ETV Bharat / state

ଅସୁରକ୍ଷିତ ରାଜଧାନୀ, ବାଜିରେ ଲାଗିଛି ଜୀବନ ! - CP

ଭୁବନେଶ୍ବରର ଗୁରୁତ୍ବପୂର୍ଣ୍ଣ ସ୍ଥାନ କୁହାଯାଉଥିବା ଚନ୍ଦ୍ରଶେଖରପୁର ଅଞ୍ଚଳରେ ରୁହନ୍ତି ପ୍ରତିରକ୍ଷା ବିଭାଗରୁ ଅବସର ନେଇଥିବା ସେନା କର୍ମଚାରୀ । ଏହି ଅଫିସରଙ୍କ ଘରେ ଦୁର୍ବୃତ୍ତ ପଶି ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏହି ଡକାୟତ ଘଟଣାର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ହାତ ଖାଲି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 30, 2019, 11:47 AM IST

Updated : Mar 30, 2019, 6:01 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, ପୁଣି ରାଜ୍ୟର ମନ୍ଦିରମାଳିନୀ ସହର ଦେଶର ପ୍ରଥମ ସ୍ମାର୍ଟ ସିଟି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ, ପ୍ରଯୁକ୍ତି ବିଦ୍ୟା, କଳା ସଂସ୍କୃତିର ଅନେକ ସମ୍ଭାର ନେଇ ବଢୁଥିବା ସହର ହେଉଛି ଭୁବନେଶ୍ୱର । ସେଥିପାଇଁ ଏହି ସହରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବର୍ଗର ଲୋକ ପ୍ରତିଦିନ ଛୁଟି ଆସିଥାନ୍ତି । ଯେଉଁଥି ପାଇଁ ସହରର ବିକାଶ ଦୃତଗତିରେ ବୃଦ୍ଧି ପାଇବା ସହ ସବୁକ୍ଷେତ୍ରରେ ପରିର୍ବତ୍ତନ ଘଟୁଛି । ମନ୍ଦିର ମାଳିନୀ ସହରରୁ ସ୍ମାର୍ଟ ସିଟି ଆଡକୁ ବଢୁଛି ଭୁବନେଶ୍ୱର, ଯଦ୍ୱାରା ସବୁକ୍ଷେତ୍ରରେ ସ୍ମାର୍ଟ ହେଉଛି ସହର । କିନ୍ତୁ ସ୍ମାର୍ଟ ହେଇପାରୁନି ସହରର ସୁରକ୍ଷା ବ୍ୟବସ୍ଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରତିଦିନ ଏଠି ଘଟୁଛି ଘଟଣା । ଦୁର୍ଘଟଣା ଏହାସହ ସ୍ମାର୍ଟ ସିଟିରେ ବଢିଚାଲିଛି ଚୋରି, ଡକାୟତି, ହତ୍ୟା ଓ ମହିଳାଙ୍କୁ ଅସଦାଚରଣ । ଦୀର୍ଘ ଦିନରୁ ଘଟିଥିବା ଘଟଣାରେ ପୋଲିସକୁ ସଫଳତା ମିଳିନଥିବା ବେଳେ ଦିନକୁ ଦିନ ଘଟି ଚାଲିଛି ନୂଆ ନୂଆ ଘଟଣା ଯାହା ପୋଲିସର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ଏକମାସ ମଧ୍ୟରେ ସହରରେ ମାତ୍ରାଧିକ ଭାବେ ବଢିଚାଲିଛି ଲୁଣ୍ଠନ ଯାହାର ଶିକାର ହୋଇଛନ୍ତି ବରିଷ୍ଠ ନାଗରିକ, ବ୍ୟବସାୟୀ, ମହିଳା, ସାଧାରଣ ନାଗରିକ ଓ ଅବସରପ୍ରାପ୍ତ ସୈନିକ । ସବୁ ଘଟଣାର ପୋଲିସ ତଦନ୍ତ କରୁଥିଲେ ମଧ୍ୟ ଅପରାଧିଙ୍କ ଆଗରେ ସ୍ମାର୍ଟ ସିଟିର ଲଢୁଆ ପୋଲିସ ଅସହାୟ ।

ଘଟଣା ନଂ1
ଭୁବନେଶ୍ୱରର ଗୁରୁତ୍ବପୂର୍ଣ୍ଣସ୍ଥାନ କୁହାଯାଉଥିବା ଚନ୍ଦ୍ରଶେଖରପୁର ଅଞ୍ଚଳରେ ରୁହନ୍ତି ପ୍ରତିରକ୍ଷା ବିଭାଗରୁ ଅବସର ନେଇଥିବା ସେନା କର୍ମଚାରୀ । ଏହି ଅଫିସରଙ୍କ ଘରେ ଦୁର୍ବୃତ୍ତ ପଶି ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏହି ଡକାୟତ ଘଟଣାର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ହାତ ଖାଲି ।

