ETV Bharat / state

ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ

ଆଗକୁ ରାଜ୍ୟର 4ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଛି ଉପନିର୍ବାଚନ। ଏଥିପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ସଚିବ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି।

author img

By

Published : Jun 17, 2019, 3:13 PM IST

Updated : Jun 17, 2019, 7:02 PM IST

ଫାଇଲ ଫଟୋ

ଭୁବନେଶ୍ବର: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନ ସରିବା ପରେ ରାଜ୍ୟରେ ଖାଲି ହେବାକୁ ଯାଉଛି 4ଟି ରାଜ୍ୟସଭା ଆସନ । ଖାଲି ପଡୁଥିବା ଆସନ ପାଇଁ ପୁଣିଥରେ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ନିଯୁକ୍ତ ହୋଇଛନ୍ତି ରିଟର୍ଣ୍ଣିଂ ଅଫିସର ।

ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ସଚିବ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶିତ ହେବ । ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ରହିଛି ଜୁନ 25 ।

ବିଜେଡିରୁ ରାଜ୍ୟସଭାରେ ସାଂସଦ ଥିବା ଅନୁଭବ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଓ ଅଚ୍ୟୁତ ସାମନ୍ତ ପ୍ରମୁଖ ଉଭୟ ଲୋକସଭା ଏବଂ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସାମ୍ବାଧାନିକ ବିଧିବ୍ୟବସ୍ଥା ଅନୁସାରେ କୌଣସି ନିର୍ବାଚିତ ଜନପ୍ରତିନିଧି ଏକକାଳୀନ ଦୁଇଟି ସଦନରେ ପ୍ରତିନିଧିତ୍ବ କରିପାରିବେ ନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟସଭା ଉପନିର୍ବାଚନ ପାଇଁ ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର। ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ସଚିବ ବିଷ୍ଣୁପ୍ରସାଦ ମିଶ୍ର ନିଯୁକ୍ତି ପାଇଛନ୍ତି। ଏନେଇ ବିଧାନସଭା ତରଫରୁ ବିଜ୍ଞାପ5ପ୍ରକାଶ ପାଇଛି। ଆସନ୍ତାକାଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହେବ। ନାମାଙ୍କନ ଦାଖଲ ଶେଶ ତାରିଖ ରହିଛି 25 ଜୁନ।

Body:ଗଜ

Conclusion:
Last Updated : Jun 17, 2019, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.