ETV Bharat / state

ବାଇକ ହେଡ ଲାଇଟ୍‌ରେ ଫଣା ଟେକିଲା ନାଗ

ବାଇକ ଉପରେ ଫଣା ଟେକୁଛି ନାଗ ସାପ । ବାଡି ଦେଖାଇଲେ ମାରୁଛି ଚୋଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 12, 2019, 10:48 PM IST

ଭୁବନେଶ୍ବର: ବାଇକ ଉପରେ ଫଣା ଟେକୁଛି ନାଗ ସାପ । ବାଡି ଦେଖାଇଲେ ମାରୁଛି ଚୋଟ । ଦୃଶ୍ୟଟି ହେଉଛି ରାଜଧାନୀ ଉପକଣ୍ଠ ଅନ୍ଧାରୁଆର । ଯେଉଁଠି ବାଇକ୍‌ରେ ଯାତ୍ରା କରୁଥିବା ସମୟରେ ହଠାତ୍‌ ନିଜ ବାଇକ୍‌ର ହେଡ ଲାଇଟ୍‌ ଉପରେ ନାଗ ସାପର ଫଣା ଦେଖିବାକୁ ପାଇଥିଲେ ନିମାଇଁ ପରିଡା ।

ତେବେ ଏଥିରେ ବ୍ୟସ୍ତ ବିବ୍ରତ ନ ହୋଇ ଅତି ସାବଧାନତାର ସହ ବାଇକ୍‌କୁ ଅଟକାଇ ନିମାଇଁ ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ । ପରେ ଖବର ପାଇ ସ୍ନେକ ହେଲ୍ପଲାଇନର ଆଶିଷ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ହେଡ ଲାଇଟ କମ୍ପୋନେଣ୍ଟରୁ 4 ଫୁଟର ନାଗ ସାପକୁ ଉଦ୍ଧାର କରିଥିଲେ ।

ଖୁସିର କଥା କି ଘଟଣାରେ କେହି କ୍ଷତାହତ ହୋଇଥିବାର କୌଣସି ସୂଚନା ନାହିଁ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

ଭୁବନେଶ୍ବର: ଏକ ନିଆରା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମ 'ତୁ ମୋର ଇସ୍କ' । ଆଞ୍ଚଲ ଫିଲ୍ମ ବ୍ୟାନର ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମଟିର ଆଜି ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ତେବେ ଫିଲ୍ମରେ ଦର୍ଶକ ଏଥର ଦେଖିବାକୁ ପାଇବେ ଅଭିନେତା ମୋହନ ଓ ଅଭିନେତ୍ରୀ ଚିନ୍ମୟୀଙ୍କ ଫ୍ରେଶ ଯୋଡି । 

ଖାଲି ନାୟକ, ନାୟିକା ନୁହେଁ ବରଂ ଫିଲ୍ମରେ ମୁଖ୍ୟ ଖଳନାୟକ ଭାବରେ ନଜର ଆସିବେ ଅଭିନେତା କାଳୁ । ଏହାଛଡା ଫିଲ୍ମରେ ଅଭିନେତା ଅଶ୍ରୁମୋଚନ, ବିଜୁ ବଡ଼ଜେନା, ରାଜା ,ଦିବ୍ୟ, ରବି ମିଶ୍ର, କୁସୁମ ମିଶ୍ର,ରବି ମିଶ୍ର,ଜୀବନ ପଣ୍ଡା ମଧ୍ୟ ଆଜି ନଜର ଆସିବେ । 

ପପୁ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଚିତ୍ତରଞ୍ଜନ ରାଉତ ଋତୁପର୍ଣ୍ଣ। ,ଓ ସନ୍ତୋଷ ମହାନ୍ତି । ଆଉ କାହାଣୀ ରଚନା କରିଛନ୍ତି ସସ୍ମିତା ରାଉତ। ତେବେ ଆଜି ଏହି ଫିଲ୍ମର ଶୁଭ ମହୁରତ ହୋଇଥିବା ବେଳେ ଖୁବ ଶୀଘ୍ର ଏହା  ରିଲିଜ ହେବ ବୋଲି ଫିଲ୍ମର କଳାକାରମାନେ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.