ଘଟଣା ନଂ2

ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ଜଣେ ଛାତ୍ରୀ ମଧ୍ୟାହ୍ନ ୧୨ଟାରେ ଭିଏସଏସ ନଗର ସ୍କୁଲ ନିକଟରେ ଏକୁଟିଆ ଅଟୋକୁ ଅପେକ୍ଷା କରିଥିଲେ । ସେହି ସମୟରେ ନିକଟସ୍ଥ ଗଳିରୁ ବାହାରି ଦୁଇ ଯୁବକ ଛାତ୍ରୀଙ୍କ ଠାରୁ ଲୁଟ ଉଦ୍ୟମ କରିଥିଲେ । ଠେଲାପେଲା ମଧ୍ୟରେ ଯୁବତୀଙ୍କ ମୋବାଇଲ ଫୋନ ଲୁଟି ନେଇଥିଲେ ଲୁଟେରା। ଏନେଇ ଯୁବତୀ ଜଣକ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଲୁଟେରାଙ୍କ କୌଣସି ସୁରାକ ପାଇନି ।

ଅଧିକ ପଢନ୍ତୁ:15 ବର୍ଷରେ ବୈଶାଖୀ ବାଣିଜ୍ୟ ମେଳା

ଘଟଣା ନଂ3

ନୟାପଲ୍ଲୀ ଥାନା ଅଧିନରେ ଥିବା ଏକ ସୁନା ଦୋକାନର ମାଲିକଙ୍କ ଠାରୁ ଗତ ଗୁରୁବାର ରାତିରେ ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କା । ସୂଚନା ଅନୁସାରେ ରାତିରେ ସୁନା ଦୋକାନର ମାଲିକ ଦୋକାନ ବନ୍ଦ କରୁଥିବା ବେଳେ ହଠାତ୍ ଆସିଥିଲେ ଡକାୟତ ଦଳ ଆଉ ଲୁଟି ନେଇଥିଲେ ଏକ ବ୍ୟାଗ ଯେଉଁଥିରେ ମୋଟ 32 ଲକ୍ଷ ଟଙ୍କାର ସୁନା ଓ ଟଙ୍କା ଥିଲା । ସୁନା ମାଲିକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।

ଘଟଣା ନଂ4

ମାର୍ଚ୍ଚ 27 ସୋମବାର ଚନ୍ଦ୍ରଶେଖରପୁର ଥାନା ଅଧିନରେ ହୋଇଥିଲା ଏକ ବଡଧରଣର ଲୁଟ । ନୀଳାଦ୍ରି ବିହାର ସେକ୍ଟର ୨ ଅଞ୍ଚଳରେ ରହୁଥିବା ମୟୂରଭଞ୍ଜ ସମକୁଲର ପଦ୍ମଲୋଚନ ମହନ୍ତଙ୍କ ଘରେ ଲୁଟେରା ପଶି ସଫା କରି ଦେଇଛନ୍ତି ୫ ଲକ୍ଷ ଟଙ୍କା ସହ ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା । ଲୁଟର ଶିକାର ହୋଇଥିବା ପଦ୍ମଲୋଚନ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ ପୋଲିସ । ଖାଲି ଏତିକି ନୁହେଁ ମର୍ଣିଂୱାର୍କରେ ଯାଉଥିବା ମହିଳା ବୟୋଜ୍ୟଷ୍ଠ ଲୋକଙ୍କୁ ବି ଛାଡୁନାହାଁନ୍ତି ଲୁଟେରା ।

ଏମିତି ପ୍ରତିଦିନ ରାଜଧାନୀରେ ଲୁଟ ହେଉଥିଲେ ମଧ୍ୟ ପୋଲିସ ଅସହାୟ ହୋଇପଡିଛି । କେବଳ ହେଲମେଣ୍ଟ ଚେକିଂ ସହ ଭିଭିଆଇପିଙ୍କୁ ସୁରକ୍ଷା ଦେବାରେ କମିଶନରେଟ ପୋଲିସ ବ୍ୟସ୍ତ ଥିବାବେଳେ ଜନସାଧାରଣଙ୍କ ଧନ ଜୀବନ ଏବେ ବିପନ୍ନରେ ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Slug - ଭୁବନେଶ୍ୱର ଲୋକସଭା ଆସନ ପାଇଁ ପାର୍ଥିପତ୍ର ଦାଖଲ କଲେ ଦୁଇ ପାର୍ଥି

Format - AVO

Place- khurda,29.3.19

Visual- mojo

ଆଙ୍କର : ସାଧାରଣ ନିର୍ବାଚନ ପାଇଁ ବାଜିସରିଛି ବିଗୁଲ । ଏନେଇ ମୈଦାନ ପ୍ରସ୍ତୁତ ହୋଇସାରିଥିବା ବେଳେ  ତୃତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ଗତକାଲି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ଗତକାଲି ଭୁବନେଶ୍ୱର ଲୋକସଭା ଆସନ ପାଇଁ କୌଣସି ପାର୍ଥି ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ଆଜି ଦ୍ଵିତୀୟ ଦିନରେ ସ୍ୱାଧୀନ ପାର୍ଥି ଭାବେ ସଞ୍ଜୟ କୁମାର ସାହୁ ଏବଂ ସିପିଆଇ(ଏମେଏଲ) ରେଡ଼ ଷ୍ଟାର ପକ୍ଷରୁ ପ୍ରମିଳା ବେହେରା ତାଙ୍କ ପାର୍ଥି ପତ୍ର ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ନିକଟରେ ଦାଖଲ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ
Last Updated : Mar 30, 2019, 6:01 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.