ETV Bharat / state

ମଙ୍ଗୁଳି ଜେନା ମର୍ଡର ମାମଲା, ପର୍ଦ୍ଦାଫାଶ କରିବ ପୋଲିସ-କ୍ରାଇମବାଞ୍ଚ - bbsr

ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଏପରି ଗରମାଗରମ ସ୍ଥିତିରେ ଆତତାୟୀକୁ ଧରିବାକୁ ପୂରା ଜୋସରେ ପୋଲିସ ଓ କ୍ରାଇମବାଞ୍ଚ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 15, 2019, 5:56 PM IST

Updated : Apr 15, 2019, 6:37 PM IST

ଖୋର୍ଦ୍ଧା/ ଭୁବନେଶ୍ବର: ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ରାଜନୈତିକ ହିଂସାକାଣ୍ଡ ଯୋଗୁଁ 6 ଘଣ୍ଟା ବନ୍ଦ ରହିଥିଲା ଖୋର୍ଦ୍ଧା । ଏପରି ଗରମାଗରମ ସ୍ଥିତିରେ ଆତତାୟୀକୁ ଧରିବାକୁ ପୂରା ଜୋସରେ ପୋଲିସ ଓ କ୍ରାଇମବାଞ୍ଚ । ସୋମବାର ଖୋର୍ଦ୍ଧା ଆରକ୍ଷୀ ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ତଦନ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ନିର୍ବାଚନ ସମୟରେ ନେତାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ନିଆଯାଇଛି । ମୃତକଙ୍କ ଭାଇଙ୍କ ଅଭିଯୋଗକୁ ଆଧାର କରି ଖୋର୍ଦ୍ଧା ଥାନାରେ 119 ନମ୍ବର କେସ ରୁଜୁ ହୋଇଛି । ଏହା ପରେ ଆଦର୍ଶ ଥାନା ଅଧିକାରୀ ନିଜେ ତଦନ୍ତଭାର ନେବାସହ 3ଟି ଟିମ ମଧ୍ୟ ଗଠନ କରାଯାଇଛି । ଯେଉଁମାନେ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଟେକନିକାଲ ଆନାଲିସିସ କରିବେ ।

ସେହିପରି ଏହି ମାମଲାର ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଭୁବନେଶ୍ୱରରୁ ସାଇଣ୍ଟଫିକ ଟିମ ଏବଂ କ୍ରାଇମବ୍ରାଞ୍ଚର କ୍ରାଇମ ଏକ୍ସପର୍ଟଙ୍କ ସହାୟତା ନିଆଯାଇଛି । ଆତତାୟୀ କୁ ଧରିବା ପାଇଁ ସବୁପ୍ରକାର ଚେଷ୍ଟା ଜାରି ରହିଛି । ଏହି ତଦନ୍ତକାର୍ଯ୍ୟ କେନ୍ଦ୍ରାଞ୍ଚଳ ଆଇଜି ଏବଂ ଖୋର୍ଦ୍ଧା ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଥିବା ନେଇ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଜଣାଇଛନ୍ତି ।

ଏପଟେ ଏହି ହାଇପ୍ରୋଫାଇଲ ମର୍ଡର ମାମଲାରେ କ୍ରାଇମବାଞ୍ଚ ଟିମ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛନ୍ତି । ସବୁ ଦିଗକୁ ନଜରରେ ରଖି ତନତନ ତର୍ଜମା ଚାଲିଛି । ଏହି ପ୍ରକ୍ରିୟାରେ ଯାହା ବିରୁଦ୍ଧରେ ସାକ୍ଷ୍ୟ ପ୍ରମାଣ ମିଳିବ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କାମଚଳା ପୋଲିସ ମହାନିର୍ଦ୍ଦେଶକ ବି କେ ଶର୍ମା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ , ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ଦେଖାଯାଇଥିଲା ରାଜନୈତିକ ହିଂସା । ଦୃର୍ବୁତ୍ତଙ୍କ ଗୁଳିମାଡ଼ରେ ବିଜେପି ମଣ୍ଡଳର ସଭାପତି ମଙ୍ଗୁଳି ଜେନାଙ୍କ ମୃତୁ ଘଟିଛି। ବିଜେପି ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟଙ୍କ ଘର ସମୁଖରେ ଏହି ଘଟଣା ଘଟିଛି। ତାଙ୍କ ମୃତ୍ୟୁ ଘଟଣା ପରେ ଖୋର୍ଦ୍ଧାରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ନେତାମାନେ ମଧ୍ୟ ନିନ୍ଦା ବର୍ଷା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 15, 2019, 6:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.