ETV Bharat / state

ରାଜ୍ୟସଭା ରେସ୍: ନବୀନଙ୍କ ନିଷ୍ପତ୍ତି ଉପରେ ନଜର

ଆସନ୍ତା ଜୁଲାଇ 5ରେ ହେବାକୁ ଯାଉଛି ରାଜ୍ୟସଭା ଉପନିର୍ବାଚନ। ସଂଖ୍ୟା ବଳରେ ମଜବୁତ ଥିବା ଶାସକ ବିଜେଡି ଯାହାକୁ ପ୍ରାର୍ଥୀ କରିବ ତାହାର ଜିତାପଟ ଏକ ପ୍ରକାର ନିଶ୍ଚିତ। ଦଳର କିଏ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାହା ନିର୍ଭର କରେ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ।

author img

By

Published : Jun 18, 2019, 2:20 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତା ଜୁଲାଇ 5ରେ ହେବାକୁ ଯାଉଛି ରାଜ୍ୟସଭା ଉପନିର୍ବାଚନ। ଏହି ଦିନ ଖାଲି ପଡୁଥିବା ରାଜ୍ୟସଭାର 3ଟି ଆସନ ପାଇଁ ହେବ ଭୋଟ। ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ପ୍ରକାଶ ପାଇସାରିଛି ସରକାରୀ ବିଜ୍ଞପ୍ତି।
ଆଜି ଠାରୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପତ୍ର ଦାଖଲ। ରାଜ୍ୟସଭା ଉପନିର୍ବାଚନର ଦିନ ପାଖେଇ ଆସୁଥିବାର ସକ୍ରିୟ ହୋଇଉଠିଛି ରାଜ୍ୟ ରାଜ୍ୟନୀତି।

ଖାସ୍ କରି ଶାସକ ବିଜେଡି ଶିବିରରେ ଦେଖିବାକୁ ମିଳିଛି ଛକାପଞ୍ଝା। ଦଳୀୟ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ହୋଇ ଉଠିଛନ୍ତି ଦଳର ଅନେକ ନେତା। କିଏ ହେବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ? କାହା ମୁଣ୍ଡରେ ବିଜେଡି ସୁପ୍ରିମୋ ଢାଳିବେ ସୁନା କଳସ। କେଉଁ ୩ ଜଣ ଯିବେ ଦିଲ୍ଲୀ । ତାକୁ ନେଇ ନେତାଙ୍କ ମଧ୍ୟରେ ବଢିଛି ହାର୍ଟ ବିଟ।

ପୂର୍ବରୁ ଦଳୀୟ ମଙ୍ଗୁଆଳ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାମ ରାଜ୍ୟସଭା ଲାଗି ଘୋଷଣା କରିଥିଲେ। ଅନ୍ୟ ଆସନକୁ ନେଇ ବର୍ତ୍ତମାନର ସ୍ଥିତିରେ ଲାଗି ରହିଛି ସସପେନ୍ସ। ଏବେ ରାଜ୍ୟସଭା ରେସରେ ଅଛନ୍ତି ବିଜେଡି ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନରୁ ଦଳର ପରାଜିତ ପ୍ରାର୍ଥୀ ରବୀନ୍ଦ୍ର ଜେନା, ଭୁବନେଶ୍ୱର ଲୋକସଭା ଆସନରୁ ପରାସ୍ତ ହୋଇଥିବା ଅରୂପ ପଟ୍ଟନାୟକ, ପ୍ରଫୁଲ ଘଡେଇ ଓ ବ୍ରହ୍ମଗିରି ଆସନରୁ ପରାସ୍ତ ହୋଇଥିବା ପୂର୍ବତନ ସଞ୍ଜୟ ଦାସବର୍ମା।

ଏବେ ପ୍ରଶ୍ନ ଉଠୁଛି ଏଥର ନବୀନ ପ୍ରତିଶୃତି ରଖିବେ ନା ପୁଣି ନିଜର ଅନୁଗତ ଚକମା ଦେବେ? ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅରୂପ ପଟ୍ଟନାୟକ, ଅମର ପଟ୍ଟନାୟକ, ଆକାଶ ଦାସ ନାୟକ, ଅନଙ୍ଗ ଉଦୟ ସିଂଦେଓ, ରବୀନ୍ଦ୍ର ଜେନାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗିରହିଛି ସତ। ହେଲେ ଦଳର ମଙ୍ଗୁଆଲଙ୍କ ଠାରୁ ପ୍ରତିଶୃତି ପାଇଥିବା ର​‌ମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ପ୍ରସନ୍ନ ପାଟ୍ଟଶାଣୀ ପ୍ରାର୍ଥୀ ହେବା ନେଇ ନିଶ୍ଚିତ ଅଛନ୍ତି। ଏହି ତିନି ଜଣଙ୍କ ଭିତରେ ସେମାନଙ୍କର ପାଳି ପଡିବାର ରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି ଯେ , ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶ୍ରତି ଦେଇଛନ୍ତି ସେ ଏହାକୁ ନିଶ୍ଚିତ ପାଳନ କରିବେ। ଦଳୀୟ ପ୍ରାର୍ଥୀ ହେବା ସମ୍ପର୍କରେ ମତ ରଖି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ରାଜ୍ୟସଭା ଟିକେଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ତେଣୁ ଦେଇଥିବା କଥା ପୂରଣ କରିବାରେ ଦଳୀୟ ସୁପ୍ରିମୋ ଅଙ୍ଗୀକାରବଦ୍ଧ। ସେଥିପାଇଁ ସେ ବାରମ୍ବାର ଶାସନଗାଦିକୁ ଫେରୁଛନ୍ତି।

