ETV Bharat / state

ବିଳମ୍ବରେ ଗଡ଼ିଲା ରୁକୁଣା ରଥ, ମାଉସୀ ମା ମନ୍ଦିରରେ ପହଞ୍ଚିପାରିଲେନି ଲିଙ୍ଗରାଜ - ଭୁବନେଶ୍ୱର

ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଉତ୍ସବ ମୁଖର ଏକାମ୍ର କ୍ଷେତ୍ର । ସକାଳୁ ମହାପ୍ରଭୁଙ୍କ ସମସ୍ତ ନୀତି ନିୟମ ଅନୁଯାୟୀ ସମାପନ ହୋଇଥିଲେ ସୁଦ୍ଧା ପହଣ୍ଡି ବିଜେ ଠାରୁ ନୀତିକାନ୍ତିରେ ବିଳମ୍ବ ହୋଇଛି । ଏଣୁ ମାଉସୀମା ମନ୍ଦିର ପୂର୍ବରୁ କପାଳିଶ୍ୱର ମଠ ପାଖରେ ଅଟକିଲେ ମହାପ୍ରଭୁ ଲିଙ୍ଗରାଜ ।

ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର
author img

By

Published : Apr 14, 2019, 5:03 AM IST

ଭୁବନେଶ୍ୱର: ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଉତ୍ସବ ମୁଖର ଏକାମ୍ର କ୍ଷେତ୍ର । ସକାଳୁ ମହାପ୍ରଭୁଙ୍କ ସମସ୍ତ ନୀତି ନିୟମ ଅନୁଯାୟୀ ସମାପନ ହୋଇଥିଲେ ସୁଦ୍ଧା ପହଣ୍ଡି ବିଜେ ଠାରୁ ନୀତିକାନ୍ତିରେ ବିଳମ୍ବ ହୋଇଛି । ଏଣୁ ମାଉସୀମା ମନ୍ଦିର ପୂର୍ବରୁ କପାଳିଶ୍ୱର ମଠ ପାଖରେ ଅଟକିଲେ ମହାପ୍ରଭୁ ଲିଙ୍ଗରାଜ । ପ୍ରଶାସନର ଅବହେଳା ଓ ପୂର୍ବ ପ୍ରସ୍ତୁତ ଯୋଜନାରେ ତ୍ରୁଟି ଯୋଗୁଁ ଏପରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଭକ୍ତ ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ନିର୍ଦ୍ଧାରିତ ସମୟ 4ଟାରେ ରଥଟଣା ଅନୁଷ୍ଠିତ ହେବାର ଥିଲେ ସୁଦ୍ଧା ପାଖାପାଖି 2ଘଣ୍ଟା ବିଳମ୍ବ ରେ ଆରମ୍ଭ ହୋଇଥିଲା । 3.45ରେ ପହଣ୍ଡି ହୋଇ ଦିଅଁ ରଥରେ ପହଞ୍ଚିଥିଲେ । ଅନ୍ୟସମସ୍ତ ନୀତିକାନ୍ତି ସରିବା ପରେ ରଥରେ 5.25ମିନିଟ ସମୟରେ ଆଳତି ହୋଇଥିଲା । ପରେ ଘୋଡା ଯୋଚା ଯିବା ସହିତ ଚାରମାଳ ଖୋଲାଯାଇଥିଲା । ଡାହୁକ ରଥରେ ବିରାଜମାନ ହୋଇ ରଥ ଟଣା ହେବା ବେଳକୁ 5.38 ହୋଇଯାଇଥିଲା । ସେବାୟତ ଓ ଭକ୍ତଙ୍କ ବହୁ ଚେଷ୍ଟା ସତ୍ୱେ ଅନେକ ସମୟ ଧରି ରଥ ଘୁଞ୍ଚି ନଥିଲା । ବାଧ୍ୟହୋଇ ପ୍ରଶାସନ ରଥ ପଛରେ ଲୋକଙ୍କୁ ଲଗାଇ ଗଡାଇବାକୁ ଚେଷ୍ଟା କରିଥିଲା । ବହୁତ କଷ୍ଟରେ ଭକ୍ତମାନେ ରଥକୁ କପାଳିଶ୍ୱର ମଠ ପାଖରେ ପହଞ୍ଚାଇକୁ ସକ୍ଷମ ହୋଇଥିଲେ ।

ତେବେ ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ବିପୁଳ ସଂଖ୍ୟାରେ ଭକ୍ତଙ୍କ ସମାଗମ ଛୁଟିଥିଲା । ଅସହ୍ୟ ଗରମ ଓ ବିଳମ୍ବ ଯୋଗୁଁ ଲୋକେ ଅସ୍ୱାଭାବିକ ଅନୁଭବ କରିଥିଲେ ମଧ୍ୟ ରଥ ଟାଣିବା ପର୍ଯ୍ୟନ୍ତ ଉପସ୍ଥିତ ଥିଲେ । ତେବେ ପ୍ରଶାସନଏ ଏ ଦିଗରେ ଏତେଟା ତତ୍ପର ରହିନଥିବାରୁ ଏପରି ଅସୁବିଧା ହୋଇଥିବା ଅଭିଯୋଗ କରି ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ବଢ଼େଇବାଙ୍କ ପୂର୍ବରୁ ଅଟକି ଥିବା ରଥକୁ ରବିବାର ଅପରାହ୍ନରେ ପୋଲିସ ସହାୟତାରେ ଟଣାଯାଇ ରାମେଶ୍ୱର ମନ୍ଦିର ନିକଟରେ ପହଞ୍ଚାଯିବବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ , ଇଟିଭି ଭାରତ

Intro:Body:

FDGFFRHBGJHHMKJHV

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.