ଭୁବନେଶ୍ବର: ବିଜୁଳି ବିନା ବସବାସ କରୁଛନ୍ତି ରାଜ୍ୟର ରାଜଧାନୀ ବାସିନ୍ଦା । ତେବେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ପରେ ସହରବାସୀଙ୍କ ସାହାରା ପାଲିଟିଛି ସ୍ମାର୍ଟ ଲାଇଟ୍ ଓ ଫ୍ୟାନ୍ । ଏହି ଲାଇଟ୍ ଓ ଫ୍ୟାନ୍ ପାୱାର ବ୍ୟାଙ୍କର ଚାର୍ଜିଂରେ ଚାଲୁଛି । ଏଥିସହ ସ୍ମାର୍ଟ ଫୋନ୍କୁ ବି ଚାର୍ଜ କରିହେଉଛି ।
ଏହା ମଧ୍ୟ ପଢନ୍ତୁ: ଓଡିଶାକୁ ଆସୁଛି ରିଲିଫ
ତେବେ ଏଭଳି ଗ୍ୟାଜେଟ୍ ଏବେ ସ୍ମାର୍ଟ ସିଟିରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ପାୱାର ବ୍ୟାଙ୍କ ୬୦୦ ଟଙ୍କାରୁ ଆରମ୍ଭ କରି ୨ହଜାର ଯାଏଁ ମୂଲ୍ୟ ରହିଛି, ସେହିପରି ଲାଇଟ ୫୦ରୁ ୬୦ ଟଙ୍କା ମଧ୍ୟରେ ରହିଛି । ସେହିପରି ଚାର୍ଜିଂ ଫ୍ୟାନ୍ ଗରମରୁ ମୁକ୍ତି ପାଇଁ ବେଶ୍ ଭଲ ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