ETV Bharat / state

ନିର୍ବାଚନ ପାଇଁ ରାଜଧାନୀରେ ବ୍ଲକିଂ-ଚେକିଙ୍ଗ୍

ରାତିଅଧିଆ କମିଶନରେଟ ପୋଲିସ ବିଭିନ୍ନ ଛକ ଓ ରାଜପଥକୁ ବନ୍ଦ କରି ସମସ୍ତ ଗାଡି ତଥା ଲୋକଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିଛି । ନିର୍ବାଚନ ଥିବାରୁ କୌଣସି ଅପ୍ରୀତିକର ଘଟଣା ଯେପରି ନଘଟେ, ସେଥିପାଇଁ ରାଜଧାନୀ ପୋଲିସ୍ ରାତିଅଧିଆ ଯାଞ୍ଚ ଆରମ୍ଭ କରିଦେଇଛି ।

author img

By

Published : Mar 21, 2019, 12:09 PM IST

Updated : Mar 21, 2019, 12:18 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନିର୍ବାଚନକୁ ନେଇ ରାଜଧାନୀରେ ବଢିଲା ସୁରକ୍ଷା ବ୍ୟବସ୍ଥା । ରାତିଅଧିଆ କମିଶନରେଟ ପୋଲିସ ରାଜଧାନୀର ବିଭିନ୍ନ ଛକରେ ଲୋକ ଓ ଗାଡିକୁ ଯାଞ୍ଚ କରିଛି । ଅପରାଧିକ କାର୍ଯ୍ୟକଳାପ, ନିଶା ଦ୍ରବ୍ୟ କାରବାର, ବନ୍ଧୁକ ସହ ଟଙ୍କା କରାବାର ଉପରେ ବିଶେଷ ନିଜର ରଖାଯାଇଛି ।

ଆଗକୁ ନିର୍ବାଚନ ଥିବାରୁ କୌଣସି ଅପ୍ରୀତିକର ଘଟଣା ଯେପରି ନଘଟେ, ସେଥିପାଇଁ ରାଜଧାନୀ ପୋଲିସ୍ ରାତିଅଧିଆ ଯାଞ୍ଚ ଆରମ୍ଭ କରିଦେଇଛି । ବିଭିନ୍ନ ଛକ ଓ ରାଜପଥକୁ ବନ୍ଦ କରି ସମସ୍ତ ଗାଡି ତଥା ଲୋକଙ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ବିଶେଷ କରି କାର,ଟ୍ରକ, ବାଣିଜ୍ୟକ ଯାନ ଉପରେ ନଜର ରଖିଛି କମିଶନରେଟ ପୋଲିସ । ଏପରି ରାତିଅଧିଆ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ଜଣାଇ ଦିଆଯାଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

ଜୟଲଲିତାଙ୍କ ଚିକିତ୍ସାରେ ଆପୋଲୋ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସଚିବଙ୍କ ଥିଲା ଷଡଷନ୍ତ୍ର: ଓକିଲ

ଚେନ୍ନାଇ: ଦିବଙ୍ଗତ ନେତ୍ରୀ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏବଂ  ଆପୋଲୋ ହସ୍ପିଟାଲର ହାତ ରହିଛି । ଜୟଲଳିତାଙ୍କ ନିଧନକୁ ନେଇ ତଦନ୍ତ କରୁଥିବା ପ୍ୟାନେଲର ଓକିଲ ମହମ୍ମଦ ଜଫରଉଲ୍ଲାହ ଖାନ ଏଭଳି ଅଭିଯୋଗ କରିଛନ୍ତି । ଏହାସହ ସେ ପୂର୍ବତନ ମୁଖ୍ୟ ଶାସନ ସଚିବ ରାମମୋହନ ରାଓଙ୍କ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସେ ଜାଣିଶୁଣି ସବୁ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଓକିଲ ମହମ୍ମଦ ଖାନ ଅଭିଯୋଗ କରିଛନ୍ତି । 

କାର୍ଡିଓଥୋରେସିସ ସର୍ଜନ ଦେଇଥିବା ବୟାନରେ ଜଣାପଡିଛି ଯେ, ଆପୋଲୋ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚିକିତ୍ସା ସଠିକ ଢଙ୍ଗରେ କରାଯାଉନଥିଲା । ମାତ୍ର ପରେ ଆପୋଲୋ ପକ୍ଷରୁ ଶନିବାର ଜବାବ ଦେଇ ସମସ୍ତ ଆରୋପକୁ ବିରୋଧ କରିବା ସହ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । 

ସୂଚନା ଅନୁସାରେ, ୨୦୧୬ ସେପ୍ଟେମ୍ବର ୨୨ ତାରିଖରେ ଜୟଲଳିତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯାଞ୍ଚ କରୁଥିବା ଟିମର ଓକିଲ ମହମ୍ମଦ ଜଫରଉଲ୍ଲାହ ଖାନ ଗୁରୁବାର କମିଟି ଆଗରେ ପୂର୍ବତନ ମୁଖ୍ୟ ଶାସନ ରାମାମୋହନ ରାଓ ଓ ସ୍ବାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନଙ୍କୁ ନୋଟିସ ଜାରି କରିବାକୁ ଆବେଦନ କରିଛନ୍ତି । କମିଶନ ଅଫ ଇନକ୍ବାରୀ ଆକ୍ଟ ୧୯୫୨ର ଧାରା ୫ ରୁ ୮ ମଧ୍ୟରେ ଥିବା ଆଇନ ଅନୁସାରେ ସେମାନଙ୍କୁ ଜବାବ ଦେବା ପାଇଁ ହାଜର କରାଇବାକୁ ଦାବି କରାଯାଇଛି ।  ଏହା ପୂର୍ବରୁ ଜୟଲଳିତାଙ୍କ ସହଯୋଗୀ ବିକେ ଶଶିକଳା ଏବଂ ଆପୋଲୋ ହସ୍ପିଟାଲକୁ ଏହି କମିଟି ନୋଟିସ ଜାରି କରିଛି ।

ଯାଞ୍ଚ ଟିମର ଓକିଲଙ୍କ ଅଭିଯୋଗ, ଜୟଲଳିତାଙ୍କୁ ହୋଇଥିବା ରୋଗ ଏବଂ ଆପୋଲୋର ଚିକିତ୍ସା ପ୍ରଣାଳୀ ବିଷୟରେ ଜାଣି ମଧ୍ୟ ତତ୍କାଳୀନ ସ୍ବାସ୍ଥ୍ୟ ସଚିବ କୌଣସି କ୍ୟାବିନେଟ ମନ୍ତ୍ରୀଙ୍କୁ ରିପୋର୍ଟ ଦେଇ ନଥିଲେ । ସ୍ବାସ୍ଥ୍ୟ ସଚିବ ହସ୍ପିଟାଲର ପ୍ରବକ୍ତା ଭାବେ ବ୍ୟବହାର କରୁଥିଲେ ବୋଲି ଖାନଙ୍କ ଅଭିଯୋଗ କରିଛନ୍ତି । 

Conclusion:
Last Updated : Mar 21, 2019, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.