ETV Bharat / state

ଭାରତୀୟ ବାୟୁସେନାକୁ ନବୀନଙ୍କ ସଲ୍ୟୁଟ - pm

ଭାରତୀୟ ବାୟୁସେନା(ଆଇଏଏଫ)ର ଗୋଟିଏ ମାଡରେ ପୁରା ପାକିସ୍ତାନ ସାବାଡ । ମିରାଜ-2000ର ବୋମା ବର୍ଷାରେ ନିପାତ ହୋଇଛନ୍ତି 3ଶହରୁ ଉର୍ଦ୍ଧ୍ବ ଆତଙ୍କବାଦୀ । ଭାରତୀୟ ସେନାର ଏଭଳି କାର୍ଯ୍ୟାନୁଷ୍ଠାନକୁ ବାଃ ବାଃ କରିଛନ୍ତି ସମସ୍ତେ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Feb 26, 2019, 5:08 PM IST

ଭୁବନେଶ୍ବର: ପାକିସ୍ତାନ ସ୍ଥିତ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ଆକ୍ରମଣ । ନିୟନ୍ତ୍ରଣ ରେଖା ପାର କରି ପିଓକେରେ ପଶି ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଏକ ହଜାର କିଲୋଗ୍ରାମରୁ ଅଧିକ ବୋମା ପକାଯାଇଛି ବାୟୁ ସେନାର ଲଢୁଆ ବିମାନ ମିରାଜ-2000 । 3 ଶହରୁ ଉର୍ଦ୍ଧ୍ବ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୂରା ପାକିସ୍ତାନକୁ ଦୋହଲାଇ ଦେଇଛି ଏହି ଆକ୍ରମଣ । ଆଉ ଏହା ପରେ ଭାରତୀୟ ବାୟୁସେନା ଏବଂ ଭାରତ ସରକାରଙ୍କ ଏଭଳି ପକ୍ଷକ୍ଷେପକୁ ସମସ୍ତ ମହଲରେ ତାରିଫ କରାଯାଉଛି ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଭାରତୀୟ ବାୟୁସେନାକୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ମୁଁ ସାଲ୍ୟୁଟ କରୁଛି । ଦେଶର ସୁରକ୍ଷା ପାଇଁ ଏହି ଏୟାର ଷ୍ଟ୍ରାଇକକୁ ଭୂୟସୀ ପ୍ରଂଶସା କରିଛନ୍ତି ନବୀନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ଆଦିବାସୀ  କନକ୍ଲେଭକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି । ମୁଖପାତ୍ର ପୀତାମ୍ବର ଆଚାର୍ଯ୍ଯଙ୍କ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଯେ ରାଜ୍ୟ ସରକାର ବିଜେଡିର ପୈତୃକ ସମ୍ପତ୍ତି । କିଛି ପ୍ରଶାସନିକ ଅଧିକାରୀ ସରକାର ଚଳାଉଛନ୍ତି । ରାଜ୍ୟପାଳଙ୍କୁ ସମ୍ବିଧାନ ଦେଇଥିବା କ୍ଷମତାର ଅପବ୍ଯବହାର କରୁଛନ୍ତି ନବୀନ ସରକାର । ସମ୍ବିଧାନର ଧାରା ୨୪୪ ଅନୁସାରେ ଭାରତର ୪ଟି ରାଜ୍ୟକୁ ବାଦ୍ ଦେଲେ ଅନ୍ୟ ରାଜ୍ୟରେ ଅନୁସୂଚିତ ଜନଜାତି ଅଞ୍ଚଳରେ କୌଣସି ନିୟମ ପ୍ରଚଳନ କରିବା କେବଳ ରାଜ୍ୟପାଳଙ୍କୁ କ୍ଷମତା ଅନ୍ତର୍ଭୁକ୍ତ ।ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା  ଟ୍ରାଇବାଲ ଆଡଭାଇଜୋରୀ କାଉନସିଲର ମିଟିଂ କେବେ ବସିନି । କିନ୍ତୁ ନିର୍ବାଚନ ଆସିବାରୁ କରଦାତାଙ୍କ ପଇସାରେ ଆଦିବାସୀଙ୍କୁ ଆଣି ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି । ବିଜେଡି ନେତା ଅମର ପଟ୍ଟନାୟକଙ୍କୁ ଟାର୍ଗେଟ । ଏଜି ଥିବା ବେଳେ ଅମର ବାବୁ ରିପୋର୍ଟ ଦେଇଥିଲେ ଯେ, ଜଙ୍ଗଲ ଅଧିକାର ଆଇନ ରାଜ୍ୟରେ ଠିକ୍ ରୂପେ କାର୍ଯ୍ୟକାରୀ ହେଉନି । ଏବେ ନିର୍ବାଚନ ଆସିବାରୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।ଏହା ସହ  ବିଜେପ
 ମୁଖପାତ୍ର ସମୀର ମହାନ୍ତିଙ୍କ ସୁପ୍ରିମକୋର୍ଟରେ ଏକ ମାମଲା କ୍ରମେ  ଓଡିଶାର ୧ଲକ୍ଷ ୪୫ହଜାର  ଆଦିବାସୀ ପରିବାରଙ୍କୁ ଜଙ୍ଗଲ ଜମି ଛାଡିବାକୁ ନିର୍ଦ୍ଦେଶ ମିଳିଛି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଆଦିବାସୀଙ୍କୁ  ତାଙ୍କ ଭିଟାମାଟି ଛାଡିବାକୁ ପଡୁଛି । ମାତ୍ର ୪୭ ହଜାର ଙ୍କୁ ଜମି ମିଳିଛି । ରାଜ୍ୟରେ ୬ଲକ୍ଷ ୫୦ହଜାର ଜନଜାତିଙ୍କୁ ଜମି ପଟ୍ଟା ଦେବାକଥା । ଚିଟଫଣ୍ଡ ମାମଲାରେ ରାଜ୍ୟ ସରକାର ଓକିଲ ଦେଲେ କିନ୍ତୁ ଆଦିବାସୀଙ୍କ ପାଇଁ ଦେଲେନି । ଏବେ କେମିତି ଏତେ ଜନଜାତିଙ୍କୁ ଜମି ଅଧିକାର ଦେବ? ଏବେ ନିର୍ବାଚନକୁ ଆଖିରେ ରଖି ଟ୍ରାଇବାଲ କଲଚରାଲ ଗ୍ରୁପ ତିଆରି କରୁଛନ୍ତି । ଟ୍ରାଇବାଲ କନକ୍ଲେଭକୁ ବନ୍ଦ କରିବାକୁ ଅନୁରୋଧ କରି ରାଜ୍ୟପାଳଙ୍କୁ ମେମୋରେଣ୍ଡମ ଦେଇଛି ବିଜେପି ପ୍ରତିନିଧି ଦଳ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.