୁଛି ପ୍ରଦୁର୍ଭାବ । ଏସବୁକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଅପରେସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଭିନ୍ନ ଟ୍ରାଫିକ ଛକ ଉପରେ ଚେକିଂ ଆରମ୍ଭ କରିଛି କମିସନରେଟ ପୋଲିସ । ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି ଗାଡି ରେଜିଷ୍ଟ୍ରେସନ, ଇନସ୍ୟୁରାନ୍ସ ଓ ଫିଟନେସ ଆଦି ଦିଗକୁ ନେଇ ଯାଞ୍ଚ ହୋଇଛି । ଯାହାକୁ ନେଇ ପ୍ରଥମ ଦିନରେ ଏଜି ଛକରେ ଚେକିଂ ବେଳେ 53ରୁ ଉର୍ଦ୍ଧ୍ବ ଅଟୋଠାରୁ ଫାଇନ ଆଦାୟ ହୋଇଛି । ଏନେଇ ଅନେକ ଅଟୋ ଟ୍ରାଫିକ ଥାନାରେ ମଧ୍ୟ ଅଟକ ରଖାଯାଇଛି ।

ହେଲେ ପରେ କାଗଜ ପତ୍ର ଯାଞ୍ଚ କରାଯାଇ ଅଟକ ଅଟୋଗୁଡିକୁ ଛଡାଯାଇଛି । ସୂଚନା ଅନୁସାରେ କେତେକ ଡ୍ରାଇଭର ବିନା ଲାଇସେନ୍ସରେ ଭଡାରେ ଅଟୋ ଆଣି ଚଳାଉଥିବା ଜଣା ପଡିଛି । ଅନେକ ମଧ୍ୟ ଭୁବନେଶ୍ବର ବାହାରୁ ଯେପରି କି ପୁରୀ, କଟକ, ନିମାପଡା ଓ ଖୋର୍ଦ୍ଧାରୁ ଆସି ବେପାର କରି ସନ୍ଧ୍ୟାରେ ଫେରି ଯାଉଛନ୍ତି । ଫଳରେ ଟ୍ରୀଫିକରେ ଭିଡ ପରିଲକ୍ଷିତ ହେଉଛି ।

ତେବେ ଏନେଇ ବିଭିନ୍ନ ଅଟୋ ଆସୋସିଏସନ ସହ ଆଲୋଚନା କରାଯିବ । ଅଟୋ ଚାଳନା କ୍ଷେତ୍ରରେ କିପରି ସୁଧାର ଆସିପାରିବ ସେନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଅଟୋ ପାଇଁ ସହରରେ ଟେନସନ,
ଆରମ୍ଭ ହେଲା ସ୍ପେଶାଲ ଅପରେସନBody:

ବଢୁଛି ସହର । ବଢୁଛି ଜନସଂଖ୍ଯା। ଲୋକଂକ ଚାହିଦା ଦେଖି ବଢୁଛି ରାଜଧାନୀରେ ଅଟୋ ସଂଖ୍ଯା। ଯାହାକୁ ନେଇ ଏବେ ସହର ସାରା ଟେନସନ। ପାର୍କିଂ ପାଇଁ ଯାଗା ମିଳୁନି। ରାସ୍ତା ଉପରେ ଯିବାକୁ ସାଇଡ ମିଳୁନି। ଅନ୍ଯପଟେ ଅଟୋ ଡ୍ରାଇଭରଙ୍କ ରଙ୍ଗସାଇଡ ଏଣ୍ଟ୍ରି ଓ ବେପରୁଆ ଡ୍ରାଇଭି। କେତେବେଳେ ଯାତ୍ରୀଙ୍କ ଉପରେ ଜୁଲମ ଆଉ କେତେ ବେଳେ ଅସାମାଜିକ ଚାଳକଂକ ବଢୁଛି ପ୍ରଦୁର୍ଭାବ। ଏସମସ୍ତ ଦୃଷ୍ଟିରେ ରଖି କମିସନରେଟ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଅପରେସନ। ବିଭିନ୍ନ ଟ୍ରାଫିକ ଛକ ଉପରେ ଚେକିଂ ଆରମ୍ଭ କରିଛି କମିସନରେଟ ପୋଲିସ। ଡ୍ରାଇଭର ଲାଇସେନ୍ସ ଠୁ ଆରମ୍ଭ କରି ଗାଡି ରେଜିଷ୍ଟ୍ରେସନ,ଇନସୁରାନସ,ଫିଟନେସ ସମସ୍ତ ଦିଗକୁ ନେଇ ଯାଂଚ ହୋଇଛିଯ ଯାହାକୁ ନେଇ ପ୍ରଥମ ଦିନରେ ଏଜି ଛକରେ ଚେକି ବେଳେ ୫୩ରୁ ଉର୍ଧ ଅଟୋ ଠାରୁ ଫାଇନ ଆଦାୟ ହୋଇଛି।ଯାହାକୁ ନେଇ ଅନେକ ଅଟୋ ଟ୍ରାଫିକ ଥାନାରେ ମଧ୍ଯ ଅଟକ ରଖାଯାଇ ପରେ କାଗଜ ପତ୍ର ଯାଂଚ କରାଯାଇ ଛଡାଯାଇଛି। ତେବେ ଜାହା ଜଣା ପଡିଛି ଅନେକ ଅଟୋକୁ ଭଡାରେ ଆଣି ଚଲାଉଛନ୍ତି ଡ୍ରାଇଭର। କିନ୍ତୁ ସେମାନଂଙ୍କ ଲାଇସେନ୍ସ ନଥିବା ବେଳେ ଅନେକ ମଧ୍ଯ ଭୁବନେଶ୍ବର ବାହାରୁ ଯେପରି ପୁରି,କଟକ,ନିମାପଡା ,ଖୋର୍ଦାରୁ ଆସି ବେପାର କରି ସନ୍ଧାରେ ଫେରିଯାଉଛନ୍ତି ଫଳରେ ଟ୍ରୀଫିକ ରେ ଭିଡ ପକିଲିକ୍ଷିତ ହେଉଛି। ତେବେ ଏନେଇ ବିଭିନ୍ନ ଅଟୋ ଆସୋସିଏସନ ସହ ଆଲୋଚନା କରାଯିବ । ଏନେଇ ଅଟୋ ଚାଳନା କ୍ଷେତ୍ରରେ କିପରି ସୁଧାର ଆସିପାରିବ ସେ ନେଇ ଆଲୋଚନା କରାଯିବ ବୋଲି ପୋଲିସ କମିସନର କହିଛନ୍ତି।
ବାଇଟ-ସତ୍ଯଜିତ ମହାନ୍ତି ପୋଲିସ କମିସନରConclusion:ବାଇଟ ବିକାଶ ପଠେଇବ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.