ETV Bharat / state

ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ପାଇଲେ "ନାରଦ ସମ୍ମାନ" - bhubaneswar

ନାରଦ ସମ୍ମାନରେ ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ । ଏହି ସମ୍ମାନରେ ସମ୍ମାନିତ କଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 19, 2019, 11:09 PM IST

ଭୁବନେଶ୍ୱର: ସପ୍ତଦଶ 'ନାରଦ ସମ୍ମାନ' । ରାଜଧାନୀସ୍ଥିତ ଇଡିକଲ ଭବନରେ ଏହି ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ 'ନାରଦ ସମ୍ମାନ'ରେ ସମ୍ମାନିତ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ । ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଦାସଙ୍କୁ ସମ୍ମାନିତ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ ରାଜ୍ୟପାଳ ମହୋଦୟ ଆଜିର ଗଣମାଧ୍ୟମ ଗୁଡିକ ନାରଦଙ୍କ ଭଳି ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଯାହାକୁ ଆପଣାର କଲେ ଗଣମାଧ୍ୟମ ଗୁଡିକ ଏକ ଆଦର୍ଶର ପଦବାଚ୍ୟ ହୋଇପାରିବେ ବୋଲି ସେ କହିଥିଲେ । ସେପଟେ ଏହି ସମ୍ମାନରେ ସମ୍ମାନିତ ହୋଇଥିବା ନିଜକୁ ଗୌରବାନ୍ବିତ୍ୱ ମଣିବା ସହିତ ଏଥିପାଇଁ ଯୋଗ୍ୟ ଭାବିଥିବାରୁ ବିଶ୍ୱ ସମ୍ବାଦ କେନ୍ଦ୍ରକୁ ସାଧୁବାଦ ଜଣାଇଛନ୍ତି ସୁବ୍ରତ ଦାସ ।

ବିଶ୍ଵ ସମ୍ବାଦ କେନ୍ଦ୍ର ଓଡିଶା ପକ୍ଷରୁ ବିଗତ 17 ବର୍ଷ ଧରି ମହର୍ଷି ନାରଦଙ୍କ ଜୟନ୍ତୀ ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଉଛି । ଯାହାର ମୂଳ ଲକ୍ଷ୍ୟ ଜନସଧାରଣଙ୍କୁ ନିରପେକ୍ଷ, ମୁକ୍ତ ଓ ଦାଇତ୍ୱ ସମ୍ପନ୍ନ ସମ୍ବାଦ ପରିବେଷଣ ସହିତ ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି ଅନୁଷ୍ଠାନର ସଭାପତି ତଥା ଅଧ୍ୟାପକ ନିରଞ୍ଜନ ପାଢ଼ୀ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆରଏସଏସର ଓଡିଶା ପୂର୍ବ ପ୍ରାନ୍ତ ମୁଖ୍ୟ ଡ଼ ଅନୀଲ କୁମାର ଦାସ, ତାପସ ଦାସ ଓ ସୁମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.