ETV Bharat / state

ସ୍ଥାନୀୟ ନିଯୁକ୍ତି ନେଇ ସ୍ବର ମିଳାଇଲେ ଶାସକ-ବିରୋଧୀ - bjp

ଶିଳ୍ପ ସଂସ୍ଥାରେ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗରେ ଶାସକ-ବିରୋଧୀ ଏକ । ପ୍ରଶ୍ନକାଳରେ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇଥିଲେ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Jul 2, 2019, 12:12 PM IST

Updated : Jul 2, 2019, 1:33 PM IST

ଭୁବନେଶ୍ବର: ବିଧାନସଭାରେ ଉଠିଲା ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପ୍ରସଙ୍ଗ । ଉଭୟ ଶାସକ ଓ ବିରୋଧୀ ବିଧାୟକ ପ୍ରଶ୍ନକାଳରେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରୁଥିବା ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କ ପାଇଁ 75 ପ୍ରତିଶତ ନିଯୁକ୍ତି ଦେବାକୁ ଦଳମତ ନିର୍ବିଶେଷରେ ଦାବି ହୋଇଛି ।

ଏହାର ଉତ୍ତରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ରାଜ୍ୟର 550ଟି ଶିଳ୍ପ ସଂସ୍ଥାରେ 2ଲକ୍ଷ 66 ହଜାର 854 ଜଣ ନିଯୁକ୍ତି ପାଇଛନ୍ତି । ଏହାମଧ୍ୟରେ 85 ପ୍ରତିଶତ ରାଜ୍ୟର ଏବଂ 39ହଜାର 853 ଜଣ ରାଜ୍ୟ ବାହାରର ବୋଲି କହିଛନ୍ତି ଶ୍ରମମନ୍ତ୍ରୀ । ତେବେ ଶିଳ୍ପ ସଂସ୍ଥାରେ 90 ପ୍ରତିଶତ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ, 60 ପ୍ରତିଶତ କୁଶଳୀ, 30 ପ୍ରତିଶତ ପରିଚାଳନା ଅଧିକାରୀ ପଦବୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶନମା ଜାରି ହୋଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ତେବେ ପାରାଦୀପ ବନ୍ଦର, ଆଇଓସିଏଲ, ଇଫକୋ, ପିପିଏଲ ଏବଂ ରାଜ୍ୟରେ ଥିବା କେନ୍ଦ୍ରୀୟ ସଂସ୍ଥାରେ କେତେ ଓଡ଼ିଆ ଓ ଅଣଓଡିଆ ଲୋକ ନିଯୁକ୍ତି ପାଇଛନ୍ତି ତାର ହିସାବ ମାଗିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ । ବିଭାଗୀୟ ମନ୍ତ୍ରୀ ପରେ ସେମାନଙ୍କୁ ଏହି ତଥ୍ୟ ଯୋଗାଇ ଦେବାକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

sdf

Conclusion:
Last Updated : Jul 2, 2019, 1:33 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.