ଆସନ୍ତା ଜୁଲାଇରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନର ସଂଖ୍ୟା ଖେଳରେ ପଛରେ ପଡିଥିବା ବିଜେପି ଓ କଂଗ୍ରେସ ନିର୍ବାଚନ ମୈଦାନରେ ନାହାନ୍ତି। ଏହି ଦୁଇ ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ଦେବାର ନାହିଁ। କାରଣ ସେମାନଙ୍କ ଆବଶ୍ୟକୀୟ ପରିମାଣର ସଂଖ୍ୟା ନାହିଁ। ଏପରିକି ବିଜେପି ପ୍ରାର୍ଥକୁ ମଧ୍ୟ କଂଗ୍ରେସ ସମର୍ଥନ କରିବ ନାହିଁ। କହିବାକୁ ଗଲେ ବିଜେଡି ଯାହାକୁ ପ୍ରାର୍ଥୀ କରିବ ସେମାନେ ରାଜ୍ୟସଭାକୁ ଯିବା ଏକ ପ୍ରକାର ସ୍ଥିର।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସଭା ନିର୍ବାଚନ ପ୍ରକାଶ ପାଇଛି ବିଜ୍ଞପ୍ତି।
କିଏ ହେବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ? କାହା ମୁଣ୍ଡରେ ସୁପ୍ରିମୋ ସୁନା କଳସ ଢାଳିବେ । କେଉଁ ୩ ଜଣ ଯିବେ ଦିଲ୍ଲୀ । ତାକୁ ନେଇ ନେତାଙ୍କ ମଧ୍ୟରେ ବଢିଛି ହାର୍ଟ ବିଟ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାମ ରାଜ୍ୟସଭା ଲାଗି ଘୋଷଣା କରିଥିଲେ । ତେବେ ଅନ୍ୟ ଆସନକୁ ନେଇ ଲାଗି ରହିଛି ସସପେନ୍ସ । ରାଜ୍ୟସଭା ରେସରେ ଅଛନ୍ତି ବିଜେଡି ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ, ବାଲେଶ୍ବର ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନା, ଭୁବନେଶ୍ୱର ଲୋକସଭା ଆସନରୁ ପରାସ୍ତ ହୋଇଥିବା ଅରୂପ ପଟ୍ଟନାୟକ, ପ୍ରଫୁଲ ଘଡେଇ ଓ ସଞ୍ଜୟ ଦାସବର୍ମା ।

Body:ଏବେ ପ୍ରଶ୍ନ ଉଠୁଛି ଏଥର ନବୀନ ପ୍ରତିଶ୍ରୁତି ରଖିବେ ନା ପୁଣି ଚକମା ଦେବେ ?  ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅରୂପ ପଟ୍ଟନାୟକ, ଅମର ପଟ୍ଟନାୟକ, ଆକାଶ ଦାସ ନାୟକ, ଅନଙ୍ଗ ଉଦୟ ସିଂଦେଓ, ରବୀନ୍ଦ୍ର ଜେନାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ସତ।  ହେଲେ ପ୍ରତିଶ୍ରୁତି ପାଇଥିବା ର​‌ମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟ ଏବଂ ପ୍ରସନ୍ନ ପାଟ୍ଟଶାଣୀ  ଫୁଲ୍ କନଫିଡେଣ୍ଟ ଅଛନ୍ତି । ଏହି ତିନି ଜଣଙ୍କ ଭିତରେ ତାଙ୍କ ପାଳି ପଡିବ । ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି  ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶ୍ରତି ଦେଇଛନ୍ତି ନିଶ୍ଚି୍ତ ପାଳି ପଡିବ। ଏବଂ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ରାଜ୍ୟସଭା ଟିକେଟ ପାଇଁ  ମୁଖ୍ୟମନ୍ତ୍ରି କମିଟମେଣ୍ଟ କରିଛନ୍ତି।  ତେଣୁ ଦେଇଥିବା କଥା ପୂରଣ କରବାରେ ସେ ଅଭ୍ଗୀକାର ବଦ୍ଧ। ସେଥିପାଇଁ ସେ ବାରମ୍ବାର ଶାସନ ଗାଦିକୁ ଫେରୁଛନ୍ତି।
ବାଇଟ ପ୍ରଫୁଲ୍ଲ ଘଡେଇ, ବିଜେଡି ନେତା
ବାଇଟ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ବିଜେଡି ନେତା
ବାଇଟ ମୁନ୍ନା ଖାଁ, ବିଜେଡି ନେତା

Conclusion:ସଂଖ୍ୟା ଖେଳରେ ପଛରେ ପଡିଥିବା ବିଜେପି ଓ କଂଗ୍ରେସ ରାଜ୍ୟସଭା  ନିର୍ବାଚନ ମଇଦାନରେ ନାହାନ୍ତି ।   ଏହି ଦୁଇ ଦଳ ପକ୍ଷରୁ କୌଣସି  ପ୍ରାର୍ଥୀ ଦେବାର ନାହିଁ । କାରଣ ସେମାନଙ୍କ ସଂଖ୍ୟା ନାହିଁ । ଏପରିକି  ବିଜେପି ପ୍ରାର୍ଥକୁ କଂଗ୍ରେସ ବି ସମର୍ଥନ କରିବ ନାହିଁ।  ତେଣୁ ବିଜେଡି ଯାହାକୁ ପ୍ରାର୍ଥୀ କରିବ ସେମାନେ  ରାଜ୍ୟସଭାକୁ ନିର୍ନ୍ଦ୍ବନ୍ଦ ଯିବେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.