ETV Bharat / state

ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ମେଟାକାନୀ ଛକ ନିକଟରେ । ମୃତ ଯୁବକ ଜଣଙ୍କ ହେଲେ ପୁଲେଶର ଗାଁର ଜିତେନ୍ଦ୍ର ଖୁରା (36) ।

author img

By

Published : Feb 28, 2019, 1:18 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ମେଟାକାନୀ ଛକ ନିକଟରେ । ମୃତ ଯୁବକ ଜଣଙ୍କ ହେଲେ ପୁଲେଶର ଗାଁର ଜିତେନ୍ଦ୍ର ଖୁରା (36) ।

ସୂଚନା ଅନୁଯାୟୀ, ଜିତେନ୍ଦ୍ର ସମ୍ବଲପୁରରୁ ବାଇକ ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ଏକ ଅଜଣା ଗାଡି କୁତମେଣ୍ଡା ପାଖରେ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ଏହି ଖବର ପାଇବା ପରେ ଜିତେନ୍ଦ୍ରଙ୍କ ପରିବାର ବର୍ଗ ଓ ସ୍ଥାନୀୟ ଲୋକେ ରାସ୍ତାରୋକ୍ କରିଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗକୁ କ୍ଷତିପୂରଣ ଦେବା ଦାବୀରେ ଆନ୍ଦୋଳନ କରିଛନ୍ତି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାସ୍ତାରୋକ କରିବା ନେଇ ଚେଷ୍ଟା ଚଳାଇଛି । କିନ୍ତୁ ରାଜସ୍ବ ବିଭାଗର କୌଣସି ପଦାଧିକାରୀ ପହଞ୍ଚି ନ ଥିବାରୁ ରାସ୍ତାରୋକୋ ଜାରୀ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

ରାଜ୍ୟ କ୍ୟାବିନେଟବୈଠକ ଶେଷ । ବିଭିନ୍ନ ବିଭାଗର ୧୭ ଟି ପ୍ରସ୍ତାବକୁ ମୋହର ମାରିଛି  କ୍ୟାବିନେଟ । ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବହୁଳ ବ୍ୟବହାର କଲେ ପୁରସ୍କାର ମିଳିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି କାଳିଆ ଯୋଜନାର କଳେବର ବୃଦ୍ଧି କରାଯାଇଛି । ଆଗକୁ ଆଉ ୧୦ ଲକ୍ଷ ଚାଷୀ ସାମିଲ ହେବେ । କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନଙ୍କୁ ଅଧିକ ୧୦ ଲକ୍ଷ ତାଲିକାରେ ଯୋଡ଼ା ଯିବ । ଫଳରେ ୩୫ ଲକ୍ଷ ନୁହେଁ ଏଣିକି ୪୫ ଲକ୍ଷ ହିତାଧିକାରୀ ପାଇବେ କାଳିଆ ଟଙ୍କା ଏହାସହ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ପରିବାରକୁ ମିଳିବ କ୍ଷତିପୂରଣ । ତିନି ଦିନ ତଦନ୍ତ ସାରି ୧୫ ଦିନ ଭିତରେ ଏହି କ୍ଷତି ପୂରଣ ଦିଆଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । । ସେହିପରି ସରକାରୀ ଡାକ୍ତରଙ୍କ ୭ ବର୍ଷରେ ଥରେ ପଦନ୍ନୋତି ଦେବାପାଇଁ କ୍ୟାବିନେଟ ରେ ନିଷ୍ପତ୍ତି ହୋଇଛି।ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.